www.samajalive.in
Wednesday, December 10, 2025
16.1 C
Bhubaneswar

‘ଲାଇନ୍ସ’: କାଶ୍ମୀର ଯୁବତୀ ସାଜି ଦର୍ଶକଙ୍କ ମନ କିଣିଲେ ହୀନା, ଦେଖନ୍ତୁ ଟ୍ରେଲର

ମୁମ୍ବଇ: ଖୁବଶୀଘ୍ର ଅଭିନେତ୍ରୀ ହୀନା ଖାନଙ୍କ ନୂଆ ଚଳଚ୍ଚିତ୍ର ‘ଲାଇନ୍ସ’ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ ହୀନାଙ୍କ ଅଭିନୟ ଓ ଲୁକ୍ ଭିନ୍ନ ଧରଣର ରହିଛି, ଯାହା ଫିଲ୍ମର ଟ୍ରେଲରରୁ ସ୍ପଷ୍ଟ ବାରି ହୋଇପଡ଼ୁଛି। ସାମାଜିକ ଗଣମାଧ୍ୟମରେ ହୀନା ‘ଲାଇନ୍ସ’ର ଟ୍ରେଲର ଶେୟାର କରିଛନ୍ତି।

ଭାରତ-ପାକିସ୍ତାନ ସୀମା ଓ କାଶ୍ମୀର ପ୍ରସଙ୍ଗକୁ ନେଇ ନିର୍ମାଣ ହୋଇଛି ଏହି ଚଳଚ୍ଚିତ୍ର। ଫିଲ୍ମରେ ହୀନା ଜଣେ କାଶ୍ମୀର ଯୁବତୀ ଭୂମିକାରେ ଅଭିନୟ କରୁଛନ୍ତି। ସେ ତାଙ୍କ ଜେଜେମାଆଙ୍କୁ ସୀମା ଆରପଟେ ରହୁଥିବା ତାଙ୍କ ଭଉଣୀ ସହ ଭେଟ କରାଇବାକୁ ଚାହୁଛନ୍ତି। ବହୁତ ଚେଷ୍ଟା କରିବା ପରେ ଦୁଇ ଭଉଣୀଙ୍କ ଭେଟ ହେଉଛି। ତେବେ କିଛି ଦିନ ପରେ ଦୁଇ ଦେଶ ଭିତରେ କାରଗିଲ ଯୁଦ୍ଧ ଆରମ୍ଭ ହେଉଛି। ଟ୍ରେଲରରେ ହୀନାଙ୍କ ଦମଦାର୍ ଡାଏଲଗ୍ ଶୁଣିବାକୁ ମିଳିଛି। ଏହାସହିତ କାଶ୍ମୀର ଯୁବତୀଙ୍କ ପ୍ରେମ କାହାଣୀର କିଛି ଝଲକ୍ ମଧ୍ୟ ଟ୍ରେଲରରେ ଦେଖିବାକୁ ମିଳିଛି।

- Advertisement -


ହୁସେନ ଖାନ ଚଳଚ୍ଚିତ୍ରର ନିର୍ଦେଶନା ଦେଇଥିବାବେଳେ କୁଁୱର ଶକ୍ତି ସିଂହ ଓ ରହତ କାଜମୀ ଫିଲ୍ମର କାହାଣୀ ଲେଖିଛନ୍ତି। ‘ଭୁଟ୍ ସିଲେକ୍ଟ ଫିଲ୍ମ ଫେଷ୍ଟିଭାଲ’ରେ ମଧ୍ୟ ‘ଲାଇନ୍ସ’ ପ୍ରଦର୍ଶିତ ହେବ। ୨୯ ଜୁଲାଇରେ ଓଟିଟି ପ୍ଲାଟଫର୍ମ ଭୁଟ୍ ରେ ଏହା ମୁକ୍ତିଲାଭ କରିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories