www.samajalive.in
Saturday, December 13, 2025
17.1 C
Bhubaneswar

ହକି : ଭାରତର ଅଭିଯାନ ଆଜିଠାରୁ

ଟୋକିଓ: ଆରମ୍ଭ ହୋଇଛି କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍‌ସ। ପ୍ରତିଯୋଗିତାର ଦ୍ବିତୀୟ ଦିବସରେ ଭାରତୀୟ ହକି ଦଳ ଅଭିଯାନ ଆରମ୍ଭ କରିବ। ପୁଲ-ଏ ରେ ସ୍ଥାନ ପାଇଥିବା ଭାରତୀୟ ପୁରୁଷ ହକି ଦଳ ଶନିବାର ପ୍ରଥମ ମ୍ୟାଚ ନ୍ୟୁଜିଲାଣ୍ଡ ସହିତ ଖେଳିବ। ମନପ୍ରୀତ୍‌ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଚଳିତ ଥର ପୋଡ଼ିୟମ ଲକ୍ଷ୍ୟ ନେଇ ଟୋକିଓ ଗସ୍ତ କରିଛି। ବିଶ୍ବ ମାନ୍ୟତାର ୪ର୍ଥ ସ୍ଥାନରେ ଥିବା ଭାରତ ବିପକ୍ଷ ନ୍ୟୁଜିଲାଣ୍ଡ ସହିତ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟ ରଖିଛି।

ଅନ୍ୟପକ୍ଷରେ ବିଶ୍ବ ମାନ୍ୟତାର ୮ତମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ମଧ୍ୟ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଉଦ୍ୟମ କରିବ। ଉଭୟ ଦଳ ଶେଷ ଥର ପାଇଁ ୨୦୧୯ରେ ଆୟୋଜିତ ଏଫ୍‌ଆଇଏଚ୍‌ ଟେଷ୍ଟ ସିରିଜ୍‌ ଫାଇନାଲରେ ମୁହଁାମୁହିଁ ହୋଇଥିଲେ। ଏଥିରେ ଭାରତ ୫-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଭାରତୀୟ ପୁରୁଷ ହକି ଦଳର ଅଲିମ୍ପିକ୍‌ସ ଇତିହାସକୁ ଦେଖିଲେ ୮ଟି ସ୍ବର୍ଣ୍ଣ, ୧ରୌପ୍ୟ ଓ ୨ଟି କାଂସ୍ୟ ପଦକ ବିଜୟୀ ହୋଇଛି। ଦଳ ୧୯୮୦ ମସ୍କୋ ଅଲିମ୍ପିକ୍‌ସରେ ଶେଷ ଥର ପାଇଁ ପଦକ ବିଜୟୀ ହୋଇଥିଲା। ଦଳ ୪୧ ବର୍ଷ ପରେ ଅଲିମ୍ପିକ୍‌ସ ପଦକ ହାସଲ କରିବା ନେଇ ମନପ୍ରୀତ୍‌ ସିଂହଙ୍କ ଭାରତୀୟ ଦଳ ଆଶା ରଖିଛି।

- Advertisement -

ଅନ୍ୟପକ୍ଷରେ ଗ୍ରୁପ-ଏ ରେ ସ୍ଥାନ ପାଇଥିବା ଭାରତୀୟ ମହିଳା ଦଳ ବିଶ୍ବ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା ନେଦରଲାଣ୍ଡସ ସହିତ ଖେଳିବ। କ୍ରମାଗତ ଭାବେ ଦ୍ବିତୀୟ ଥର ଅଲିମ୍ପିକ୍‌ସ ଖେଳିବାକୁ ଯୋଗ୍ୟତା ହାସଲ କରିଥିବା ଭାରତ ଉକ୍ତ ଅଲିମ୍ପିକ୍‌ସକୁ ସ୍ମରଣୀୟ କରିବା ଲକ୍ଷ୍ୟ ରଖିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories