ରେଙ୍ଗାଲିକେମ୍ପ : ଜିଲ୍ଲାର ପ୍ରତି ବ୍ଲକରେ ଥିବା ବିଦ୍ୟାଳୟ ଗୁଡିକରେ ପାଠ ସାଙ୍ଗକୁ ସମସ୍ତ ପ୍ରକାର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇବା,ପରିଷ୍କାର ପରିଚ୍ଛନ୍ନତା ଆଦି ବିଷୟ ପ୍ରତି ଧ୍ୟାନ ଦେବା, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥାନ ଠିକ୍ ରହିବା ଆଦି ବିଷୟ ଗୁଡ଼ିକୁ ତଦାରଖ କରି ବିଦ୍ୟାଳୟ ଗୁଡିକରେ ଉପଯୁକ୍ତ ଶିକ୍ଷା ପରିବେଶ ସୃଷ୍ଟି କରିବା ନିମନ୍ତେ ସରକାର ତୃରମୂଳ ସ୍ତରରେ କ୍ଲଷ୍ଟର୍ ସୃଷ୍ଟି କରି ପ୍ରତି କ୍ଲଷ୍ଟର ରେ ଜଣେ ଜଣେ ସିଆରସିସିଙ୍କୁ ଦାୟିତ୍ବ ଦେଇଛନ୍ତି । ଯେଉଁ ମାନେ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଅଧୀନରେ ରହି କାର୍ଯ୍ୟ କରିବେ। ଏହାଦ୍ବାରା ଶିକ୍ଷାର ମାନ ବୃଦ୍ଧି ହେବ । ତେଣୁ ସିଆରସିସିମାନେ ନିଜ ନିଜ କ୍ଲଷ୍ଟର୍ ଅନ୍ତର୍ଗତ ବିଦ୍ୟାଳୟ ଗୁଡ଼ିକୁ ମଝିରେ ମଝିରେ ପରିଦର୍ଶନ କରି ସମସ୍ୟା ଗୁଡ଼ିକ ଉଚ୍ଚ ପଦାଧିକାରୀଙ୍କ ସମ୍ମୁଖରେ ଉପସ୍ଥାପନ କରି ତାର ସୁବ୍ୟବସ୍ଥା କରିବା ଓ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଚେଷ୍ଟା କରିଥାନ୍ତି। ଏଥିପାଇଁ ସେମାନଙ୍କୁ ଏଫଟିଏ ( ପରିଦର୍ଶନ ର ନିର୍ଦ୍ଧାରିତ ମୂଲ୍ୟ) ବାବଦକୁ ବାର୍ଷିକ ଦଶ ରୁ ବାର ହଜାର ଟଙ୍କା ମିଳିଥାଏ। ଏଥିପାଇଁ ବର୍ଷର ମାର୍ଚ୍ଚ ମାସ ଶେଷ ସୁଦ୍ଧା ସିଆରସି ମାନେ ତାଙ୍କର ଟୁର ଡାଏରୀ ଜମା ଦିଅନ୍ତି ଜିଲ୍ଲାର ଡିପିସି କାର୍ଯ୍ୟାଳୟରେ । ଏପ୍ରିଲ ମାସରେ ତାଙ୍କର ଏହି ଏଫଟିଏ ତାଙ୍କୁ ମିଳିଥାଏ। ଗତ ଏପ୍ରିଲ ମାସରେ ଜିଲ୍ଲାର ସମସ୍ତ ବ୍ଲକର ସିଆରସିସି ମାନେ ଏହି ଅର୍ଥରାଶି ପାଇ ସାରିଛନ୍ତି କିନ୍ତୁ ଅତାବିରା ବ୍ଲକର ୧୪ଟି କ୍ଲୁଷ୍ଟରର ସିଆରସିସିମାନେ ଆଜି ଯାଏ ଏହି ଅର୍ଥରାଶି ପାଇନାହାନ୍ତି । ଏ ନେଇ ଡିପିସି ଅଫିସର କର୍ମଚାରୀ ମାନଙ୍କୁ ପଚାରିଲେ ଚେକ୍ ଟି ଅନ୍ୟତ୍ର ଚାଲିଯାଇଛି ବୋଲି କହୁଥିବା ଜଣାପଡିଛି । ତେବେ ଏତେ ଦିନ ପରେ ମଧ୍ୟ ଚେକଟି କିପରି ଠିକ୍ ଜାଗାରେ ପହଞ୍ଚି ପାରିନି,ଏଥିରେ କି ରହସ୍ୟ ଅଛି ବୋଲି ସିଆରସିସି ମହଲରେ ଚର୍ଚ୍ଚା ହେଉଛି । ବର୍ଷ ସାରା ସମସ୍ତ ସ୍କୁଲ୍ ଗୁଡ଼ିକୁ ପରିଦର୍ଶନ କରି ଏମାନେ ତଥ୍ୟ ସଂଗ୍ରହ କରୁଛନ୍ତି । ଜିଲ୍ଲାର ସମସ୍ତ ବ୍ଲକ୍ ପାଇ ସାରିଥିବା ବେଳେ କେବଳ ଗୋଟିଏ ବ୍ଲକ ଯେତେବେଳେ ପାଇନାହାନ୍ତି ,ଡିପିସି ଅଫିସ ଏଥିପ୍ରତି ଅଧିକ ତତ୍ପରତା ପ୍ରକାଶ କରିବା କଥା। କିନ୍ତୁ ଚେକ୍ ଟି ଅନ୍ୟତ୍ର ଚାଲିଯାଇଛି କହି ନିଜ କର୍ତ୍ତବ୍ୟ ଶେଷ କରିଦେଉଛନ୍ତି। ତେବେ ଏ ନେଇ ଜିଲ୍ଲା ଶିକ୍ଷା ବିଭାଗର ଦୃଷ୍ଟି ପଡ଼ିବା ପାଇଁ ସିଆରସିସି ମହଲରେ ଦାବି ହେଉଛି।
Popular Categories



