ପୁରୀ : ଆଜି ରଥକୁ ଦକ୍ଷିଣମୋଡ କରାଯିବ। ଏଥିପାଇଁ ତିନି ରଥରେ ଆଜ୍ଞାମାଳ ଲାଗି ହୋଇଛି। ଏହାସହ ଆରମ୍ଭ ହୋଇଛି ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି। ତିନି ରଥର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି। ରଥର ମୁଖ୍ୟ ମହାରଣା,ଭୋଇ ସେବକଙ୍କ ଉପସ୍ଥିତିରେ ରଥ ତଦାରଖ କମିଟି ରଥର ଆବଶ୍ୟକୀୟ ମରାମତି କରିଛନ୍ତି।
ଏହାସହ ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡା ଯାତ୍ରାରେ ମଧ୍ୟ ପୁରୀରେ କର୍ଫ୍ୟୁ ଲାଗୁ ହେବ। ସୋମବାର ରାତି ୮ଟାରୁ କର୍ଫ୍ୟୁ ଲାଗୁ କରାଯିବା ସହ କଡାକଡି ଭାବେ ପାଳନ କରାଯିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଆଜି ରଥକୁ କରାଯିବ ଦକ୍ଷିଣମୋଡ
Popular Categories



