www.samajalive.in
Wednesday, December 10, 2025
26.1 C
Bhubaneswar

ବୌଦ୍ଧଜିଲା ଗାଡି ଚାଳକ ମହାସଂଘ ବୈଠକ

ବୌଦ୍ଧ: ବୌଦ୍ଧଜିଲା ଗାଡିଚାଳକ ମହାସଂଘର ବୈଠକ ବାଉଁଶୁଣୀଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିଥି ଭାବରେ ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ମେଣ୍ଡିଲି ଓ ସମ୍ମାନ୍ନିତ ଅତିଥି ଭାବରେ ସମ୍ବଲପୁର ଜିଲା ଆଡମିନ ସନାତନ ପରିଡା,ସୁଜିତ ସ୍ୱାଇଁ,ବିପିନ ବିହାରୀ ବ୍ରହ୍ମ,କୈଳାଶ ଚନ୍ଦ୍ର ସାହୁ,ବ୍ଲକ ଆଡମିନ ଜିତେନ୍ଦ୍ର ପ୍ରଧାନ,ରାଜେଶ ଯତି,ଶେଷଦେବ ମହାକୁଳ,ବିନୋଦ ଲଉରିଆ,ବାଉଁଶୁଣୀ ମା ମାହେଶ୍ୱରୀ ଗାଡି ଚାଳକ ସଂଘର ସଭାପତି ଆନନ୍ଦ ଖଟୁଆ,ସମ୍ପାଦକ ପଦ୍ମଲୋଚନ ମହଲା ପ୍ରମୁଖ ଯୋଗଦେଇଥିଲେ। ବୈଠକରେ କରୋନା ମହାମାରୀ ସମୟରେ ଗାଡିଚାଳକମାନଙ୍କ ଜୀବନ ଜିବିକା ଠପ ହୋଇଯାଇଥିବା ବେଳେ ସେମାନଙ୍କ ପରିବାର ଭୋକ ଉପବାସରେ ରହୁଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା।

ତେଣୁ ରାଜ୍ୟ ସରକାର ଗାଡିଚାଳକମାନଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇଦେବା ସହିତ ସେମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ମଧ୍ୟ ଦେଲେନାହିଁ। ତେଣୁ ପ୍ରତ୍ୟେକ ଗାଡି ଚାଳକ ପରିବାରକୁ ୧୦ ହଜାର ଟଙ୍କା ସରକାରୀ ସହାୟତା ଓ କୌଣସି ଗାଡିଚାଳକ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ୨୦ ଲକ୍ଷ ଟଙ୍କାର ବୀମା ପ୍ରଦାନ ପାଇଁ ବୈଠକରେ ଦାବି କରାଯାଇଥିଲା। ଗାଡିଚାଳକମାନେ ଗାଡି ଚଳାଇବା ସମୟରେ ନିଶା ସେବନ ନକରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା। ବୈଠକରେ ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଗାଡିଚାଳକ ଯୋଗଦେଇଥିଲେ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories