www.samajalive.in
Thursday, December 11, 2025
13.1 C
Bhubaneswar

ସରକାରୀ ଜମି ଜବରଦଖଲକୁ ନେଇ ଅଡବାରେ ଉତ୍ତେଜନା

ମୋହନା: ଗଜପତି ଜିଲା ଅଡ଼ବା ଗ୍ରାମର ଭିମା ଠାକୁରାଣୀ ମନ୍ଦିର ପରିଚାଳନା କମିଟି ପୂର୍ବପୁରୁଷ ଅମଳରୁ ସରକାରୀ ଗୋଚର ଜମିକୁ ମନ୍ଦିର ସକାଶେ ଜବର ଦଖଲ କରି ଆସିଥିଲେ। ସେଠାରେ ଶାଗୁଆନ ଗଛ ଲଗାଇ ଥିଲେ। ଉକ୍ତ ଜମିର ପ୍ଳଟ ନଂ ୬୯୯ ରହିଛି। ଉକ୍ତ ଜାଗାଟିକୁ ସଫା ସୁତୁରା କରି ଅଡ଼ବା ଗ୍ରାମବାସୀ ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିଥିଲେ। କିଛିମାସ ହେଲା ଭକ୍ତ ଜାଗାରେ ଘୁଡାପଙ୍କା ଗ୍ରାମର କାମେଲ ନାୟକ ନିଜ ପରିବାରକୁ ନେଇ ସେଠାରେ ଜବର ଦଖଲ କରି ମାଟି ଝାଟି କୁଡ଼ିଆ କରିବା ପାଇଁ କିଛି ମୂଲ୍ୟବାନ ଗଛ କାଟି ଘର କରିଛନ୍ତି। ଏନେଇ ଅଡ଼ବା ଗ୍ରାମବାସୀ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟକୁ ଯାଇ ଏ ସଂପର୍କରେ  ଲିଖିତ ଅଭିଯୋଗ ଜଣାଇଥିଲେ। ଆରଆଇ ମୋହନା ତହସିଲଦାରଙ୍କ ଠାରୁ ଅନୁମତି ଆଣି ୧ ମାସ ମଧ୍ୟରେ ସେଠାରୁ ନାୟକଙ୍କ ପରିବାରକୁ ଉଛେଦ କରାଯିବ ବୋଲି କହିଥିଲେ । କିନ୍ତୁ ଏହା ମଧ୍ୟରେ ଆଜକୁ ୪ମାସ ବିତିଗଲାଣି ତଥାପି କୌଣସି ପଦକ୍ଷେପ ଆରଆଇ ନେଉନାହାନ୍ତି । ଏଣୁ ଗ୍ରାମରେ ଉତେଜନା ସୃଷ୍ଟି ହୋଇଛି ।  ମନ୍ଦିରକୁ ଲାଗି ୨୫୯ ଖାତା ନଂ ପାଖରେ ଥିବାଜମି ବୈରାଗୀ ନାୟକ ନାମରେ ପଟ୍ଟା ଥିବା  ବେଳେ ସେହି ସ୍ଥାନରେ ରହିଥିବା ଗଛକୁ କାଟି ଯୋର ଜବରଦସ୍ତ  କମେଲ ନାୟକ ନିଜ ଅଧିନରେ ରଖିଥିବା ଅଭିଯୋଗ ହୋଇଛି।  ଏ ସମ୍ପର୍କରେ କାମେଲ ନାୟକ କହିଛନ୍ତି ଯେ ଏହା ଜାଗା ସରକାରୀ ଜାଗା । ମୋ ନାମରେ ପଟ୍ଟା ହେବ।
ଅନ୍ୟ ମୌଜାରୁ ଆସି ନିଜର ଜମି ଥାଇ ମଧ୍ୟ ଅଡବା ମୌଜାରେ ଜମି ଜବର ଦଖଲ କରି ଗଛ କାଟି ରହିଲେ ଏବଂ ଗଛ କାଟିବା କଥା ସରକାରୀ କର୍ମଚାରୀ ଜାଣି କାହିଁକି ଚୁପ ରହିଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରିକି ନାୟକଙ୍କ ପୁଅ ବୈରାଗୀ ନାୟକଙ୍କ ନାମରେ ଥିବା ପଟ୍ଟାକୁ ମାଗି ଆଣି ଋଣ କରାଇଦେବା କହି ଜାଗାର କାଗଜ ପତ୍ର ଆରଆଇଙ୍କୁ ଦେଇଥିଲେ । ଏହାକୁ ନେଇ ଗ୍ରାମବାସୀ ସ୍ଥାନୀୟ ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଦେବାର ଦୀର୍ଘମାସ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ୧୦ ଦିନ ମଧ୍ୟରେ ଯଦି ସମସ୍ୟାର  ସମାଧାନ ନ ହୁଏ ତେବେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories