www.samajalive.in
Sunday, December 14, 2025
26.1 C
Bhubaneswar

ଶ୍ରାବଣ ଶନିବାର : ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ପୋଷାକ ଏବଂ ଔଷଧ ଦାନ କରନ୍ତୁ

ଶ୍ରାବଣ ମାସର ପ୍ରତ୍ୟେକ ଶନିବାରର ଖୁବ ବିଶେଷତ୍ୱ ରହିଛି। ଶ୍ରାବଣ ମାସ ଶନିବାର ଦିନ ଦାନ କରିବା ଦ୍ବାରା ଶନିଦେବଙ୍କ ବିଶେଷ କୃପା ଲାଭ ହୋଇଥାଏ ବୋଲି ମାନ୍ୟତା ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଦାନ କରିବା ଦ୍ବାରା କି ଫଳ ମିଳିବ ।
କ୍ୟାରିୟର ଓ ଚାକିରୀ ଉନ୍ନତି ପାଇଁ ଲୁହା ବସ୍ତୁର ଦାନ କରନ୍ତୁ। ଏହି ଦାନ ଶ୍ରମିକଙ୍କୁ କରିବା ଉତ୍ତମ ଅଟେ ।
ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ପୋଷାକ ଏବଂ ଔଷଧ ଦାନ କରନ୍ତୁ । ଏହା ମେଡିକାଲରେ ବା କୌଣସି ରୋଗୀଙ୍କୁ ଦାନ କରିବା ଉତ୍ତମ ଅଟେ ।
ମକଦ୍ଦମାରୁ ମୁକ୍ତି ପାଇବା ପାଇଁ କଳା ଚଣା ଓ ସୋରିଷ ତେଲ ଦାନ କରନ୍ତୁ । ଏହାକୁ କୌଣସି ଦରିଦ୍ରକୁ ଦାନ କରନ୍ତୁ।
ଆର୍ଥିକ ଅନଟନରୁ ମୁକ୍ତି ପାଇଁ ଅଶ୍ବତ୍ଥ ବୃକ୍ଷ ମୂଳରେ କ୍ଷୀର ଓ ଜଳ ରଖନ୍ତୁ । ଏକ ସୋରିଷ ତେଲରେ ଦୀପ ଜଳାଇବା ସହ ଅଶ୍ବତ୍ଥ ବୃକ୍ଷ ପରିକ୍ରମା କରନ୍ତୁ । ଏହା ପରେ ସେହି କ୍ଷୀରକୁ କୌଣସି ଗରିବକୁ ଦାନ କରନ୍ତୁ ।
ଶ୍ରାବଣର ପ୍ରତ୍ୟେକ ଶନିବାର ଦିନ ଶନିଦେବଙ୍କ ସହ ପ୍ରଭୁ ମହେଶ୍ୱରଙ୍କୁ ପୂଜା କରିବା ଉଚିତ।
ଶନିବାର ଦିନ ସମ୍ପୂର୍ଣ୍ଣ ସାତ୍ତ୍ୱିକ ଖାଦ୍ୟ ଖାଇବା ସହ ଗୋଟିଏ ବେଳା ଉପବାସ ରଖିବା ଉଚିତ।
କଳା ରଙ୍ଗର ପୋଷାକ ବଦଳରେ ନୀଳ ରଙ୍ଗର ପୋଷାକ ଧାରଣ କରନ୍ତୁ।
ପ୍ରତ୍ୟେକ ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ନିକଟରେ ଦୀପ ଲଗାଇବା ସହ ଏହାର ପରିକ୍ରମା କରିବା ଅତ୍ୟନ୍ତ ଶୁଭ ହୋଇଥାଏ।
ସନ୍ଧ୍ୟା ସମୟରେ ସ୍ନାନ କରି ନୀଳ କିମ୍ବା ଧଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ।
ସୂର୍ଯ୍ୟାସ୍ତ ପରେ ଅଶ୍ୱତ୍ଥ ବୃକ୍ଷ ନିକଟରେ ସୋରିଷ ତେଲର ଦୀପ ଲଗାଇବା ସହ , ଏକ ଜଳ ପାତ୍ରରେ ରାଶି ପକାଇ ବୃକ୍ଷ ନିକଟରେ ଅର୍ପଣ କରନ୍ତୁ ଓ ପରିକ୍ରମା ମଧ୍ୟ କରନ୍ତୁ।
ଏହା ପରେ ବୃକ୍ଷ ନିକଟରେ ଶନିଙ୍କ ମନ୍ତ୍ର ଜପ କରନ୍ତୁ।
ନିର୍ଦ୍ଧନ ବ୍ୟକ୍ତିଙ୍କୁ ଦାନ ଦିଅନ୍ତୁ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories