www.samajalive.in
Wednesday, December 10, 2025
16.1 C
Bhubaneswar

ସନ୍ଧ୍ୟା ୬ଟା – ମୁଖ୍ୟ ଖବର

–ଭାରତୀୟ ରିଜର୍ଭ ବ୍ୟାଙ୍କ-ଆରବିଆଇର କେନ୍ଦ୍ରୀୟ ବୋର୍ଡରେ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବର୍ଗର ୭ ଜଣଙ୍କ ସମେତ ୯ ଜଣ ଅଣ-ସରକାରୀ ନିର୍ଦ୍ଦେଶକ ନିଯୁକ୍ତ ହୋଇନଥିବାରୁ ଅସୁବିଧା ସୃଷ୍ଟି ହେଉଥିବା ଜଣାପଡିଛି।

–ଆଜି ହାଇଦରଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ହାଇଦରଙ୍କ ଶରୀରରୁ ୪ଟି ଗୁଳି ବାହାରିଛି। ସେଥିମଧ୍ୟରୁ ୨ଟି ଗୁଳି ପଞ୍ଜରାରୁ ଓ ୨ଟି ଜଙ୍ଘରୁ ବାହାରିଛି । ବ୍ୟବଚ୍ଛେଦ ପରେ ହାଇଦରଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି।

- Advertisement -

–୪ ଦିନିଆ ଲଦାଖ ଓ ଜମ୍ମୁକାଶ୍ମୀର ଗସ୍ତରେ ଯାଇ ଆଜି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗ୍ରୀଷ୍ମ ରାଜଧାନୀ ଶ୍ରୀନଗରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ଭାବେ ଆଜି ଚାରି ବର୍ଷ ପୂରଣ କରିଥିବା ଶ୍ରୀ କୋବିନ୍ଦଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି।

–ଓଡିଶାର ସମ୍ବଲପୁର ଜିଲା ଜୁଜୁମରା ବ୍ଲକର ଆଦିବାସୀ ଯୁବକ ଇସାକ ମୁଣ୍ଡାଙ୍କୁ ଆଜି ମନ୍ କି ବାତ୍ ରେ ପ୍ରଧାନମନ୍ତ୍ରୀ ପ୍ରଂଶସା କରିଛନ୍ତି। ଦିନ ମଜୁରିଆ ଭାବେ କାମ କରୁଥିବା ଇସାକ ଏବେ ୟୁଟ୍ୟୁବରେ ଭିଡିଓ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି।

–ତାଙ୍କର ଏଭଳି ନିଆରା ଚିନ୍ତାଧାରା ଓ କାର୍ଯ୍ୟଶୈଳୀ ପାଇଁ ସେ ଆଜି ଓଡିଶାର ଯୁବପିଢୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ପଖାଳ ଖାଦ୍ୟ ଖାଇବା ଏବଂ ଗ୍ରାମୀଣ ଜୀବନ ଶୈଳୀକୁ ଭିଡିଓ କରି ସମସ୍ତଙ୍କ ପାଖରେ ପହଂଚାଇବାରେ ସେ ସଫଳ ହୋଇପାରିଛନ୍ତି।

–ଅଲିମ୍ପିକ୍‌ ପଦକ ବିଜେତା ଚାନୁଙ୍କୁ ଆଜୀବନ ମାଗଣାରେ ପିଜ୍ଜା ଯୋଗାଇବାକୁ ଘୋଷଣା କରିଛି ଡୋମିନୋସ୍‌ ଇଣ୍ଡିଆ। ଡୋମିନୋସ୍ ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରୁ ଟ୍ବିଟ୍‌ କରି ଏହି ଘୋଷଣା କରିଛି।

–ତୁରନ୍ତ ପୌର ନିର୍ବାଚନ କରାନଗଲେ ରାଜ୍ୟ ନିର୍ବାଚନ କମିଶନଙ୍କ ବିରୁଦ୍ଧରେ ମହାଅଭିଯୋଗ ପ୍ରସ୍ତାବ ଆଣିବ ବିଜେପି। ରାଜ୍ୟ ସରକାର ଏବଂ ରାଜ୍ୟ ନିର୍ବାଚନ କମିଶନ ତୁରନ୍ତ ପୌର ନିର୍ବାଚନ କରନ୍ତୁ :ସମୀର ମହାନ୍ତି

–ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୯ ତମ ମନ କି ବାତ୍‍ ; ଟୋକିଓ ଅଲିମ୍ପିକ୍ସ ପାଇଁ ଯାଇଥିବା ଖେଳାଳୀଙ୍କୁ କଲେ ଭୂୟସୀ ପ୍ରଶଂସା ;  କାଲିର କାର୍ଗିଲ ବିଜୟ ଦିବସ ପାଳନ ନେଇ ମନେ ପକାଇଲେ ମୋଦୀ ; ଜୁଲାଇ ୨୬ କାର୍ଗିଲ ବିଜୟ ଦିବସକୁ ଅମୃତ ମହୋତ୍ସବ ଭାବେ ପାଳନ ହେବ

–ଦେଶରେ ୨୪ ଘଣ୍ଟାରେ ଆଉ ୩୯,୭୪୨ ନୂଆ କରୋନା ସଂକ୍ରମିତ ଚିହ୍ନଟ। ଚିକିତ୍ସାଧୀନ ଅବସ୍ଥାରେ ଆଉ ୫୩୫ ଆକ୍ରାନ୍ତଙ୍କ ମୃତ୍ୟୁ ; ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୨୦,୫୫୧। ଦିନକରେ ଆଉ ୩୯,୯୭୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏଯାଏଁ ୩,୦୫,୪୩,୧୩୮ ସୁସ୍ଥ

–୪,୦୮,୨୧୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ। ଏପର୍ଯ୍ୟନ୍ତ ୪୩,୩୧,୫୦,୮୬୪ ଟିକା ନେଇ ସାରିଛନ୍ତି

–ରାଜ୍ୟରେ ଆଜି ୧୮୩୩ ନୂଆ କୋଭିଡ ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୪୯୦ ; ସଙ୍ଗରୋଧରୁ ୧୦୬୨ ଓ ସ୍ଥାନୀୟ ଅଂଚଳରୁ ୭୭୧। ରାଜ୍ୟରେ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ୬୭ ଜଣକ ମୃତ୍ୟୁ ; ମୃତ୍ୟୁସଂଖ୍ୟା ୫୫୧୧କୁ ବୃଦ୍ଧି

–ପାଣିରେ ବୁଡି ବାଲେଶ୍ବର ଜିଲା ଚକ ଛାନୁଆ ଗାଁର ଦୁଇ ଭଉଣୀ ମୃତ

–ଅଲିମ୍ପିକ୍ସ ବକ୍ସିଂ ଫ୍ଲାଇୱେଟ୍‌ ପ୍ରଥମ ରାଉଣ୍ଡ ଜିତିଲେ ମାରିକମ୍‌

–ତାମୁଳିଆ ପୋଲ ଉପରେ ଜଳିଗଲା ଡମ୍ଫର, ଅଳ୍ପକେ ବର୍ତ୍ତିଲେ ଚାଳକ

–ସୁକମା ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ

–କୁଲଗାମ୍ ଏନକାଉଣ୍ଟରରେ ଜଣେ ଆତଙ୍କୀ ନିପାତ, ତଲାସୀ ଅଭିଯାନ ଜାରି

–୬ ଦିନ ପାଇଁ କେନ୍ଦ୍ରାପଡ଼ାରେ ୧୪୪ ଧାରା

–ଖୁବ ଶୀଘ୍ର ରାଜ୍ୟ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା : ୫ ଲକ୍ଷ କର୍ମଚାରୀ ଓ ପେନସନ ଭୋଗୀ ଉପକୃତ ହେବେ

–ଭାରତ ସୀମାରେ ୧୬ ବିମାନଘାଟି ନିର୍ମାଣ କରୁଛି ଚୀନ୍‌

–ଲଦାଖ ସୀମାକୁ ଭାରତ ପଠାଇଲା ଅତିରିକ୍ତ ୧୫ହଜାର ସୈନ୍ୟ

–ବଦଳ ଖେଳାଳି ଭାବେ ଇଂଲଣ୍ଡ ଯିବେ ପୃଥ୍ବୀ, ସୂର୍ୟ୍ୟ ଓ ଜୟନ୍ତ

–ପ୍ରମୋଦ ଦେଶର ଶ୍ରେଷ୍ଠ ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌

–କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟକୁ ଜ୍ଞାନବାପି ମସ୍‌ଜିଦ ଦେଲା ୧୭୦୦ ବର୍ଗଫୁଟ ଜମି

–ମହାରାଷ୍ଟ୍ର ମୃତ୍ୟୁ ସଂଖ୍ୟା ୧୫୫, ଆହୁରି ୬୦ ନିଖୋଜ

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories