www.samajalive.in
Thursday, December 11, 2025
26.1 C
Bhubaneswar

ନୋଡାଲ ହାଇସ୍କୁଲରୁ କମ୍ପ୍ୟୁଟର ଓ ପ୍ରୋଜେକ୍ଟର ଚୋରି

ଗୁରୁଡିଝାଟିଆ: କବିଚନ୍ଦ୍ର ଭୂବନେଶ୍ୱର ନୋଡାଲ ହାଇସ୍କୁଲ ଗୁରୁଡିଝାଟିଆ ପରିସରରୁ କମ୍ପ୍ୟୁଟର ଓ ପ୍ରୋଜେକ୍ଟର ଏବଂ ଅନେକ ଯନ୍ତ୍ରାଂଶ ଚୋରି ହୋଇଥିବା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମମତାମୟୀ ମହାନ୍ତି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲିଖିତ ଅଭିଯୋଗ ପରେ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ବିଦ୍ୟାଳୟକୁ ଯାଇ ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ବିଦ୍ୟାଳୟରୁ ୨ଟି ମନିଟର, ଗୋଟିଏ ୟୁପିଏସ, ଗୋଟିଏ ସିପିୟୁ, ଗୋଟିଏ ପ୍ରୋଜେକ୍ଟର ଓ ଅନ୍ୟାନ୍ୟ କମ୍ପ୍ୟୁଟର ଯନ୍ତ୍ରାଂଶକୁ ଚୋରି ହୋଇଛି। ଉଲ୍ଲେଖଯୋଗ୍ୟ କମ୍ପ୍ୟୁଟର ପ୍ରକୋଷ୍ଠର ତାଲାକୁ ଭଙ୍ଗାଯାଇନାହିଁ। କବାଟ, ଝରକା ମଧ୍ୟ ଭଙ୍ଗାଯାଇନାହିଁ। ଅଥଚ ଘର ଭିତରୁ କମ୍ପ୍ୟୁଟର ଯନ୍ତ୍ରାଂଶ ଚୋରିହେବା ଘଟଣା ଥାନା ଅଧିକାରୀଙ୍କୁ ବିସ୍ମିତ କରିଛି। ତଦନ୍ତ ସମୟରେ ଥାନା ଅଧିକାରୀ ଜାଣିବାକୁ ପାଇଥିଲେ ପ୍ରଧାନ ଶିକ୍ଷୟୀତ୍ରୀ ଶ୍ରୀମତୀ ମହାନ୍ତି ଜୈନିକ ଶିକ୍ଷକଙ୍କୁ କମ୍ପ୍ୟୁଟର ପ୍ରକୋଷ୍ଠର ଚାବି ପ୍ରଦାନ କରିଥିଲେ। ହେଲେ ଗତକାଲି ଚୋରି ହୋଇଥିବା ନେଇ ଜଣାପଡିବା ପରେ ପ୍ରଧାନଶିକ୍ଷୟିତ୍ରୀ ଥାନାରେ ଏତଲା ଦେଇଛନ୍ତି।

ସିଆରସିସି ସମରେନ୍ଦ୍ର ବିଶ୍ୱାଳ କହିଥିଲେ କମ୍ପ୍ୟୁୃଟର ଥିବା ଘର ଚାବି ପଡିଛି, ଝରକା ,କବାଟ ଭାଙ୍ଗିନାହିଁ ଅଥଚ ଚୋରି ହେବା ଘଟଣାରେ ବିଦ୍ୟାଳୟର କିଛି କର୍ମଚାରୀ ସଂପୃକ୍ତ ଥିବାର ସନ୍ଦେହ କରାଯାଉଛି। ଏହାର ସଠିକ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି କହିଥିଲେ। ଏଠାରେ ପ୍ରଶ୍ନଉଠେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ କଣ ପାଇଁ ଲକ୍ଷାଧିକ ଟଙ୍କା ମୂଲ୍ୟର କମ୍ପ୍ୟୁଟର ଥିବା ଘରର ଚାବିକୁ ଅନ୍ୟଜଣେ ଶିକ୍ଷକଙ୍କୁ ଦେଇଥିଲେ। ତାହା ମଧ୍ୟ ତଦନ୍ତ ପରିସର ହେବା ଆବଶ୍ୟକ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ବିଦ୍ୟାଳୟଟି ଥାନାର ପାଚେରୀକୁ ମଧ୍ୟ ଲାଗିଅଛି। ତେଣୁ ବାହାରର ଦୁର୍ବୁତ୍ତମାନେ ଆସି ବିଦ୍ୟାଳୟରୁ ଚୋରିକରିବା କେତେଦୂର ସମ୍ଭବ ତାହା ବୁଝାପଡୁନାହିଁ। ପୁନଶ୍ଚ କମ୍ପ୍ୟୁଟର ପ୍ରକୋଷ୍ଠ ତାଲା କିମ୍ବା ଚାବି ଭଙ୍ଗାଯାଇନାହିଁ।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories