ନୂଆଦିଲ୍ଲୀ: ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ ପୁନର୍ଗଠିତ ତିନି କିଲୋମିଟର ବ୍ୟାପୀ ରାଜପଥରେ ଅନୁଷ୍ଠିତ ହେବ। ସେତେବେଳକୁ ‘ସେଣ୍ଟ୍ରାଲ ଭିସ୍ତା’ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବ ଏବଂ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ରାସ୍ତା ଅଭିନବ ରୂପ ନେଇଥିବ। ଏହି ରାସ୍ତାରେ ପରେଡ୍ ଭାରତବାସୀଙ୍କ ପାଇଁ ଉପଭୋଗ୍ୟ ହେବ ବୋଲି କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି।
ନଭେମ୍ବର ସୁଦ୍ଧା ନୂଆ ସଂସଦ ଭବନ ନିର୍ମାଣ ପ୍ରକଳ୍ପ ‘ସେଣ୍ଟ୍ରାଲ ଭିସ୍ତା’ର କାର୍ଯ୍ୟ ଶେଷ ହୋଇଥିବ ଏବଂ ଲୋକେ ଏହାକୁ ନେଇ ଗର୍ବ ଅନୁଭବ କରିବେ ବୋଲି ସେ ନିର୍ମାଣ କାର୍ଯ୍ୟର ସମୀକ୍ଷା ପରେ କହିଛନ୍ତି। ଏଠାରେ ଅନେକ ପଥର କାରୁକାର୍ଯ୍ୟ ସ୍ଥାପନ ସହ ଭୂତଳ ସଡ଼କ, ୧୨ରୁ ଅଧିକ ସେତୁ, ଉଦ୍ୟାନ, ପାର୍କିଂସ୍ଥଳ, ଜଳାଶୟ ଓ ଅନ୍ୟାନ୍ୟ ଭୂତଳ ସୁବିଧାସୁଯୋଗ ବ୍ୟବସ୍ଥା ହେଉଥିବା ସେ କହିଛନ୍ତି।



