ଭୁବନେଶ୍ୱର: ପ୍ରବୀଣ ସାମ୍ବାଦିକ, ଓଡ଼ିଆ ଭାଷାର ସୁରକ୍ଷା ସହିତ ଜାତୀୟତାବାଦୀ ଆନ୍ଦୋଳନର ଅନ୍ୟତମ ପ୍ରବକ୍ତା, ପରାଧୀନ ଭାରତବର୍ଷର ଓଡ଼ିଶାରେ ସମ୍ବାଦପତ୍ର ସମ୍ପାଦନା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ରାଜ୍ୟର ଜନସାଧାରଣଙ୍କର ସମସ୍ୟା ସହିତ ଭାଷାଭିତ୍ତିକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଅଦମ୍ୟ ସାହସ ସଞ୍ଚୟ କରି ବିଭିନ୍ନ ଗଡ଼ଜାତରେ ଓଡ଼ିଆ ଭାଷାର ସୁରକ୍ଷା ସହିତ ବାମଣ୍ଡା ରାଜା ସାର୍ ବାସୁଦେବ ସୁତଳଦେବଙ୍କ ପ୍ରତିଷ୍ଠିତ ସମ୍ବଲପୁର ହିତୈଷିଣୀ, ଖଲ୍ଲିକୋଟରେ ପ୍ରଜାବନ୍ଧୁ ପତ୍ରିକା ସମ୍ପାଦନା, ଗଞ୍ଜାମର “ଗୁଣଦର୍ପଣ’, ବିଶ୍ୱନାଥ କରଙ୍କ ଉତ୍କଳ ମଧୁପ ସମ୍ପାଦନା କରିବା ସଙ୍ଗେସଙ୍ଗେ ଅର୍ଦ୍ଧ ଶତାଧିକ ପୁସ୍ତକ ରଚନା କରି ଓଡ଼ିଆ ଭାଷାର ବିକାଶ ସାଧନ ସହିତ ଓଡ଼ିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିଥିବା ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ୯୮ତମ ଶ୍ରାଦେ୍ଧାତ୍ସବ ଆଜି ପ୍ରତ୍ୟୁଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ତାଙ୍କ ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ କୋଭିଡ୍ ନିୟମ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ ଡଃ ସୁରେଶ ଚନ୍ଦ୍ର ଦଳେଇ, ନିର୍ଦ୍ଦେଶକ ରଂଜନ କୁମାର ଦାସ, ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ବି.ଜେ.ଡି. ସାଂସ୍କୃତିକ ସେଲ ସଂଯୋଜକ ପ୍ରବୀର ମହାନ୍ତି, ପ୍ରଣବ ପଟେଲ, ବିଶିଷ୍ଟ ବିଦ୍ୱାନ କୃଷ୍ଣକେଶବ ଷଡ଼ଙ୍ଗୀ, ଆଦର୍ଶ ଶିକ୍ଷକ କାମଦେବ ମହାପାତ୍ର, ଅଧ୍ୟାପକ ଅସିତ ଦାସ, ବିକାଶ ଗିରି, ବ୍ରଜବନ୍ଧୁ ପରିଡ଼ା, ସମିତା ମହାରଣା, ରବି ନାରାୟଣ ନନ୍ଦ, ସତ୍ୟବ୍ରତ ଜେନା, ନାରାୟଣ ଓଝା, ତନ୍ମୟ ସାମନ୍ତରାୟ, ମାମାଲି ଦାସ, ଅଶୋକ ରାଉତ, ପ୍ରସନ୍ନ ବିଶୋୟୀ ପ୍ରମୁଖ ଯୋଗଦେଇ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରିବା ସହିତ ଦୀପଦାନ କରିଥିଲେ। ଏହି ଅବସରରେ ଉପସ୍ଥିତ ବକ୍ତାମାନେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଶିଷ୍ଟ ସାମ୍ବାଦିକ ଶିଶିର ଭଟ୍ଟ ମିଶ୍ରଙ୍କୁ ନୀଳମଣି ବିଦ୍ୟାରତ୍ନ ସମ୍ମାନରେ ସମ୍ମାନିତ କରିବା ସହିତ ବାଙ୍କିବାସୀଙ୍କ ତରଫରୁ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ପ୍ରଦ୍ୟୁମ୍ନ ଶତପଥୀ, କୃଷ୍ଣକେଶବ ଷଡ଼ଙ୍ଗୀ, ଆଦର୍ଶ ଶିକ୍ଷକ କାମଦେବ ମହାପାତ୍ର, ଯୁବ ସଙ୍ଗଠକ ପ୍ରଣବ ପଟେଲ, ମାମାଲି ଦାସଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।



