www.samajalive.in
Wednesday, December 10, 2025
26.1 C
Bhubaneswar

ଡାକ୍ତରଙ୍କ ଅନୁପସ୍ଥିତିରେ ରୋଗୀ ହନ୍ତସନ୍ତ, ରାସ୍ତାକୁ ଓହ୍ଲାଇଲେ ଆନ୍ଦୋଳନକାରୀ

ମୋହନା: ରା.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ଖ୍ରୀଷ୍ଟିଆନ ସାହିର ରାଜେନ୍ଦ୍ର ଜେନା ଗାଧୁଆ ଘରେ ପଡ଼ିଯିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରାୟ ୧୦୦ ମିଟର ଦୂରରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ବହୁ ସମୟ ଅପେକ୍ଷା କରିବା ସତ୍ତ୍ଵେ ମଧ୍ୟ କୌଣସି ଡାକ୍ତର ତାଙ୍କୁ ଚିକିତ୍ସା କରିବା ପାଇଁ ପାଖକୁ ଆସିନଥିଲେ। ଖବର ନେବା ପରେ ଜଣାପଡ଼ିଲା ସ୍ୱାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ୫ ଡାକ୍ତର ମଧ୍ୟରୁ କେହି ମଧ୍ୟ ମେଡିକାଲରେ ଉପସ୍ଥିତ ନଥିଲେ। ୩ ଜଣ ଡାକ୍ତର ପିଜି ପରୀକ୍ଷା ଦେବାପାଇଁ ଯାଇଥିବା ବେଳେ ଜଣେ ଡାକ୍ତର ପାରଳାଖେମୁଣ୍ଡିରେ କୋଭିଡ ଡ୍ୟୁଟି କରୁଛନ୍ତି। ଆଉ ଜଣେ ଡାକ୍ତର ମଧ୍ୟ ମେଡିକାଲରେ ଅନୁପସ୍ଥିତି ଥିବା ସଂପର୍କିୟମାନେ କହିଛନ୍ତି। ମେଡିକାଲର ଏଭଳି ପରିସ୍ଥତି ଦେଖି ରୋଗୀଙ୍କୁ ଆଣିଥିବା ସମ୍ପର୍କୀୟମାନେ ବିରକ୍ତ ପ୍ରକାଶ କରିଥିଲେ।

ମେଡିକାଲରେ ଡାକ୍ତର ଅନୁପସ୍ଥିତି ଖବର ପାଇ ଅଚାନକ ଶତାଧିକ ମହିଳା ଓ ପୁରୁଷ ମିଶି ମେଡିକାଲ ମୁହଁରେ ରାସ୍ତାରୋକ କରିଥିଲେ। ଜିଲ୍ଲାପାଳ ନଆସିଲେ ରାସ୍ତାରୋକ ହଟିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ ଆନ୍ଦୋଳନକାରୀ। ରୋଗୀର କଣ ହେଲେ କିଏ ଦାୟୀ ହେବ ବୋଲି ମଧ୍ୟ ପଚାରିଥିଲେ। ଏପଟେ ଅସୁସ୍ଥ ରାଜେନ୍ଦ୍ର ଜେନାଙ୍କ ମୃତ୍ୟୁ ହୋଇଯାଇଥିବା ଶୁଣାଯାଉଥିବା ବେଳେ ଏନେଇ ସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଥିଲା। ୪ ଘଣ୍ଟା ଧରି ଜାତୀୟ ରାଜପଥ-୩୨୬ ଅବରୋଧ ହୋଇଥିଲା। ଯାହାଫଳରେ ବ୍ରହ୍ମପୁର-ପାରଳାଖେମୁଣ୍ଡି-ମୋହନାକୁ ଗମନାଗମନ ଠପ୍ ହୋଇଯାଇଥିଲା। ଖବର ପାଇ ବିଡିଓ ପ୍ରଦୀପ ନାୟକ ଘଟଣାସ୍ଥଳରେ ପହଞ୍ଚି ଉତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। କିଛି ଘଣ୍ଟା ପରେ ଡାକ୍ତର ସୁଧାଂଶୁ ଶେଖର ପଣ୍ଡା ଆସି ରୋଗୀ ରାଜେନ୍ଦ୍ର ଜେନାଙ୍କ ଘରେ ହିଁ ମୃତ୍ୟୁ ଘଟିଛି ମେଡିକାଲରେ ନୁହେଁ ବୋଲି କହିଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା କରି ଶାନ୍ତି ରକ୍ଷା କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories