www.samajalive.in
Sunday, December 7, 2025
18.1 C
Bhubaneswar

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ଉତର ନିର୍ବାଚନ ମଣ୍ଡଳୀରେ ଡେଙ୍ଗୁ ସଚେତନତା ଓ ନିରାକରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଡେଙ୍ଗୁ ମହାବ୍ୟାଧି ସହରରେ ନିଜ କାୟା ବିସ୍ତାର କରିସାରିଲାଣି। ୭୦୦ ରୁ ଊର୍ଦ୍ଧ୍ବ ଲୋକ ଏହି ବ୍ୟାଧିରେ ଆକ୍ରାନ୍ତ । ଏତେ ଦିନ ପରେବି ରାଜ୍ୟ ସରକାର ଓ ବିଏମସି ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କୌଣସି ଆଖିଦୃଶୀୟ ପଦକ୍ଷେପ ନେଇପାରିଲେ ନାହିଁ । ଗତକାଲି ଜିଲ୍ଲା କଂଗ୍ରେସ ତରଫରୁ ମଧ୍ୟମ ନିର୍ବାଚନ ମଣ୍ଡଳୀରେ ଡେଙ୍ଗୁ ସମ୍ପର୍କରେ ଜନସଚେତନତା କାର୍ୟ୍ୟକ୍ରମ କରାଯାଇଥିଲା । ଆଜି ଅନୁରୂପ ଭାବେ ବ୍ଲକ ସଭାପତି ଶ୍ରୀ ଅଶୋକ ଦାସଙ୍କ ପରିଚାଳନାରେ ଉତର ନିର୍ବାଚନ ମଣ୍ଡଳୀର ମୁଣ୍ଡାସାହି ଛକ, ଦାଶରଥି ଆପାର୍ଟମେଂଟ ପାଖ, ବିଜୁପଟ୍ଟନାୟକ କଲେଜ ପଛ କଲୋନି ତଥା ମେଫେୟାର ସଂଲଗ୍ନ ରାସ୍ତାରେ ଜମାହୋଇଥିବା ପାଣି ଓ ଅପରିସ୍କୃତ ସ୍ଥାନମାନଙ୍କରେ ବ୍ଲିଚିଙ୍ଗ ଓ ମଶାତେଲ ସିଂଚନ କରାଯାଇଛି । ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଜିତ ଦାଶ ପୁର୍ନବାର କହିଛନ୍ତି ରାଜ୍ୟ ସରକାର ଡେଙ୍ଗୁ ନିରାକରଣ ପାଇଁ ଅତିଶୀଘ୍ର ପଦକ୍ଷେପ ନନେଲେ ପରିସ୍ଥିତି ଅଣଆୟତ ହେବ । ତେଣୁ ବିଏମସି ଜିଲ୍ଲା କଂଗ୍ରେସ ଦ୍ୱାରା ଦିଆଯାଇଥିବା ଦାବିପତ୍ର ମୁତାବକ ଯୁଦ୍ଧକାଳୀନ ଭିତିରେ ଡେଙ୍ଗୁ ନିରାକରଣର ବ୍ୟବସ୍ଥା ଆରମ୍ଭ କରନ୍ତୁ ।

ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ମନୋରଞ୍ଜନ ଦାଶ, ବ୍ରହ୍ମାନନ୍ଦ ସାହୁ, ଦେବରାଜ ମିଶ୍ର, ଅନିଲ ଦାସ, ଦୀପକ ଦିଗଲ, ଶ୍ରୀନାଥ ପଟ୍ଟନାୟକ, ସଂଜୟ ନାୟକ, ମନୋଜ ସାହୁ, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ଶ୍ରିୟା ପଣ୍ଡା, କୁସୁମ ପ୍ରଧାନ, ସୁଶାନ୍ତ ତ୍ରିପାଠୀ, ପବିତ୍ର ଦାସ, ପୂର୍ଣ୍ଣଚନ୍ଦ୍ର କହଁର, ଦେବାଶିଷ ଦାସ, ଡ. କୃପାସିନ୍ଧୁ ମହାନ୍ତୋ, କେଦାରନାଥ ଜେନା, ସରୋଜ ପ୍ରଧାନ, ମନୋଜ ବେହେରା, ଅଜିତ ସାହୁ ଏବଂ ସୁବ୍ରତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories