www.samajalive.in
Thursday, December 11, 2025
16.1 C
Bhubaneswar

ତୁରନ୍ତ ପୌର ନିର୍ବାଚନ କରାନଗଲେ ରାଜ୍ୟ ନିର୍ବାଚନ କମିଶନଙ୍କ ବିରୁଦ୍ଧରେ ମହାଅଭିଯୋଗ ପ୍ରସ୍ତାବ ଆଣିବ ବିଜେପି

 ରାଜ୍ୟ ନିର୍ବାଚନ କମିଶନ ନିଜର ସାମ୍ବିଧାନିକ ଦାୟୀତ୍ୱ ଭୁଲି ରାଜ୍ୟ ସରକାରଙ୍କ ଅଧିନରେ ପରିଚାଳିତ ହେଉଛି :ପୀତାମ୍ବର ଆଚାର୍ଯ୍ୟ
 ପୌର ନିର୍ବାଚନ କରିବା ପାଇଁ ବିଜେପି ୭ ଦିନ ଭିତରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ
 ୩ ବର୍ଷ ପାଖାପାଖି ବିତିଲା ପରେ ବି ରାଜ୍ୟ ସରକାର ପୌର ନିର୍ବାଚନ କରିପାରିଲେ ନାହିଁ
 ଜନପ୍ରତିନିଧୀ ନଥିବା କାରଣରୁ ଅନେକ ସରକାରୀ ଯୋଜନା ସାଧାରଣ ଜନତାଙ୍କ ପାଖରେ ପହଂଚି ପାରୁନାହିଁ

ଭୁବନେଶ୍ୱର:ଦୀର୍ଘ ୩ ବର୍ଷ ଧରି ରାଜ୍ୟରେ ଏନଏସି ଓ ପୌରାଞ୍ଚଳମାନଙ୍କରେ ଜନ ପ୍ରତିନିଧି ନାହାଁନ୍ତି। ଏବେ ସମସ୍ତ କାର୍ଯ୍ୟ ସରକାରୀ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଛି। ଏହା ଦ୍ୱାରା ସହରାଞ୍ଚଳରେ ବସବାସ କରୁଥିବା ନାଗରିକମାନେ ଅନେକ ସରକାରୀ ସୁବିଧାରୁି ବଞ୍ଚିତ ରହୁଛନ୍ତି। କେନ୍ଦ୍ର ସରକାର ବାସଗୃହ, ପାନୀୟ ଜଳ, ସ୍ୱେରେଜ, ଆଲୋକ ବ୍ୟବସ୍ଥା ପାଇଁ ବ୍ୟାପକ ଅର୍ଥ ପ୍ରଦାନ କରୁଥିଲେ ସୁଦ୍ଧା ସରକାରୀ ଅଧିକାରୀମାନେ କେନ୍ଦ୍ରୀୟ ଅର୍ଥକୁ ହରିଲୁଟ୍ କରୁଛନ୍ତି। ଏହା ଗଣତନ୍ତ୍ର ପ୍ରତି ବିପଦ। ରାଜ୍ୟ ସରକାର ଏବଂ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟରେ ତୁରନ୍ତ ପୌର ଏବଂ ପଞ୍ଚାୟତ ନିର୍ବାଚନ କରିବାକୁ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।
ରାଜ୍ୟରେ ଗତ ୨୦୧୮ ସେପ୍ଟେମ୍ବର ମାସରୁ ପୌର ନିର୍ବାଚନ ହୋଇ ନାହିଁ। ଏହା ଭିତରେ ୩ ବର୍ଷ ବିତିଗଲାଣି। ଅର୍ବାନ ଲୋକଲ ବଡିର ନିର୍ବାଚନ ନକରାଇବା ପାଇଁ ଜଣେ ଓଏଏସଙ୍କୁ ନିର୍ବାଚନ ଅଧିକାରୀ ଭାବେ ରାଜ୍ୟ ସରକାର ସେତେବେଳେ ନିଯୁକ୍ତି କରାଯାଇଥିଲା। ସେ ମଧ୍ୟ ତାଙ୍କ କାର୍ଯ୍ୟରେ ସଫଳ ହେଲେ। ଏହା ମଧ୍ୟରେ ୩ ବର୍ଷ ପାଖାପାଖି ବିତିଲା ପରେ ବି ରାଜ୍ୟ ସରକାର ପୌର ନିର୍ବାଚନ କରିପାରିଲେ ନାହିଁ। ପଞ୍ଚାୟତ ନିର୍ବାଚନ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ସରକାରଙ୍କୁ ଚିଠି ଲେଖିଲେଣି। କିନ୍ତୁ ସେ ପୌର ନିର୍ବାଚନ କଥା ଉଠାଉ ନାହାଁନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ପୌର ନିର୍ବାଚନ କରିବା ପାଇଁ ଯଦି ହାଇକୋର୍ଟଙ୍କ ଦ୍ୱାରସ୍ଥ ନହୁଅନ୍ତି ତେବେ ବିଜେପି ୭ ଦିନ ଭିତରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ସଂସଦରେ ମହାଅଭିଯୋଗ ପ୍ରସ୍ତାବ ଆଣିବ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ଚେତାବନୀ ଦେଇଛନ୍ତି।
ପୌରସଂସ୍ଥାର କାର୍ଯ୍ୟଭାର ସରକାରୀ ବାବୁ ମାନେ ଏବେ ସମ୍ଭାଳୁଛନ୍ତି। ଲୋକଙ୍କ ସମସ୍ୟା ଶୁଣିବା ପାଇଁ ଜନ ପ୍ରତିନିଧୀମାନେ ନିର୍ବାଚନ ଲଢିଥାନ୍ତି। ଜନପ୍ରତିନିଧୀ ନଥିବା କାରଣରୁ ଅନେକ ସରକାରୀ ଯୋଜନା ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ପାରୁନାହିଁ। ଜିଲାପଳଙ୍କ କାର୍ଯ୍ୟାଳୟ ଦୁର୍ନୀତିର ପେଣ୍ଠସ୍ଥଳୀ ପାଲଟିଛି। ରାଜ୍ୟ ନିର୍ବାଚନ କମିଶନ ନିଜର ସାମ୍ବିଧାନିକ ଦାୟୀତ୍ୱ ଭୁଲି ରାଜ୍ୟ ସରକାରଙ୍କ ଅଧିନରେ ପରିଚାଳିତ ହେଉଛି। କମିଶନଙ୍କୁ ରାଜ୍ୟ ସରକାର ଅନୁକମ୍ପା ଦେଖାଇ ପଦବୀ ଦେଇଥିବାରୁ ସେ ଗୋଡାଣିଆ ହୋଇ ରହିଛନ୍ତି। କେଉଁ ପରିପ୍ରେକ୍ଷୀରେ କାହା ଇଙ୍ଗିତରେ ରାଜ୍ୟ ନିର୍ବାଚନ କମିଶନ ପୌର ନିର୍ବାଚନ କରୁନାହାଁନ୍ତି ଏବଂ ଜନ ପ୍ରତିନିଧୀଙ୍କୁ ସେମାନଙ୍କ ଅଧିକାରରୁ କାହିଁକି ବଂଚିତ ରଖାଯାଇଛି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି।
ଭାରତୀୟ ନିର୍ବାଚନ କମିଶନ ପରି ରାଜ୍ୟ ନିର୍ବାଚନ କମିଶନଙ୍କୁ ସଂସଦରେ ମହା ଅଭିଯୋଗ ପ୍ରସ୍ତାବରେ ବହିଷ୍କାର କରାଯାଇ ପାରିବ। ୫ ବର୍ଷ ପୂରିବା ପରେ ଯେପରି ଲୋକସଭା ଓ ବିଧାନସଭା ନିର୍ବାଚନ କରାଯାଉଛି, ଠିକ୍ ସେହିପରି ପୌର ଓ ପଞ୍ଚାୟତ ନିର୍ବାଚନ ଅବଧି ସରିବା ପରେ ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ କରିବାକୁ ବାଧ୍ୟ। କିନ୍ତୁ ସେ ତାହା ନକରି ରାଜ୍ୟ ସରକାରଙ୍କ ଇଙ୍ଗିତରେ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଓ ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories