www.samajalive.in
Wednesday, December 10, 2025
16.1 C
Bhubaneswar

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ଟୁର-ସୁନାବେଡ଼ା ଉପତ୍ୟକାର ଚୁକ୍‌ଟିଆ ଭୁଞ୍ଜିଆଙ୍କ ଜୀବନଶୈଳୀ ଓ ସଂସ୍କୃତି

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି । ଜୁଲାଇ ୧୮ ତାରିଖ ଦିନ ଦର୍ଶକମାନେ ଫେସ୍‌ବୁକ୍‌ ଓ ଟୁଇଟର୍‌ ପେଜ୍‌ @stscdev ଓ @scstrti ଖୋଲି ସୁନାବେଡ଼ା ଉପତ୍ୟକାରେ ବସବାସ କରୁଥିବା ଚୁକ୍‌ଟିଆ ଭୁଞ୍ଜିଆ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତି ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

- Advertisement -

ଓଡ଼ିଶାର ଚୁକ୍‌ଟିଆ ଭୁଞ୍ଜିଆ ଜନଜାତି ସୁନାବେଡ଼ା ଉପତ୍ୟକାରେ ମୁଖ୍ୟତଃ ବସବାସ କରିଥାନ୍ତି। କୃଷି ସହିତ ଶିକାର, ଜଙ୍ଗଲ ଦ୍ରବ୍ୟ ସଂଗ୍ରହ ସେମାନଙ୍କର ମୁଖ୍ୟ ପେଶା ଅଟେ। ଚୁକ୍‌ଟିଆ ଭୁଞ୍ଜିଆ ଜନଜାତି ସ୍ୱତନ୍ତ୍ର ଗୃହ ଓ ରୋଷେଇଶାଳ ସହିତ ସଂପୃକ୍ତ ପବିତ୍ର ସ୍ଥଳ ନିର୍ମାଣରେ ବେଶ୍‌ ସିଦ୍ଧହସ୍ତ। ଚୁକ୍‌ଟିଆ ଭୁଞ୍ଜିଆ ଜନଜାତି ମହିଳାମାନେ ଶାଢ଼ି ପରିଧାନ କରିଥାନ୍ତି ଓ ପୁରୁଷମାନେ ଧୋତି ଏବଂ କୁର୍ତ୍ତା ପିନ୍ଧିଥାନ୍ତି। ମହିଳାମାନେ ମାଳି ଓ ମୁଦ୍ରାରେ ତିଆରି ହାର, ପିତ୍ତଳ ଓ କାଚର ଚୂଡ଼ି ବ୍ୟବହାର କରିଥାନ୍ତି। ବଳାଗଣ୍ଠି ଓ କାନରେ ଆଲୁମିନିୟମ୍‌ କିମ୍ବା ରୂପାରେ ତିଆରି ଅଳଙ୍କାର ବ୍ୟବହାର କରିଥାନ୍ତି। ଅତ୍ୟନ୍ତ ଆକର୍ଷଣୀୟ ଭାବେ ନିଜର କେଶବିନ୍ୟାସ କରିଥାନ୍ତି । ମହିଳାମାନଙ୍କର ମୁଣ୍ଡର ପଛପଟେ ଗୋଲାକୃତି କେଶଗୁଚ୍ଛ ଶୋଭା ପାଇଥାଏ। କେଶଗୁଚ୍ଛକୁ ଠିକ୍‌ ଭାବେ ରଖିବା ପାଇଁ ସେମାନେ ବଡ଼ ଟ୍ୟାସିଲ୍‌କୁ ପିନ୍‌ ସହ ସଂଯୁକ୍ତ କରିଥାନ୍ତି ।

ଚୁକ୍‌ଟିଆ ଭୁଞ୍ଜିଆ ଜନଜାତି ମହିଳାମାନେ ଚିତାକୁଟାଇ ଶରୀରର ସୌନ୍ଦର୍ଯ୍ୟକୁ ପରିବର୍ଦ୍ଧିତ କରିଥାନ୍ତି। ଚୁକ୍‌ଟିଆ ଭୁଞ୍ଜିଆ ଜନଜାତିମାନେ ‘ସୁନାଦେଈ’ଙ୍କୁ ଦେବତା ଭାବେ ମାନିଥାନ୍ତି। ‘ସୁନାଦେଈ’ଙ୍କୁ ଗ୍ରାମ ମନ୍ଦିରରେ ପ୍ରତିଷ୍ଠା କରାଯାଇଥାଏ। ପୂଜାରୀ, ଛତି୍ରଆ ଓ କୋଟାରିଆମାନେ ‘ସୁନାଦେଈ’ଙ୍କୁ ପୂଜା କରିଥାନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories