www.samajalive.in
Sunday, December 14, 2025
26.1 C
Bhubaneswar

ଦେଶପ୍ରେମର ଅନନ୍ୟ ନିଦର୍ଶନ: ୪୮୦ ଫଟୋରେ ବଖାଣିଲେ କାରଗିଲ୍‍ ଯୁଦ୍ଧର ସମ୍ପୂର୍ଣ୍ଣ କାହାଣୀ

କିଛି ଲୋକଙ୍କର କେତେକ ନିଆରା କାର୍ଯ୍ୟରୁ ଦେଶ ପ୍ରତି ଥିବା ତାଙ୍କର ଆବେଗ ତଥା ଭଲପାଇବା ସ୍ପଷ୍ଟ ବାରି ହୋଇପଡ଼େ। ଏହିପରି ଜଣେ ଦେଶଭକ୍ତ ହେଉଛନ୍ତି ଜଗଦୀଶ କୁମାର ବିଷ୍ଟ। ଭାରତୀୟ ସେନା ସହିତ ତାଙ୍କର ଦୂର ଦୂରର କୌଣସି ସମ୍ପର୍କ ନାହିଁ, କିନ୍ତୁ ସୈନିକ ଓ ଶହୀଦଙ୍କ ପ୍ରତି ତାଙ୍କର ଗଭୀର ଭଲପାଇବା ଏବଂ ସମ୍ମାନ ରହିଛି। ଜଗଦୀଶ କାର୍‍ଗିଲ୍‍ ଯୁଦ୍ଧର ସମସ୍ତ ସ୍ମୃତିକୁ ସେ ସାଇତି ରଖିଛନ୍ତି।

କାରଗିଲ ଯୁଦ୍ଧ ସମୟରେ ଖବରକାଗଜରେ ଛପା ଯାଇଥିବା ଖବର ଓ ଶହୀଦଙ୍କ ସହ ଜଡ଼ିତ ଅନେକ ଫଟୋ ୨୨ ବର୍ଷ ପରେ ମଧ୍ୟ ସୁରକ୍ଷିତ ଭାବେ ରଖାଯାଇଛି। ଏହା କୌଣସି ସୈନିକ କିମ୍ବା ସରକାରୀ କର୍ମଚାରୀଙ୍କ କାହାଣୀ ନୁହେଁ। ଏ ହେଉଛି ଛତ୍ତରାଖଣ୍ଡ ତେହେରୀର ମୂଳ ବାସୀନ୍ଦା ଜଗଦୀଶ କୁମାର ବିଷ୍ଟଙ୍କର, ଯିଏକି ବର୍ତ୍ତମାନ ନୟାଗାଓଁର ସିଂଘା ଦେବୀ କଲୋନୀରେ ରହୁଛନ୍ତି।

- Advertisement -

ଜଗଦୀଶ କହିଛନ୍ତି ଯେ, ସେ କାରଗିଲ ଯୁଦ୍ଧ ସମ୍ବନ୍ଧୀୟ ୪୮୦ ଫଟୋର ସାତଟି ଆଲବମ୍‍ କରି ରଖିଛନ୍ତି, ଯାହା ସେ ସମୟରେ ଖବର କାଗଜରେ ମୁଖ୍ୟ ଖବର ଥିଲା। ବର୍ତ୍ତମାନ ସୁଦ୍ଧା ସେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ୯ଥର ଏହି ଫଟୋ ପ୍ରଦର୍ଶନୀ କରିଛନ୍ତି। କେବଳ ଏତିକି ନୁହେଁ ୨୦୧୯ରେ ସେ ସେକ୍ଟର ୧୦ ସ୍ଥିତ କଳା ସଂଗ୍ରହାଳୟରେ କାରଗିଲ୍‍ ବିଜୟ ଦିବସ ଉପଲକ୍ଷେ ହୋଇଥିବା ପ୍ରଦର୍ଶନୀରେ ମଧ୍ୟ ଅଂଶଗ୍ରହଣ କରିଥିଲେ।

ବିଷ୍ଟ କହିଛନ୍ତି ଯେ, ସେ ପୂର୍ବରୁ ଜଣେ ଫଟୋଗ୍ରାଫର ଥିଲେ, କିନ୍ତୁ ବର୍ତ୍ତମାନ ପିଲାମାନେ ତାଙ୍କ କାମ ସମ୍ଭାଳୁଛନ୍ତି ଏବଂ ତାଙ୍କର ଇଚ୍ଛା ଯେ ତାଙ୍କ ପାଖରେ ଥିବା ଏହି ବିରଳ ଫଟୋଗୁଡ଼ିକ ମାଧ୍ୟମରେ ସେ ଦେଶବାସୀଙ୍କ ମନରେ ଦେଶପ୍ରେମର ଭାବନା ସୃଷ୍ଟି କରିବେ।

ସେ କହିଛନ୍ତି, କାରଗିଲ ଯୁଦ୍ଧରେ ମୋଟ୍‌ ୫୨୭ ଭାରତୀୟ ଯବାନ ଶହୀଦ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୦୪ ଯବାନ ଉତ୍ତରାଖଣ୍ଡର ଥିଲେ। ବୋଧହୁଏ ଏମିତି କେତେଜଣ ଯବାନ ମଧ୍ୟ ଥିବେ, ଯାହାଙ୍କର ପରିବାର ସଦସ୍ୟମାନେ ମଧ୍ୟ ଜାଣି ନ ଥିବେ କିନ୍ତୁ ମୋ ପାଖରେ ସମସ୍ତ ୧୦୪ ଯବାନଙ୍କ ଫଟୋ ସହିତ ସମ୍ପୂର୍ଣ୍ଣ ବିବରଣୀ ଅଛି।

 

 

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories