www.samajalive.in
Monday, December 8, 2025
27.1 C
Bhubaneswar

ନରେନ୍ଦ୍ରପୁର ଗୋଷ୍ଠୀ ସଂଘର୍ଷ : ଗଠନ ହେଲା ଶାନ୍ତି କମିଟି

ନେମାଳ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ନରେନ୍ଦ୍ରପୁର ଓ କାଉଡିଆ ପଡ଼କ୍ଷ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ପାଇଁ ବୁଧବାର ଶାନ୍ତି କମିଟି ଗଠନ କରାଯାଇଛି। ଏଥିରେ କଟକ ଉପଜିଲ୍ଲାପାଳ, କଟକ ଏସପି, ନିଶ୍ଚିନ୍ତକୋଇଲି ତହସିଲଦାର, ସ୍ଥାନୀୟ ଅଞ୍ଚଳର ବୁଦ୍ଧୀଯିବି, ସରପଞ୍ଚ ଓ ସମିତିସଭ୍ୟ ପ୍ରମୁଖଙ୍କ ସମେତ ନେମାଳ ପ୍ରେସ୍ କ୍ଲବ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନିବେଦନ କରାଯାଇଛି । ଉକ୍ତ ବୈଠକରେ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ। ତେବେ ପୂର୍ବରୁ ଯେଉଁଭଳି ଭାବେ ଦୁଇ ଗାଁ ଭିତରେ ଶାନ୍ତି ଓ ଭାଇଚାରା ଫେରିପାରିବ ସେ ନେଇ ଆଲୋଚନା ହୋଇଛି। ତେବେ ଅନ୍ୟ ପକ୍ଷରେ ଏବେବି ନରେନ୍ଦ୍ର ପୁର ଅଞ୍ଚଳରେ ୧୪୪ ଧାରା ଜାରି ରହିଛି। ଏପରିକି ଗୁରୁବାର ଠାରୁ ସମସ୍ତ ସ୍କୁଲ, କଲେଜ ଓ ଦୋକାନ ବଜାର ଖୋଲା ଯିବ ବୋଲି ଜଣାପଡିଛି। ଅନ୍ୟ ପକ୍ଷରେ ଏହି ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଏସ୍‍ପି ପ୍ରତିଶ୍ରୁତି ଦେଇଛନ୍ତି। ଦୁଇ ଗୋଷ୍ଠୀ ମଧ୍ୟରେ ଆଜି ଶାନ୍ତି କମିଟି ଗଠନ ସମୟରେ କୋଳାକୋଳି ହୋଇଥିବା ଜଣାପଡିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories