www.samajalive.in
Saturday, December 13, 2025
26.1 C
Bhubaneswar

ଦେଶୀମଦ କରିଡର ପାଲଟିଛି ଜେନାପୁର ଅଞ୍ଚଳ, ମାସକ ମଧ୍ୟରେ ୧୦ରୁ ଅଧିକ ଗିରଫ

ଗଡମଧୁପୁର:  ଯାଜପୁର ଜିଲା ଜେନାପୁର ଅଞ୍ଚଳ ଏବେ ଦେଶୀ ମଦ କରିଡର ପାଲଟି ଯାଇଛି। ଏହି ଅଞ୍ଚଳ ଉପରେ ଏବେ ଦେଶୀ ମଦ ବେପାରୀଙ୍କ ନଜର ରହିଥିବା ଦେଖିବାକୁ ମିଳୁଛି। ପ୍ରତ୍ୟହ ଶହ ଶହ ଲିଟର ମଦ ଏହି ଅଞ୍ଚଳକୁ ବିଭିନ୍ନ ଉପାୟରେ ପ୍ରବେଶ କରୁଥିବା ବେଳେ ଜେନାପୁର ଥାନ ଅଧିକାରୀଙ୍କ ଦ୍ୱାରା ଅନେକ ସମୟରେ ଧରପଗଡ ହେବା ଦ୍ୱାରା ଏକାଧିକ ଗିରଫ ହୋଇଛନ୍ତି। ବିଗତ କେଇଦିନ ମଧ୍ୟରେ ପ୍ରାୟ ୫୦୦ଲିଟରରୁ ଅଧିକ ମଦ ଜବତ ହୋଇଛି। ସେହିପରି ଭାବରେ ଅବକାରୀ ବିଭାଗର ହିସାବକୁ ନେଲେ ମାସକ ମଧ୍ୟରେ ପ୍ରାୟ ୧୦ରୁ ଅଧିକ ଗିରଫ ହେବା ସହିତ ପାଖାପାଖା ୧୦୦୦ଲିଟରରୁ ଅଧିକ ଦେଶିମଦ ଜବତ ହୋଇଛି।

 

- Advertisement -

ଏଥି ସହିତ ଦେଶୀମଦ ବେପାରରେ ବ୍ୟବହୃତ ଇଣ୍ଡିକା, ମଟର ସାଇକେଲ ଓ ଆଜି ଏକ ବୋଲେରୋ ଗାଡି ଜବତ ହେବା ଘଟଣା ଏହି ଅଞ୍ଚଳରେ ଚାଲିଥିବା ବହୁଳ ପରିମାଣର ଦେଶୀ ମଦ କାରବାରକୁ ପଦାରେ ପକାଇଛି। ଆଜି ଜେନାପୁର ପୁଲିସ ପେଟ୍ରୋଲିଙ୍ଗ ସମୟରେ ଚଢେଇଧରା ଛକ ନିକଟରେ ଏକ ବୋଲେରୋ ନଂ ଓଆର ୧୯କେ ୬୫୦୦ କୁ ସନ୍ଦେହ କରି ଅଟକାଇବାରେ ସେଥିରେ ଦୁଇଟି ମଟର ଟ୍ୟୁବ ଭିତରେ ୧୫୦ଲିଟର ଦେଶୀ ମଦ ମହଜୁଦ ରହିଥିବା ଦେଖିବାକୁ ପାଇଥିଲେ। ପୁଲିସ ସେହି ଦେଶୀ ମଦକୁ ଜବତ କରିବା ସହିତ ଗାଡିକୁ ଅଟକ ରଖିଛି। ଏହି ଚୋରା କାରବାରରେ ସମ୍ପୃକ୍ତ ତନି ଜଣ ଯଥା ସୁକିନ୍ଦା ଥାନା ଅନ୍ତର୍ଗତ କନ୍ତିରା ଗ୍ରାମର ମଙ୍ଗୁଳୀ ବେହେରା, ଜେନାପୁର ଥାନା ଅନ୍ତର୍ଗତ କୁସ୍ତିରା ଗ୍ରାମର ମଦନ ଦଳେଇ ଓ ଢେଙ୍କାନାଳ ଜିଲାର ଭୁବନ ଥାନା ଅନ୍ତର୍ଗତ ସିନ୍ଧିକାନ୍ତି ଅଂଚଳର ଗତିକୃଷ୍ଣ ମାଝିଙ୍କୁ ଗିରଫ କରିଛି। ଜେନାପୁର ପୁଲିସ କେସ ନଂ ୨୪୫/୨୧ ଅବକାରୀ ଧାରା ୫୨(ଏ) ଅନୁଯାଇ ଏକ ମାମଲା ରୁଜୁ କରିବା ସହିତ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଆଶିଷ କୁମାର ସାହୁ ସୁଚନା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories