www.samajalive.in
Thursday, December 11, 2025
15.1 C
Bhubaneswar

୧୭ ଦିନର ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ, ୧୨ ଗିରଫ

ରେଙ୍ଗାଲିକେମ୍ପ: ଅତାବିରାରେ ଅଭାବୀ ଧାନ ବିକ୍ରି ନେଇ ଅଞ୍ଚଳର ଚାଷୀମାନେ ବିଭିନ୍ନ ସରକାରୀ କାର୍ଯ୍ୟାଳୟଗୁଡିକରେ ଧାନ ଭର୍ତ୍ତି କରି ଆନ୍ଦୋଳନକୁ ଓହ୍ଲାଇଥିଲେ ଗତ ଜୁଲାଇ ପହିଲାରୁ। ଚାଷୀମାନଙ୍କ ବିକ୍ରି ହୋଇପାରି ନଥିବା ଧାନର ସମ୍ପୂର୍ଣ ବିକ୍ରି ପାଇଁ ଚାଷୀମାନଙ୍କ ଦାବି ରହିଥିଲା। କିନ୍ତୁ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ରହିବା ଦ୍ବାରା ଅନେକ ଲୋକଙ୍କ କାମ ଧନ୍ଦା ବନ୍ଦ ହୋଇଥିଲା। ଛାତ୍ରଛାତ୍ରୀମାନଙ୍କ ଏବେ ନାମଲେଖା ପାଇଁ ତହସିଲ ଅଫିସରେ ବିଭିନ୍ନ ପ୍ରକାର ସାର୍ଟିଫିକେଟ କାମ ବି ବନ୍ଦ ହୋଇଯାଇଛି। ତେଣୁ ଆଜି ବରଗଡ଼ ଉପଜିଲ୍ଲାପାଳ ଶୁଭେନ୍ଦୁ ସାମଲ, ଅତାବିରା ତହସିଲଦାର ଦୁର୍ଯ୍ୟୋଧନ ଭୋଇ,ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ସୋର୍ଯ୍ୟରଞ୍ଜନ ମିଶ୍ର,ଏସ ଡି ପି ଓ ଦୀପକ ଗୋଚ୍ଛାୟତ,ଅତାବିରା ଥାନା ଅଧିକାରୀ ଦିଲିପ୍ ବେହେରା ପହଞ୍ଚି ଆନ୍ଦୋଳନକାରୀଙ୍କୁ ସରକାରୀ କାର୍ଯ୍ୟାଳୟରୁ ଧାନ ସବୁ ହଟାଇବାକୁ କହିଥିଲେ।

ଲୋକଙ୍କ ଅସୁବିଧା ନ କରି ଅଫିସ କାମ ଗୁଡିକ ସୁଚାରୁ ରୂପେ ହେବାକୁ ଦିଅନ୍ତୁ ପରେ ଚାଷୀଙ୍କ ସମସ୍ୟା ଉପରେ ଆଲୋଚନା କରାଯିବ ବୋଲି କହିଥିଲେ। ଜନସାଧାରଣଙ୍କ ଅସୁବିଧାକୁ ହୃଦୟଙ୍ଗମ କରନ୍ତୁ ବୋଲି ଅନୁରୋଧ କରିଥିଲେ। କିନ୍ତୁ ଆନ୍ଦୋଳନକାରୀମାନେ କୌଣସି କଥାକୁ ଗ୍ରହଣ କରି ନଥିଲେ ଏବଂ ନିଜ ଦାବି ନେଇ ଜିଦ୍ ଧରିଥିଲେ। ଫଳରେ ବାଧ୍ୟ ହୋଇ ପୋଲିସ ପ୍ରଶାସନ ଆନ୍ଦୋଳନ ସ୍ଥଳରେ ଥିବା ସମ୍ପୁର୍ଣ୍ଣ ବାର ଜଣଙ୍କୁ ଗିରଫ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories