www.samajalive.in
Tuesday, December 9, 2025
17.1 C
Bhubaneswar

ଜୟପାଟଣା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା

ମୁଖୀଗୁଡା: ଆବାସ ଯୋଜନାରେ ଯେଉଁ ହିତାଧିକାରୀ ପ୍ରଥମ କିସ୍ତି ପାଇବାର ୪ମାସ ଭିତରେ ଘର ନିର୍ମାଣ କାର୍ୟ୍ୟ ପରିସମାପ୍ତି କରିବେ ତାଙ୍କୁ ୨୦,୦୦୦ଟଙ୍କା ଏବଂ ପ୍ରଥମ କିସ୍ତି ପାଇବାର ୬ମାସ ଭିତରେ ଘର ନିର୍ମାଣ କାର୍ୟ୍ୟର ପରିସମାପ୍ତି କରିବେ ତାଙ୍କୁ ୧୦ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି। ହେଲେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ୬୧୩ ଜଣ ହିତାଧିକାରୀ ପ୍ରୋତ୍ସାହନ ରାଶି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ଟଙ୍କା ପାଇବାପାଇଁ ହିତାଧିକାରୀଙ୍କୁ ପଞ୍ଚାୟତ କାର୍ୟ୍ୟାଳୟରୁ ବ୍ଲକ କାର୍ୟ୍ୟାଳୟକୁ ଦୌଡିବା ହିଁ ସାର ହେଉଛି।

ଗ୍ରାମାଞ୍ଚଳରେ ବସବାସ କରୁଥିବା ସମସ୍ତ ଗୃହ ଶୂନ୍ୟ ପରିବାର ଏବଂ ଯୋଉଁମାନେ କଚ୍ଚା ଏବଂ ଭଗ୍ନାବସ୍ଥା ଘରେ ବାସ କରୁଥିବେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବା ବ୍ୟବସ୍ଥା ରହିଥିଲେ ହେଁ ଜୟପାଟଣା ବ୍ଲକରେ କେତେକ ହିତାଧିକାରୀ ଯୋଜନାର ସୁଫଳ ପାଇ ପାରି ନ ଥିବା ଅଭିଯୋଗ ହେଉଛି ଧନସୁଲି ପଞ୍ଚାୟତରେ କେତେକ ହିତାଧିକାରୀଙ୍କ ଘର ସମ୍ପୂର୍ଣ୍ଣ ନ ହୋଇ ଥିଲେ ହେଁ ସେମାନେ ପୁରା ଟଙ୍କା ପାଇଥିବା ବେଳେ ଠିକାଦାରର ଚକ୍ରବ୍ୟୁହର ଶିକାର ହୋଇ ଏବେ ହରଡ଼ଘଣାରେ ପଡିଛନ୍ତି । ସେହିପରି ବ୍ଲକରେ ୨୦୧୬-୧୭ମସିହାରୁ ଅଦ୍ୟାବଧି ୬୧୩ଜଣ ହିତାଧିକାରୀ ବୋନସ ପାଇପାରୁ ନାହାନ୍ତି । ଏ ନେଇ ଡିଓଙ୍କୁ ପଚାରିବାରୁ ଅନଲାଇନ ହୋଇଛି ଖୁବଶୀଘ୍ର ମିଳିଯିବ ବୋଲି କହିଛନ୍ତି । ଆବାସ ଯୋଜନାରେ ଜୟପାଟଣା ବ୍ଲକ ରେ ବ୍ୟାପକ ଅନିୟମିତତା ହେଉଥିବା ବେଳେ ଧନସୁଲି ପଂଚାୟତର ନଲାଛୁଆଁ ଏବଂ କେନ୍ଦୁଗୁଡା ଗାଁର କେତେକ ହିତାଧିକାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାଗଜ କଲମରେ ହିଁ ସୀମିତ ରହିଯାଇଛି। ନିରୀହ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ଠିକାଦାର ଏବଂ କର୍ମଚାରୀ ସେମାନଙ୍କୁ ଠକିଥିବା ବେଳେ ଏବେ ସେମାନଙ୍କ ଘର କିପରି ସମ୍ପୂର୍ଣ୍ଣ ହେବା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଘର ନିର୍ମାଣ କାର୍ୟ୍ୟର ପରିସମାପ୍ତି ନହୋଇ କିପରି ସେମାନେ ଘର ନିର୍ମାଣ କାର୍ୟ୍ୟର ପରିସମାପ୍ତି ହୋଇଛି ବୋଲି ଦର୍ଶାଇ ଵିଲ ଉଠାଯାଇଛି ତାହାର ଏକ ଉଚ୍ଚ ସ୍ତରିୟ ତଦନ୍ତ କରା ଗଲେ ବହୁ ଦୁର୍ନୀତି ସମ୍ପର୍କରେ ଜଣାପଡିବ ବୋଲି ମତ ପ୍ରକାଶ ପାଉଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories