www.samajalive.in
Tuesday, December 9, 2025
16.1 C
Bhubaneswar

ସର୍ବୋଚ୍ଚ ନ୍ୟାୟାଳୟ ଜନତାଙ୍କ ଅଭିଭାବକ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ସର୍ବଦା ଗଣତନ୍ତ୍ରର ଅଭିଭାବକ ଭାବେ କାର୍ଯ୍ୟକରେ। ଦେଶରେ ଯେତେବେଳେ କିଛି ବ୍ୟତିକ୍ରମ ଘଟେ ସେତେବେଳେ ସର୍ବୋଚ୍ଚ ନ୍ୟାୟାଳୟ ସାଧାରଣ ଜନତାଙ୍କ ପକ୍ଷରେ ଛିଡ଼ା ହୁଏ। ସମ୍ବିଧାନକୁ ସୁରକ୍ଷା ପ୍ରଦାନ କରେ। ଜନତା ଏହି ଜାଣିଛନ୍ତି। ଧର୍ମ ଯେଉଁଠି ବିଜୟ ସେଇଠି। ସେଥିପାଇଁ ନ୍ୟାୟିକ ବ୍ୟବସ୍ଥା ଉପରେ ଲୋକଙ୍କର ଆସ୍ଥା ରହିଆସିଛି ବୋଲି କହିଛନ୍ତି ପ୍ରଧାନ ବିଚାରପତି ଏନ୍‌.ଭି ରମଣା।

ଶନିବାର ଭାରତ-ସିଙ୍ଗାପୁର ସମ୍ମିଳନୀରେ ବିଚାରପତି ରମଣା ଆଧାର ବ୍ୟାଖ୍ୟାନ ଉପସ୍ଥାପନ କରି ସେ କହିଛନ୍ତି ଯେ ଭାରତରେ ଯେ କୌଣସି ସମାଜରେ ବିବାଦ ଅବଶ୍ୟମ୍ଭାବୀ। ଏହା ବିଭିନ୍ନ ପ୍ରକାର; କିନ୍ତୁ ଏହାଦ୍ବାରା ବିକାଶର ପଥରୋଧ କରାଯିବା ପରିବର୍ତ୍ତେ ଏଥିରୁ ବିକାଶର ପଥ ବାହାର କରାଯିବା ଉଚିତ। ଭାରତ ସମେତ ବିଭିନ୍ନ ଏସୀୟ ରାଷ୍ଟ୍ରରେ ଆପୋଷ ବୁଝାମଣା ଜରିଆରେ ବିବାଦ ସମାଧାନର ପରମ୍ପରା ରହିଆସିଛି ବୋଲି ସେ କହିଛନ୍ତି। ଏହି ଅବସରରେ ଭାରତରେ ପ୍ରଚଳିତ ଆଇନସେବା ସହାୟତା କାର୍ଯ୍ୟକ୍ରମର ସେ ଉଚ୍ଚ ପ୍ରଶଂସା କରିଛନ୍ତି। ଏହା ବେଶ୍‌ ସଫଳତା ଲାଭ କରିଥିବା ଏବଂ ୭୦ପ୍ରତିଶତ ସାଧାରଣ ଜନତାଙ୍କୁ ଏହା ମାଧ୍ୟମରେ ନ୍ୟାୟ ପ୍ରଦାନ କରାଯାଇପାରୁଥିବା ସେ କହିଛନ୍ତି।

- Advertisement -

ଏଥିସହିତ ଦେଶରେ ୪୫ ନିୟୁତ ମାମଲା ବିଚାରାଧୀନ ଥିବା ନେଇ ଯାହା କୁହାଯାଉଛି ତାହା ଅତିରଞ୍ଜିତ ଏବଂ ଗ୍ରହଣଯୋଗ୍ୟ ନୁହେଁ ବୋଲି ବିଚାରପତି ରମଣା କହିଛନ୍ତି। କାର୍ଯ୍ୟକ୍ରମରେ ସିଙ୍ଗାପୁର ପ୍ରଧାନ ବିଚାରପତି ସୁନ୍ଦରେଶ ମେନନ୍‌ ରମଣାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories