www.samajalive.in
Sunday, December 14, 2025
14.1 C
Bhubaneswar

ହିଣ୍ଡାଲକୋ ହୀରାକୁଦରେ ଆରମ୍ଭ କଲା ‘ହେଲ୍‍ଥକେୟାର ଅନ ହ୍ୱିଲ୍ସ’

ଭୁବନେଶ୍ୱର: ଲୋକଙ୍କ ଦ୍ୱାରଦେଶରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଅଗ୍ରଣୀ ଧାତୁ କମ୍ପାନୀ ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ସମ୍ବଲପୁର ଜିଲାର ହୀରାକୁଦ ଆଖପାଖ ଗ୍ରାମଗୁଡିକରେ ‘ହେଲ୍‍ଥକେୟାର ଅନ ହ୍ୱିଲ୍ସ’ ଆରମ୍ଭ କରିଛି । କମ୍ପାନୀର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ (ଏମଏଚୟୁ) ନିୟମିତ ଭାବରେ ଗୁଣ୍ଡୁରୁପଡା, ମହମ୍ମଦପୁର, ଡେଙ୍ଗିମାଚ, ବୁଢାକଣ୍ଟା, ଲରଭଙ୍ଗା, ଗଡମୁଣ୍ଡା, ନୂଆ ଜାମଡା, ନୂଆ ଗୁଜତଳା, ଲାରପଙ୍କ, ରେମେଡ, ଗୋପାଳପଲ୍ଲି ଆଦି ଗ୍ରାମକୁ ଯାଇ ସେହିସବୁ ଗ୍ରାମରେ ଜନସାଧାରଣଙ୍କୁ ସେବା ଯୋଗାଇ ଦେଉଛି । ଏହି ସେବା ଜରିଆରେ ଗ୍ରାମବାସୀଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ପରାମର୍ଶ ଏବଂ ସାଧାରଣ ଥଣ୍ଡା, ଜ୍ୱର, କାଶ, ଜଳୀୟ ଅଂଶ ହ୍ରାସ ଏବଂ ଅନ୍ୟାନ୍ୟ ରୋଗ ପାଇଁ ମାଗଣାରେ ଔଷଧ ଯୋଗାଇ ଦିଆଯାଉଛି । ଏତଦ୍‍ବ୍ୟତୀତ କମ୍ପାନୀ ପକ୍ଷରୁ ଏହିସବୁ ଗ୍ରାମରେ କୋଭିଡ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି । ଏହି ‘ହେଲ୍‍ଥକେୟାର ଅନ ହ୍ୱିଲ୍ସ’ ସେବା ସମ୍ବଲପୁର ଜିଲା ପ୍ରଶାସନ ଏବଂ କମ୍ପାନୀ ପକ୍ଷରୁ ମିଳିତ ଭାବରେ ପରିଚାଳନା କରାଯାଉଛି ।
ଏହି ସେବାର ତଦାରଖ କରୁଥିବା ହୀରାକୁଦ ହିଣ୍ଡାଲ୍‍କୋର କ୍ଲଷ୍ଟର ମୁଖ୍ୟ କୈଳାଶ ପାଣ୍ଡେ କହିଛନ୍ତି, ଅନେକ ଲୋକ ଅଛନ୍ତି ଯେଉଁମାନେ ସାଧାରଣ ଥଣ୍ଡା, ଜ୍ୱର ଏବଂ ଅନ୍ୟାନ୍ୟ ରୋଗକୁ ଅତି ହାଲୁକା ଭାବରେ ନେଇଥାନ୍ତି, ଯଦ୍ଦ୍ୱାରା ସେମାନେ ଏହାର ଅବହେଳା କରିଥାନ୍ତି ଏବଂ ତାହା ପ୍ରାଣଘାତୀ ହୋଇଥାଏ । ଏହି ସମସ୍ୟା ଦୂର କରିବାକୁ ଆମେ ଲୋକଙ୍କ ଦ୍ୱାରଦେଶ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ପହଞ୍ଚାଇ ଏହାର ସମାଧାନ କରିବା ପ୍ରୟାସ ଆରମ୍ଭ କରିଛୁ ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories