www.samajalive.in
Monday, December 8, 2025
13.1 C
Bhubaneswar

ରାସ୍ତାକଡରେ ଠିଆହୋଇଥିବା ଲୋକଙ୍କୁ ଧକ୍କା ଦେଲା ଦ୍ରୁତଗାମୀ କାର, ୨ ଗୁରୁତର

ବୌଦ୍ଧ: ରବିବାର ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟରେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଦେଇ ବଲାଙ୍ଗୀର ପଟରୁ ବୌଦ୍ଧ ଆଡକୁ ଆସୁଥିବା ଏକ ଦ୍ରୁତଗାମୀ କାର ( ଓଡ଼ି ୧୯ ସି ୮୩୨୪) ବୌଦ୍ଧଥାନା ଅନ୍ତର୍ଗତ ମଧୁପୁରଛକଠାରେ ରାସ୍ତାକଡରେ ଠିଆ ହୋଇଥିବା ଗୋଟିଏ ପରିବାରର ତିନିଜଣକୁ ଧକ୍କା ଦେବା ଫଳରେ ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଆହତ ଓ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

 

- Advertisement -

ସୂଚନା ମୁତାବକ ମଧୁପୁର ଗ୍ରାମର ନିରଂଜନ ମହାନ୍ତି(୬୦)ତାଙ୍କ ପୁଅ ଦିବାକର ମହାନ୍ତି(୩୫) ଓ ନାତୁଣି ଶୋଭାଗିନୀ ମହାନ୍ତି(୭) ଜାତୀୟ ରାଜପଥ କଡରେ ଠିଆ ହୋଇଥିବାବେଳେ ହଠାତ୍ ଦ୍ରୁତଗାମୀ କାରଟି ତାଙ୍କ ଉପରକୁ ମାଡିଆସିଥିଲା। ଦୁର୍ଘଟଣାରେ ତିନିଜଣଙ୍କ ମଧ୍ୟରୁ ନିରଂଜନ ଓ ତାଙ୍କ ନାତୁଣୀ ଗୁରୁତର ଆହତ ହୋଇଥିବାବେଳେ ସ୍ଥାନୀୟଲୋକମାନଙ୍କଠାରୁ ସୂଚନା ପାଇ ୧୦୮ ଆମ୍ବୁଲାନସ ଯୋଗେ ସେମାନଙ୍କୁ ପ୍ରଥମେ ବୌଦ୍ଧ ଡାକ୍ତରଖାନା ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଘଟଣାରେ ଦିବାକର ସାମାନ୍ୟ ଆହତ ସହ ବିପଦମୁକ୍ତ ଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଏକ ଗାଇର ମୃତ୍ୟୁ ହୋଇଥିବାବେଳେ ଦୁର୍ଘଟଣାଗ୍ରସ୍ତ କାରଟି ରାସ୍ତାକଡର ଏକ ଗଛ ଦେହରେ ଧକ୍କା ଖାଇ ଓଲଟି ପଡିଥିଲା। ବୌଦ୍ଧ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories