www.samajalive.in
Monday, December 8, 2025
20.1 C
Bhubaneswar

୫ ବର୍ଷରେ ବୌଦ୍ଧ ଜିଲ୍ଲାରେ ବଜ୍ରପାତରେ ଗଲାଣି ୧୦ ଜୀବନ

ବୌଦ୍ଧ : ବନ୍ୟା, ବାତ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ଯୋଡି ହୋଇଯାଇଛି ବଜ୍ରପାତ। ପ୍ରତିବର୍ଷ ବର୍ଷାଋତୁରେ ବଜ୍ରାଘାତରେ ଯାଉଛି ଅନେକ ଜୀବନ। ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ବୌଦ୍ଧ ଜିଲ୍ଲାରେ ବଜ୍ରପାତରେ ମୃତ୍ୟୁ ସଂଖ୍ୟା କମ ରହିଥିବା ଜଣାପଡିଛି। ଜିଲ୍ଲା ଜରୁରୀ କାଳିନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ, ଜିଲ୍ଲାରେ ୫ ବର୍ଷରେ ୧୦ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ପରିବାରରୁ ୪୦ ଲକ୍ଷ ଟଙ୍କାର ସହାୟତା ମଧ୍ୟ ପ୍ରଦାନ କରାଯାଇଛି। ସରକାର ବଜ୍ରାଘାତରେ ମୃତ୍ୟୁବରଣ କଲେ ଜଣକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବାର ଘୋଷଣା କରିଛନ୍ତି।

ଜିଲ୍ଲାରେ ୨୦୨୦-୨୧ ବର୍ଷରେ ସର୍ବାଧିକ ୪ ଜଣ ବଜ୍ରାଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ୨୦୧୭-୧୮ ବର୍ଷରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮-୧୯ ବର୍ଷରରେ ଜଣଙ୍କର, ୧୯-୨୦ ବର୍ଷରେ ୨ ଜଣ ଓ ୨୦-୨୧ ବର୍ଷରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ବିଶେଷ କରି ବର୍ଷା ଦିନ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଅଧିକାଂଶଙ୍କ ଜୀବନ ଯାଇଥିବା ଜଣାପଡିଛି। ବର୍ଷା ଦିନେ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ହେବା ସମୟରେ ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବାରେ ଅସାବଧାନତା ଅବଲମ୍ବନ କରିଥାନ୍ତି। ଯାହାଫଳରେ ମୂଲ୍ୟବାନ ଜୀବନ ଦେବାକୁ ପଡିଥାଏ। ପ୍ରତି ବର୍ଷ ପ୍ରଶାସନ ପକ୍ଷରୁ ବଜ୍ରପାତରୁ କିପରି ଜୀବନକୁ ସୁରକ୍ଷିତ ରଖିବେ ସେଥିପାଇଁ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁଁ ପ୍ରାଣହାନୀ ଘଟୁଥିବାର ଆଲୋଚନା ହେଉଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories