www.samajalive.in
Tuesday, December 9, 2025
17.1 C
Bhubaneswar

ଠିକାଦାର ଖାଇଗଲା ଟଙ୍କା, ଅଧାରେ ଅଟକିଲା ଇନ୍ଦିରା ଆବାସ ଗୃହ ନିର୍ମାଣ କାର୍ଯ୍ୟ

ନବରଙ୍ଗପୁର: ଅଧାରେ ଅଟକିଲା ଇନ୍ଦିରା ଆବାସ ଗୃହ ନିର୍ମାଣ କାର୍ଯ୍ୟ। ଟଙ୍କା ଉଠାଇ ଖାଇଗଲା ଠିକାଦାର ଏପରି ଅଭିଯୋଗ ଆଣିଛନ୍ତି ଜଣେ ଆବାସ ଯୋଜନା ହିତାଧିକାରୀ। ନବରଙ୍ଗପୁର ଜିଲାରେ ଏପରି ଘଟଣା ନୂଆ ନୁହେଁ, ବିଭିନ୍ନ ସମୟରେ ଗରିବ ଆବାସ ଯୋଜନାରେ ଗୃହ ଟିଏ ପାଇ ସକ୍ଷମ ନଥିବାରୁ ମଧ୍ୟସ୍ଥି ହାତରେ ଟେକି ଦେଇଥାନ୍ତି ଗୃହ ନିର୍ମାଣ କାର୍ଯ୍ୟ କିନ୍ତୁ କିଛି ମଧ୍ୟସ୍ଥି ଆଡ଼ଭାନ୍ସ ଟଙ୍କା ପାଇବା ପରେ କିଛି ବାଲି ଗୋଡି ପକାଇ ଅଳ୍ପ କାମ କରି ବିଭିନ୍ନ ଉପାୟରେ ହିତାଧିକାରୀ ଙ୍କୁ ଭୂତେଇ ଟଙ୍କା ସବୁ ଉଠାଇ ନେଇଯାଇଥିବା ଯୋଗୁଁ ଅଧାଗଡା ହୋଇ ପଡ଼ିଅଛି ଗୃହ କାର୍ଯ୍ୟ। ଆଜକୁ ୩ବର୍ଷ ହେବ ନବରଙ୍ଗପୁର ଜିଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅଞ୍ଚଳଗୁମା ପଞ୍ଚାୟତ ର ହିର୍ମିମୁଣ୍ଡା ଗ୍ରାମର କମଳା ଜାନି ଏବଂ ଦିନୁ ଜାନି ଙ୍କୁ ୨୦୧୮-୧୯ରେ ଆବାସ ଯୋଜନାରେ ୨ଜଣକୁ ଘର ମିଳିଥିଲା। ହେଲେ ଗୃହ କାର୍ଯ୍ୟ କରିଦେବି କହି ଚିତ୍ରକୋଟ ଗ୍ରାମର ଜଣେ ମଧ୍ୟସ୍ଥି ଜଣଙ୍କ ଘର କାର୍ଯ୍ୟ ଅଧାରୁ ଛାଡି ପ୍ରାୟ ୭୦ ହଜାର ଟଙ୍କା ନେଇ ଠିକାଦାର ୪ବର୍ଷ ହେଲା ସଂପୂର୍ଣ୍ଣ କରୁନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ।

ଏ ନେଇ ସ୍ଥାନୀୟ ସରପଞ୍ଚ ଏବଂ ତେନ୍ତୁଳିଖୁଣ୍ଟି ବ୍ଲକ ପ୍ରଶାସନ ଅଧିକାରୀଙ୍କୁ ଅଵଗତ ମଧ୍ୟ କରିଥିଲେ, ଏଥି ମଧ୍ୟରେ ୩ବର୍ଷ ବିତିଗଲା ଠିକାଦାର ଙ୍କୁ ଘରକାର୍ଯ୍ୟ ସମ୍ପୂର୍ଣ କରିଦେବାକୁ କହିଲେ ଓଲଟା ଧମକ ଦେଉଥିବା କହିଛନ୍ତି ହିତାଧିକାରୀ। ନିରକ୍ଷର ନୀରିହ ସରଳ ଆଦିବାସି ମାନଙ୍କ ସରଳତା ଦେଖି ଭରପୁର ଫାଇଦା ନେଉଛନ୍ତି ଠିକାଦାର। ଏହି ପଂଚାୟତ ରେ ଏପରି ଜଣେ କି ଦୁଇଜଣ ନୁହେଁ ବହୁତ ଲୋକଙ୍କ ଟଙ୍କା ମଧ୍ୟସ୍ଥି ନେଇଯାଇ ଘର ଗୁଡିକ ଅସମ୍ପୂର୍ଣ ହୋଇ ପଡ଼ିରହିଛି। ଏ ନେଇ ତେନ୍ତୁଳିଖୁଣ୍ଟି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ ହୋଇପାରିନାହଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories