www.samajalive.in
Wednesday, December 10, 2025
26.1 C
Bhubaneswar

ସମାଜକୁ ସୁସଙ୍ଗଠିତ କରାଗଲେ ରାଷ୍ଟ୍ରର ବିକାଶ ସମ୍ଭବ

ବୌଦ୍ଧ: ବ୍ୟାସଦେବ ଜୟନ୍ତୀ ଅବସରରେ ବୌଦ୍ଧଜିଲା ବ୍ରାହ୍ମଣ ସମାଜ ପକ୍ଷରୁ ଶ୍ରୀଚନ୍ଦ୍ରଚୂଡ ମନ୍ଦିର ପରିସରରେ ବୌଦ୍ଧ ଜିଲାର ସମସ୍ତ ସମାଜକୁ ଏକତ୍ରିତ କରି ଗୁରୁ ପୁର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଥିଲା। ବ୍ରାହ୍ମଣ ସମାଜ ପକ୍ଷରୁ ଗୁରୁ ପୁଜନ କାର୍ଯ୍ୟକ୍ରମ କରିବା ସହିତ ବିଶ୍ୱଶାନ୍ତ ଯଜ୍ଞ ପଣ୍ଡିତ ରଂଜିତ ପ୍ରସାଦ ହୋତାଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ବ୍ରାହ୍ମଣ ସମାଜର ସଭାପତି ଗୁରୁ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ସଭାରେ ସଂପାଦକ ଦେବାଶିଷ ପୁରୋହିତ ଆଲୋଚନା ସଭାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ। ବିଭିନ୍ନ ସମାଜରୁ ଉପସ୍ଥିତ ରହିଥିବା କାର୍ଯ୍ୟକର୍ତାମାନେ ନିଜ ନିଜ ମତପ୍ରକାଶ କରି କହିଥିଲେ ଯେ ବର୍ତମାନ ସମସ୍ତ ସମାଜ ଅଧଃ ପତନ ଆଡକୁ ଗତି କରୁଛି। ଏହାକୁ ପୁନର୍ବାର ସୁସଙ୍ଗଠିତ କରାଯାଇ କାର୍ଯ୍ୟରେ ଲଗାଇବା ପାଇଁ ସାମୁହିକ ଉଦ୍ୟମର ଆବଶ୍ୟକତା ରହିଛି।

ଏହି ବୈଠକରେ କରଣ ସମାଜ ପକ୍ଷରୁ ସଭାପତି ଫଣିରଂଜନ ପଟନାୟକ ଓ ସଂପାଦକ ପ୍ରଦିପ କୁମାର ମହାନ୍ତି, ପାଟରା ସମାଜ ପକ୍ଷରୁ ସଭାପତି ବିଶ୍ୱେଶ୍ୱର ପୃଷ୍ଟି ଓ ସଂପାଦକ ଅରୁଣ କୁମାର ସାହୁ, ଗନ୍ଧମାଳି ସମାଜ ପକ୍ଷରୁ ନୀଳକଣ୍ଠ ବେହେରାମାଳି, ପଣ୍ଡରା ମାଳି ସମାଜ ପକ୍ଷରୁ ସଭାପତି ହନୁମନ୍ତ ଭୋଇ, ସଂପାଦକ ସୁଶିଲ କୁମାର ଭୋଇ, ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଉପଦେଷ୍ଟା ବିଚିତ୍ର କୁମାର ସାହୁ, ସଂପାଦକ ବିଜୟ କୁମାର ସାହୁ ଓ ପ୍ରବାସ ପୃଷ୍ଟି, ମଧୁବୈଶ୍ୟ ଗୁଡିଆ ସମାଜ ପକ୍ଷରୁ ସଭାପତି ବୈକୁଣ୍ଠ କୁମାର ସାହୁ ଓ ସଂପାଦକ ଗଜେନ୍ଦ୍ର କୁମାର ସାହୁ, ବୈଶ୍ୟ ସାମାଜ ପକ୍ଷରୁ ସଭାପତି ଅରକ୍ଷିତ ପାତ୍ର, ସଂପାଦକ ଇ. ନରେନ୍ଦ୍ର କୁମାର ପାତ୍ର ଏବଂ ଇ କେଦାରନାଥ ପାତ୍ର, ଗୋପାଳ ଯାଦବ ସମାଜ ପକ୍ଷରୁ ଉପଦେଷ୍ଟା ରବିନ୍ଦ୍ର କୁମାର ରାଉତ, ଡୁମ୍ବାଳ ପରିଷଦ ପକ୍ଷରୁ ରାଜ୍ୟ ସଭାପତି ସୂଧି କୁମାର କର୍ଣ୍ଣ, କୁଲତା ସମାଜ ପକ୍ଷରୁ ସଂପାଦକ ସୂଧିର କୁମାର ନାଏକ, ବାରିକ ସମାଜ ପକ୍ଷରୁ ସଭାପତି ବେଣୁଧର ସାମଲ, ସଂପାଦକ ତପନ କୁମାର ବାରିକ, ନିଆଳି କୈବର୍ତ ସମାଜ ପକ୍ଷରୁ ସଭାପତି ଏକାଦଶୀ ବାଘ, ଉପଦେଷ୍ଟା ନିରୋଦ କୁମାର ସେଠୀ, ଓ କୋଷାଧ୍ୟକ୍ଷ ବିଜୟ କୁମାର ବାରିକ ଉପସ୍ଥିତ ରହିଥିଲେ। ଆସନ୍ତା ଆଶ୍ୱିନ ମାସରେ କରଣ ସମାଜର ନେତୃତ୍ୱରେ ବୈଠକ ଆୟୋଜନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।କାର୍ଯ୍ୟକାରୀ ସଦସ୍ୟ ସୁଶାନ୍ତ କୁମାର ମହାପାତ୍ର ସମାଜର କାର୍ଯ୍ୟକର୍ତାମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଉପଦେଷ୍ଟା ସିଦ୍ଧେଶ୍ବର ଯୋଶୀ, କାର୍ଯ୍ୟକାରୀ ସଦସ୍ୟ ଶଶାଙ୍କ ଶେଖର ମିଶ୍ର, ହରିଶପ୍ରସାଦ ବିଶି ପରିଚାଳନା କରିଥିଲେ। ଶେଷରେ ଆଶୁତୋଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories