www.samajalive.in
Wednesday, December 10, 2025
14.1 C
Bhubaneswar

ବଲଟିକ ସାଗରରେ ଭାରତ-ରୁଷିଆ ବୃହତ ସମରାଭ୍ୟାସ

ନୂଆଦିଲ୍ଲୀ: ବଲଟିକ ସାଗରରେ ଭାରତ ଓ ରୁଷିଆ ପକ୍ଷରୁ ମିଳିତ ଭାବରେ ଏକ ବୃହତ ସମରାଭ୍ୟାସ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନେକ ଜଟିଳ ଏବଂ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ଅଭ୍ୟାସ କରାଯିବା ସହିତ ସାମୁଦ୍ରିକ ପରିଚାଳନା ସମ୍ପର୍କିତ ବହୁବିଧ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ଜୁଲାଇ ୨୮ ଓ ୨୯ ତାରିଖରେ ଅନୁଷ୍ଠିତ ଏହି ସମରାଭ୍ୟାସ ଦୁଇ ଦେଶର ନୌବାହିନୀ ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବାରେ ମାଇଲଖୁଣ୍ଟ ହେବ ବୋଲି ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି। ୨୦୦୩ରେ ଆରମ୍ଭ ହୋଇଥିବା ଏହି ସମରାଭ୍ୟାସ ‘ଇନ୍ଦ୍ର’ ଦୁଇ ଦେଶର ନୈାବାହିନୀ ମଧ୍ୟରେ ସାମରିକ ସମ୍ପର୍କରେ ଗଭୀରତାକୁ ପ୍ରଦଶିତ କରୁଥିବା କହିଛନ୍ତି ଭାରତୀୟ ନୌବାହିନୀର ମୁଖପାତ୍ର କମାଣ୍ଡର ବିବେକ ମାଧୱାଲ।

ସେ କହିଛନ୍ତି, ଭାରତର ସବୁଠାରୁ ପରାକ୍ରମୀ ଯୁଦ୍ଧ ଜାହାଜ ଆଇଏନଏସ ତାବର ରୁଷ ନୌସେନାର ୩୨୫ତ ନୌସେନା ଦିବସ ପାଳନରେ ଅଂଶଗ୍ରହଣ କରିବାକୁ ସେଣ୍ଟ ପିଟର୍ସବର୍ଗ ଯାଇଥିଲା। ସେହି ଅଭିଯାନର ଅଂଶସ୍ୱରୂପ ଏହି ସମାରାଭ୍ୟାସ ଅନୁଷ୍ଠିତ ହୋଇଛି। ଏଥିରେ ରୁଷ ନୌବାେିନୀ ପକ୍ଷରୁ ଆରଏଫଏସ ଜେଲିୟୋନି ଡୋଲ ଏବଂ ଆରଏଫଏସ ଓଦିନତୋସୋଭୋ ସାମିଲ ହୋଇଥିଲେ। କମାଣ୍ଡର ମାଧୱାଲ କହିଛନ୍ତି ଯେ ସମୟ କ୍ରମେ ଏହି ସମରାଭ୍ୟାସ ଅଧିକ ପରିପକ୍ୱତା ହାସଲ କରିବାରେ ଲାଗିଛି। ଏଥିସହିତ ପ୍ରତିବର୍ଷ ଏଥିରେ ନୂଆ ନୂଆ ବିଷୟ ସାମିଲ କରାଯିବା ସମ୍ଭାବନା ସୃଷ୍ଟି ହେଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories