www.samajalive.in
Thursday, December 11, 2025
14.1 C
Bhubaneswar

ରାଫେଲ୍‍ ଡିଲ୍‌: ୨୦% ଶସ୍ତାରେ ଚୁକ୍ତି କରିଛି ଏନ୍‍ଡିଏ

ନୂଆଦିଲ୍ଳୀ: ରାଫେଲ୍‍ ଜେଟ୍‍ କିଣିବା ପାଇଁ ଉପା ସରକାର ଅମଳରେ ଯେଉଁ ଚୁକ୍ତି ହୋଇଥିଲା ତା’ ଠାରୁ ପ୍ରାୟ ୨୦% କମ୍‍ ମୂଲ୍ୟରେ କିଣିବାକୁ ଏନ୍‍ଡିଏ ସରକାର ଫ୍ରାନ୍ସ ସରକାର ସହିତ କଥାବାର୍ତ୍ତା କରିଛନ୍ତି। ରାଫେଲ୍‍ ଡିଲ୍‍ରେ ଏକ ବଡ଼ ଧରଣର ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଅଭିଯୋଗ ବିଭ୍ରାନ୍ତିକର ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ କହିଛନ୍ତି।
ଏକ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେବା ଅବସରରେ ଜେଟ୍‍ଲୀ କହିଛନ୍ତି ଯେ ସାଧାରଣ ଏୟାରକ୍ରାଫ୍ଟ ଓ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏୟାରକ୍ରାଫ୍ଟ ମୂଲ୍ୟରେ ଫରକ ରହିଛି। କଂଗ୍ରେସ ଅମଳରେ ସାଧାରଣ ଏୟାରକ୍ରାଫ୍ଟ ପାଇଁ ଚୁକ୍ତି ହୋଇଥିଲା ବେଳେ ଏନ୍‍ଡିଏ ସରକାର ଅମଳରେ ଲୋଡେଡ୍‍ ଏୟାରକ୍ରାଫ୍ଟ ପାଇଁ ଚୁକ୍ତି ହୋଇଛି। ୨୦୧୨ରେ ଉପା ସରକାର ଅମଳରେ ଯେଉଁ ଚୁକ୍ତି ହୋଇଥିଲା ତାହା ସାକାର ହୋଇଥିଲେ ପ୍ରଥମ ଏୟାର କ୍ରାଫ୍ଟ ୨୦୧୭ରେ ଭାରତରେ ପହଞ୍ଚିଥାନ୍ତା। ଏହି ସମୟ ମଧ୍ୟରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ, ମୁଦ୍ରାର ବିନିମୟ ମୂଲ୍ୟ, ଉପକରଣର କ୍ରମବର୍ଦ୍ଧମାନ ମୂଲ୍ୟକୁ ହିସାବକୁ ନେଲେ ସେତେବେଳେ ଯେଉଁ ମୂଲ୍ୟ ନିର୍ଦ୍ଧାରଣ କରାଯାଇଥିଲା ତାହା ୨୦୧୭ ବେଳକୁ ନିଶ୍ଚିତ ବୃଦ୍ଧି ପାଇଥାନ୍ତା। ତେଣୁ ୨୦୧୨ରେ ହୋଇଥିବା ଚୁକ୍ତିମୂଲ୍ୟଠାରୁ ଭାରତକୁ ବହୁ ଅଧିକ ମୂଲ୍ୟ ଦେବାକୁ ପଡ଼ିଥାନ୍ତା। ଏହି କଥା ଚୁକ୍ତିନାମାରେ ଉଲ୍ଲେଖ ରହିଥିଲା। ସେସବୁ ଦୃଷ୍ଟିରୁ ୨୦୧୫-୧୬ରେ ହୋଇଥିବା ଚୁକ୍ତି ପ୍ରାୟ ୨୦% ଶସ୍ତା। ଏହାଛଡ଼ା ଏହି ଚୁକ୍ତି ଦୁଇ ଦେଶର ସରକାରଙ୍କ ମଧ୍ୟରେ ବିନା କୌଣସି ମଧ୍ୟସ୍ଥତାଙ୍କ ଉପସ୍ଥିତିରେ ହୋଇଛି। ତେଣୁ ଚୁକ୍ତିନାମାକୁ ନେଇ ସନ୍ଦେହ କରିବା ଠିକ୍‍ ନୁହେଁ ବୋଲି ଜେଟ୍‍ଲୀ କହିଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories