www.samajalive.in
Thursday, December 11, 2025
26.1 C
Bhubaneswar

୪୦ବର୍ଷ ପରେ ଘର ବାହୁଡା

ଚିକିଟି: ଗଞ୍ଜାମ ଜିଲା କେ ନୂଆଗାଁ ଥାନା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସହଦେଵ ଟିକରପଡା ଗ୍ରାମରେ ଲୋକଙ୍କ ମଧ୍ୟରେ ଖେଳିଯାଇଛି ଆନନ୍ଦର ଲହରୀ । ଦୀର୍ଘ ୪୦ ବର୍ଷ ପରେ ସୀମାଞ୍ଚଳ ରଣା (୬୬) ନିଜ ଘରକୁ ଫେରିଆସିଛନ୍ତି। ନିଜ ମାତୃଭୂମିକୁ ଫେରିବା ପରେ ସୀମାଞ୍ଚଳଙ୍କ ଆନନ୍ଦ କହିଲେ ନସରେ । ସୀମାଞ୍ଚଳ ୪୦ ବର୍ଷ ପରେ ଫେରିବା ଦେଖି ଗ୍ରାମବାସୀମଧ୍ୟ ଆନନ୍ଦିତ ହୋଇଛନ୍ତି । ମିଳିଥିବା ସୂଚନା ପ୍ରକାରେ ସୀମାଞ୍ଚଳ ପାଟପୁର ନିକଟ ପଳାଶପୁର ଗ୍ରାମରେ ବିବାହ କରିଥିଲେ । ଶଶୁର ଘର ସାଥିରେ ତାଙ୍କର ତିକ୍ତତା ଲାଗିରହିଥିଲା । ଦିନେ ସେ ଶଶୁର ଘରକୁ ଯାଇଥିଲେ । ଶ୍ୱଶୁର ଆଳୁଚପରେ କିଛି ମିଶାଇ ନିଶାସକ୍ତ କରି ଟ୍ରେନରେ ବସାଇ ଦେଇଥିଲେ । ପରବର୍ତ୍ତୀ ସମୟ ବେଳକୁ ସେ ମହାରାଷ୍ଟ୍ର ରେ ପହଞ୍ଚି ଯାଇଥିଲେ । ମହାରାଷ୍ଟ୍ରରେ ସେ କିଛି କାମ ଧନ୍ଦା କରି ପେଟ ପୋଷିଲେ , ପରେ କିଛିଦିନପାଇଁ ଆନ୍ଧ୍ର ଇଚ୍ଛାପୁରରେ ରହିବା ପରେ ପୁଣି ଟ୍ରେନରେ ଚାଲିଯାଇ ଥିଲେ ମଧ୍ୟ ପ୍ରଦେଶ । କାରଣ ଦର୍ଘ ୩୦ ବର୍ଷ ପରେ ସେ ନିଜ ଗାଁ ରାସ୍ତା ଭୁଲିଯାଇଥିଲେ ।

 

- Advertisement -

ମଧ୍ୟ ପ୍ରଦେଶ ଯାଇ ଯାଯାବର ଜୀବନ ଅତିବାହିତ କରିବା ବେଳେ ପହଞ୍ଚିଥିଲେ ଲେଣ୍ଡିପୁରା ବୃଦ୍ଧାଶ୍ରମ ରେ। ସେଠାରେ ପ୍ରାୟ ୧୦ ରୁ ୧୨ ବର୍ଷ ରହିବା ପରେ କୌଣସି କାରଣରୁ ପୁଲିସ ତାଙ୍କୁ ଧରିଥିଲା ଓ ତାଙ୍କ ଠିକଣା ବୁଝିଥିଲା । ତାଙ୍କର ମାତ୍ର ଏତିକି ମନେଥିଲା ତାଂକଘର ଭୀଷ୍ମଗିରି ନିକଟ ସହଦେଵ ଟିକରପଡାରେ । ଥାନା ପାଟପୁର ବୋଲି କହୁଥାନ୍ତି ଓ ଶ୍‍୍ୱଶୁର ଙ୍କ ନିର‌୍ୟାତନା କଥା କିନ୍ତୁ ଭୁଲି ନାହାନ୍ତି । ମଧ୍ୟପ୍ରଦେଶ ପୁଲିସ ସମସ୍ତ ତଥ୍ୟ ନେଇ କେ ନୂଆଗାଁ ପୁଲିସ ସହ ଯୋଗାଯୋଗ କରି ଖବର ଦେଇଥିଲା । ଖବର ପାଇ ରମେଶ ଗୌଡ଼ ଓ ତାଙ୍କ ପୁତୁୁରା ଧ୍ରୁବ ଚରଣ ରଣା ଯାଇଥିଲେ ମଧ୍ୟପ୍ରଦେଶ ବୃଦ୍ଧାଶ୍ରମକୁ । ସେଠାକାର ପ୍ରଶାସନ ଓ ପୁଲିସ ସହ ଯୋଗାଯୋଗ କରିଥିଲେ ଓ ସୀମାଞ୍ଚଳଙ୍କୁ ପାଇଥିଲେ । ଆସିଲା ବେଳେ ସେଠାକାର ଜିଲାପାଳ ୧୦ ହଜାର ଓ ବୃଦ୍ଧାଶ୍ରମ ୫ ହଜାର ଟଙ୍କା ହାତଖର୍ଚ୍ଚ ଦେଇଥିଲେ । ଗତକାଲି ରମେଶ ଓ ଧ୍ରୁବଚରଣ ସୀମାଞ୍ଚଳଙ୍କୁ ଧରି ଗାଁରେ ପହଁଚି ଥିଲେ । ସୀମାଞ୍ଚଳଙ୍କୁ ଦେଖିବା ପାଇଁ ଲୋକଙ୍କ ଗହଳି ହୋଇଥଲା । ଯୌବନ ଅବସ୍ଥାରେ ସ୍ତ୍ରୀ ସହ ବିଛେଦ ହୋଇ ପାଗଳ ପ୍ରାୟ ବୁଲି ଶେଷରେ ବୃଦ୍ଧାଶ୍ରମରେ ଆଶ୍ରୟ ନେଇ ଦୀର୍ଘ ୪୦ ବର୍ଷ ପରେ ଘର ବାହୁଡା ସୀମାଞ୍ଚଙ୍କ ମନୋବଳକୁ ବୃଦ୍ଧି କରିଦେଇଛି ସତ, କିନ୍ତୁ ଏବେ ବୟସର ଅପରାହ୍ନ ଆସିଯାଇଛି । ବୃଦ୍ଧାବସ୍ଥାରେ ଠିକ ଭାବରେ ବସିପାରୁ ନାହାନ୍ତି କି ଠିକ ଭାବରେ କଥା କହିପାରୁ ନାହାନ୍ତି । ସୂଚନା ମୁତାବକ ସୀମାଞ୍ଚଳ ଙ୍କ ସ୍ତ୍ରୀ ନିଜ ବାପଘର ପଳାସପୁର ଗ୍ରାମରେ ରହୁଛନ୍ତି , ତାଙ୍କର ଏକମାତ୍ର ଝିଅ ଟିଏ ଥିଲା ସେ ଆର ପାରିରେ। ଏବେ ସେ ଏକା ଅଛନ୍ତି । ଖବର ଲେଖା ପର‌୍ୟ୍ୟନ୍ତ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ସାକ୍ଷାତ ହୋଇନି , ଦୀର୍ଘ ୪୦ ବର୍ଷର ବିଛେଦ ପରେ ସମ୍ପର୍କ ସେମାନଙ୍କ କେତେ ସୁଦୃଢ଼ ହେଉଛି ନା ନାହିଁ ତାହା ସମୟ କହିବ ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories