www.samajalive.in
Monday, December 8, 2025
27.1 C
Bhubaneswar

ଖଦି କିଣନ୍ତୁ: ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ନାଗରିକମାନଙ୍କୁ ଖଦି ଉତ୍ପାଦ କିଣିବାକୁ କହିଛନ୍ତି କାରଣ ଏହା ଦେଶର ଗରିବ ବୁଣାକାରଙ୍କ ପାଇଁ ଲାଭଦାୟକ ଅଟେ। ମୋଦୀ କହିଛନ୍ତି, ‘ଯେବେ ବି, ଯେଉଁଠାରେ ଆପଣ ଖଦି ଉତ୍ପାଦ କିଣନ୍ତି, ଏହା ଆମର ଗରିବ ବୁଣାକାର ଭାଇ ଓ ଭଉଣୀମାନଙ୍କୁ ଲାଭ ଦିଏ। ସେଥିପାଇଁ ଖଦି କିଣିବା ହେଉଛି ଲୋକଙ୍କ ସେବା, ଦେଶ ପାଇଁ ସେବା ବୋଲି ଶ୍ରୀ ମୋଦୀ ତାଙ୍କର ମାସିକ ରେଡିଓ ପ୍ରସାରଣ ‘ମନ୍ କି ବାତ’ର ୭୯ତମ ସଂସ୍କରଣରେ କହିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି ଯେ ଅଗଷ୍ଟ ୭ରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହେବ ଏବଂ ଲୋକମାନେ ଖଦି ଉତ୍ପାଦ କ୍ରୟ କରି ଏହି ଦିନଟି ପାଳନ କରିଥାନ୍ତି। ଜାତୀୟ ହସ୍ତତନ୍ତ ଦିବସର ଏକ ଉଲ୍ଲେଖନୀୟ ଐତିହାସିକ ପୃଷ୍ଠଭୂମି ରହିଛି। ୧୯୦୫ ମସିହାରେ ଏହି ଦିନ ସ୍ବେଦେଶୀ ଆନ୍ଦୋଳନ ଆରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି।

- Advertisement -

ସେ କହିଛନ୍ତି ଯେ ଦେଶର ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଞ୍ଚଳରେ ହ୍ୟାଣ୍ଡଲୁମ୍ ହେଉଛି ଏକ ପ୍ରମୁଖ ଆୟ। ଏହା ହେଉଛି ଏଭଳି ଏକ କ୍ଷେତ୍ର ଯେଉଁଥିରେ ଲକ୍ଷ ଲକ୍ଷ ମହିଳା, ବୁଣାକାର ଏବଂ କାରିଗର ରହିଛନ୍ତି। ଆପଣଙ୍କ ତରଫରୁ ଛୋଟ ପ୍ରୟାସ ମଧ୍ୟ ବୁଣାକାରମାନଙ୍କ ପାଇଁ ନୂତନ ଆଶା ସୃଷ୍ଟି କରିବ। କିଛି କିଣନ୍ତୁ ଏବଂ ଅନ୍ୟମାନଙ୍କ ସହିତ ଆପଣଙ୍କର ଚିନ୍ତାଧାରା ମଧ୍ୟ ଅଂଶୀଦାର କରନ୍ତୁ … ବର୍ତ୍ତମାନ ଆମେ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛୁ ଏବଂ ଏହା ନିଶ୍ଚିତ ଭାବରେ ଆମର ଦାୟିତ୍ୱ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି, ୨୦୧୪ ମସିହା ପରଠାରୁ ଆମେ ମନ କି ବାତରେ ଖଦି ବିଷୟରେ କଥା ହେଉଛେ। କେବଳ ଆପଣଙ୍କ ଉଦ୍ୟମ ହେତୁ ଆଜି ଖଦିର ବିକ୍ରି ବହୁଗୁଣିତ ହୋଇଛି। କେହି ଭାବି ପାରିବେ କି ଯେ କୌଣସି ଖଦି ଷ୍ଟୋର୍‌ରେ ବିକ୍ରି ଏକ କୋଟି ଟଙ୍କା ଅତିକ୍ରମ କରିବ। କିନ୍ତୁ ଆପଣ ମଧ୍ୟ ଏହା ସମ୍ଭବ କରିଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories