www.samajalive.in
Monday, December 8, 2025
13.1 C
Bhubaneswar

କେନ୍ଦୁଝର ଜିଲ୍ଲାରେ ଡାକ୍ତରଙ୍କ କାର, ଚାଲାଣ କଟୁଛି ଭୁବନେଶ୍ୱରରେ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିଜ କକା ଗୋକୁଳ ଚନ୍ଦ୍ର ମହାନ୍ତଙ୍କ ନାମରେ ଥିବା ନାଲି ରଙ୍ଗର ହୋଣ୍ଡା କାର ନମ୍ବର ଓଡି୦୨ଏଏକ୍ସ୫୦୮୨ଟି ଡାକ୍ତର ଲକ୍ଷ୍ମଣ ମହାନ୍ତଙ୍କ ସରକାରୀ କ୍ୱାର୍ଟର ସାମ୍ନାରେ ଦୀର୍ଘଦିନ ହେଲା ଠିଆ ହୋଇ ରହିଛି। ଏହି କାରରେ ଡାକ୍ତର ମହାନ୍ତ ବର୍ଷରେ ଥରେ ଅଧେ କଟକ ଯାଇଥିବା ବେଳେ ସେ କେବେ ଏହି କାର ନେଇ ଭୁବନେଶ୍ବର ଯାଇ ନାହାନ୍ତି। ଜୁଲାଇ ୨୯ ତାରିଖ ଏହି କାରଟି ପାଟଣା ଡାକ୍ତରଖାନା ପରିସରରେ ଠିଆ ହୋଇ ରହିଥିବା ବେଳେ କାରଟିର ଚାଲାଣ କିନ୍ତୁ କାଟିଛନ୍ତି ଭୁବନେଶ୍ୱର ମୋଟର ଯାନ ନୀରିକ୍ଷକ। ଏହି ଇ-ଚାଲାଣରେ ଦୃତ ଗତି ପାଇଁ ୨୦୦୦ ଟଙ୍କା ଓ ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବା କାରଣରୁ ୫ ହଜାର ଟଙ୍କା ଏହିପରି ମୋଟ ୭ ହଜାର ଟଙ୍କାର ଇ-ଚାଲାଣ ଡାକ୍ତର ଲକ୍ଷ୍ମଣ ମହାନ୍ତଙ୍କ ପାଖକୁ ଆସିଛି। ଓଏମଭିଡି କନେଷ୍ଟବଳ ସାଗରିକା ଓ ସନ୍ତୋଷ ସାକ୍ଷୀ ଥାଇ ସିଆରପି ଛକ ଫ୍ଲାଇ ଓଭରରେ କାରର ଦୃତ ଗତି ପାଇଁ ଜୋରିମାନା କରାଯିବା ଓ ଇ-ଚାଲାଣରେ କାରର ଚିତ୍ର ନଥିବା ଜଣାପଡିଛି। ତେବେ କାରଟି କେନ୍ଦୁଝର ଜିଲ୍ଲାର ପାଟଣା ଡାକ୍ତରଖାନା ପରିସରରେ ଥିବା ବେଳେ ଭୁବନେଶ୍ୱରରେ ଦୃତଗତି ପାଇଁ ଇ-ଚାଲାଣ କଟାଯିବା ପଛରେ ରହସ୍ୟ କଣ ପରିବହନ ବିଭାଗ ଏହାର ତଦନ୍ତ କରି ତାଙ୍କୁ ନ୍ୟାୟ ଦେବାକୁ ଡାକ୍ତର ମହାନ୍ତ ମତ ରଖିଛନ୍ତି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories