www.samajalive.in
Monday, December 8, 2025
24.1 C
Bhubaneswar

ଖରାପ ପ୍ରଦର୍ଶନ କଲେ କାର୍ଯ୍ୟାନୁଷ୍ଠାନ – ଏଏଫ୍‌ଆଇର ଚେତାବନୀ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ସରେ ଭାଗ ନେଉଥିବା ଭାରତୀୟ ଦୌଡ଼କୁଦ ଖେଳାଳିମାନଙ୍କୁ ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫଆଇ) ଚେତାବନୀ ଦେଇଛି। ଟୋକିଓ ଅଲିମ୍ପିକ୍‌ସରେ ଖରାପ ପ୍ରଦର୍ଶନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖେଳାଳିମାନେ ଦକ୍ଷତା ଅନୁଯାୟୀ ପ୍ରଦର୍ଶନ ଉପରେ ଗୁରୁତ୍ବ ଦିଅନ୍ତୁ ବୋଲି ଏଏଫଆଇ ପକ୍ଷରୁ କୁହାଯାଇଛି। ୨୬ ଜଣିଆ ଭାରତୀୟ ଦୌଡ଼କୁଦ ଦଳରେ ସ୍ଥାନ ପାଇଥିବା ଦୁଇ ଆଥ୍‌ଲେଟ୍‌ ଲଙ୍ଗଜମ୍ପର ଏମ. ଶ୍ରୀଶଙ୍କର ଓ ୨୦ କିଲୋମିଟର ଚାଲିବାରେ ଯୋଗ୍ୟତା ଅର୍ଜନ କରିଥିବା କେ.ଟି ଇର୍ଫାନଙ୍କ ଟ୍ରାଏଲ୍ସରେ ଖରାପ ପ୍ରଦର୍ଶନକୁ ନେଇ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ ଏଏଫ୍‌ଆଇ ଦୃଢ ପଦକ୍ଷେପ ଗ୍ରହଣ କରିଛି। ଏଏଫ୍‌ଆଇ ମନୋନୟନ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା।

ଏଥିରେ ଟୋକିଓ ଅଲିମ୍ପିକସ୍‌ ଲାଗି ଯୋଗ୍ୟତା ହାସଲ କରିଥିବା ୨୬ଜଣିଆ ଆଥ୍‌ଲେଟ୍‌ ଦଳ ଉପରେ ତର୍ଜମା କରାଯାଇଥିଲା। ଅନ୍ୟପକ୍ଷରେ ଇର୍ଫାନ ଓ ଶ୍ରୀଶଙ୍କରଙ୍କ ପ୍ରଶିକ୍ଷକ କହିଛନ୍ତି ଯେ, ଉଭୟ ଖେଳାଳି ଟୋକିଓ ଅଲିମ୍ପିକ୍‌ସରେ ଭଲ ପ୍ରଦର୍ଶନ କରିବେ। ଶୁକ୍ରବାର ରାତିରେ ୨୫ ଜଣିଆ ଆଥ୍‌ଲେଟ୍‌ ଦଳ ଟୋକିଓ ଗସ୍ତ କରିବାବେଳେ ଜୁଲାଇ ୨୬ରେ ଜାଭେଲିନ୍‌ ଫିଙ୍ଗାଳି ନିରଜ ଚୋପ୍ରାଙ୍କ ସହ ଫିଜିଓ ଓ ପ୍ରଶିକ୍ଷକ ଟୋକିଓ ଗସ୍ତ କରିବେ ବୋଲି ଏଏଫ୍‌ଆଇ ସଭାପତି ସୁମାରିୱାଲା କହିଛନ୍ତି। ଜୁଲାଇ ୩୦ରୁ ଦୌଡ଼କୁଦ ବିଭାଗ ପ୍ରତିଯୋଗିତା ଆରମ୍ଭ ହେବ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories