www.samajalive.in
Sunday, December 14, 2025
26.1 C
Bhubaneswar

ଭିଜିଲାନ୍ସ ଜାଲରେ ଓଡ଼ିଶା ବିତ୍ତ ସେବା ଅଧିକାରୀ

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି  ଠୁଳ ଅଭିଯୋଗରେ ଭୁବନେଶ୍ୱର ଓଡ଼ିଶା ଆର୍ଥିକ ସେବା ଅଧିକାରୀ ନଳିନୀ କୁମାରୀ ପୃଷ୍ଟିଙ୍କ ଘର ଓ କାର୍ୟ୍ୟାଳୟ ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ନଳିନୀଙ୍କ ସ୍ୱାମୀ ବିଜୟ କେତନ ସାହୁ ଛତ୍ରପୁର ତହସିଲଦାର ରୂପେ କାର୍ୟ୍ୟ କରୁଥିବାରୁ କଟକର ଏକ ପାଞ୍ଚ ଜଣିଆ ଭିଜିଲାନ୍ସ ଟିମ୍ ଆସି ଛତ୍ରପୁର ତହସିଲ କାର୍ୟ୍ୟାଳୟ ଓ ତାଙ୍କ ସରକାରୀ ବାସଭବନ ଉପରେ ଚଢ଼ାଉ କରିଛନ୍ତି । ସକାଳ ୬ଟାରୁ ଛତ୍ରପୁର ଆସି ଏହି ଟିମ ବିଭିନ୍ନ କାଗଜପତ୍ର ଯାଂଚ କରିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ । ଭିଜିଲାନ୍ସର ଗୋଟିଏ ଟିମ୍ ଭୁବନେଶ୍ୱରରେ ଚଢ଼ାଉ କରିଥିବାବେଳେ କେନ୍ଦ୍ରାପଡ଼ା ଓ ପୁରୀ ସମେତ ୯ଟି ସ୍ଥାନରେ ଏକା ସମୟରେ ଭିନ୍ନ ଭିନ୍ନ ଟିମ୍‌ ଚଢ଼ାଉ କରିଛନ୍ତି। ଏହି ଟିମରେ ଡିଏସପି ଶିଶିର ସାହୁ ଓ ଥାନା ଆଇଆଇସି ଶରତ କୁମାର ସାହୁ, ସୁରେଶ କୁମାର କହଁରଙ୍କ ସମେତ ଦୁଇ ସାକ୍ଷୀ ମଧ୍ୟ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ନଳିନୀ କୁମାରୀ ପୃଷ୍ଟିଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ସମ୍ପର୍କରେ ଭୁବନେଶ୍ୱର ଭିଜିଲାନ୍ସ କାର୍ୟ୍ୟାଳୟରେ ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories