www.samajalive.in
Thursday, December 11, 2025
16.1 C
Bhubaneswar

ଗୋଟିଏ ରାତିରେ ୫ ଦୋକାନରୁ ଚୋରି

ନବରଙ୍ଗପୁର: ନବରଙ୍ଗପୁର ସ୍ଥାନୀୟ ଶଙ୍ଖାରି ସାହି ଏବଂ ସୁନାରୀ ସାହି ନିକଟସ୍ଥ ପୁରୁଣା ଦୈନିକ ବଜାରରେ ଗତ ରାତିରେ ୫ ଗୋଟି ଦୋକାନ ରୁ ଚୋରି ହୋଇଛି । ନବରଙ୍ଗପୁର ସହରର ଦୈନିକ ବଜାର ମଧ୍ୟରେ ଥିବା ହୋଲସେଲ ଦୋକାନ,  ଅଣ୍ଡା ଦୋକାନ, ପାନ  ଦୋକାନ ଓ କିରାଣୀ ଦୋକାନ ଆଦି ଗୋଟିଏ ରାତିରେ ପାଞ୍ଚ ଗୋଟି ଦୋକାନ ର ତାଲା ଭାଙ୍ଗି ଦୁର୍ବୁତ୍ତ ଚୋରି କରିଥିବା ବେଳେ ଅନ୍ୟ ଦୁଇଟି କିରାଣୀ ଦୋକାନରୁ ତାଲା ଭଙ୍ଗା ଯାଇଛି କିନ୍ତୁ କିଛି ଜିନିଷ ନେଇ ପାରିନାହାନ୍ତି ।  ଦୋକାନ ମାନଙ୍କ ରେ ଥିବା  ମୂଲ୍ୟବାନ ଜିନିଷ ସହିତ  ନଗଦ ଟଙ୍କା ନେଇ ଯାଇଥିବା ଜଣାପଡିଥିବା ବେଳେ  ଅଣ୍ଡା ଦୋକାନରୁ କେବଳ ନଗଦ କିଛି ଟଙ୍କା ନେଇଛନ୍ତି ।
ପୂର୍ବରୁ ଯେତେବେଳେ ବଜାର ଚାଲି ଥିଲା ସେତେବେଳେ କୌଣସି ଚୋରି ହାରୀ ହେଉ ନ ଥିଲା ଯେବେ ଠାରୁ ପୁରୁଣା ବଜାର କୁ କୃଷକ ବଜାରକୁ ସ୍ଥାନାନ୍ତର କରାଗଲା ସେତେବେଳଠୁ ବହୁ ଚୋରି ହେଉ ଥିବା କହିଛନ୍ତି ସ୍ଥାନୀୟ ବ୍ୟବସାୟୀ । ପୂର୍ବରୁ ମଧ୍ୟ କିଛି ମାସ ତଳେ ଏଭଳି ଦୋକାନ ତାଲା ଭାଙ୍ଗି ଚୋରି ହୋଇଥିଲା । ଦୈନିକ ବଜାର ଅଞ୍ଚଳ ରେ ଥିବା ବିଦ୍ୟୁତ ପୋଲ ରେ ଷ୍ଟ୍ରିଟ ଲାଇଟ ଲାଗୁନଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳ ଅନ୍ଧକାର ରହୁଥିବା ର ସୁଯୋଗ ନେଇ ଏହି ଅଂଚଳରେ ଅଧିକ ଚୋରି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିବାସହ ଦୈନିକ ବଜାର ନିକଟରେ ଥିବା ସମସ୍ତ ପୋଲରେ ଲାଇଟ ଲଗ।ଗଲେ ଚୋରି ବନ୍ଦ ହୋଇପାରିବ ବୋଲି କହିଛନ୍ତି ସ୍ଥାନିୟ ବ୍ୟବସାୟୀ । ଏପଟେ ଚୋରି ପରେ ପୋଲିସ ପହଂଚି ତନାଘନା ଚଳାଇଥିବା ଜଣାପଡିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories