www.samajalive.in
Monday, December 8, 2025
17.1 C
Bhubaneswar

ବିଶ୍ବ ନିଦ୍ରା ଦିବସ ଉପଲକ୍ଷେ ବାର୍ତ୍ତା

ନିଦ ମନୁଷ୍ୟ ଜୀବନର ଏକ ଜରୁରୀ ପ୍ରକ୍ରିୟା । ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ସୁଷମ ଖାଦ୍ୟ, ଯଥେଷ୍ଟ ଶାରୀରିକ ପରିଶ୍ରମ ବା ବ୍ୟାୟମ ସହିତ ଉପଯୁକ୍ତ ନିଦ୍ରା ଅତ୍ୟନ୍ତ ଜରୁରୀ ଅଟେ । ସାଂପ୍ରତିକ ସର୍ବେକ୍ଷଣରୁ ଜଣାପଡିଛିକି ସାରା ବିଶ୍ବରେ ପ୍ରାୟ ୪୦ ପ୍ରତିଶତ ଲୋକ ବିଭିନ୍ନ ନିଦ୍ରାଜନିତ ସମସ୍ୟାରେ ଆକ୍ରାନ୍ତ ।

ପ୍ରମୁଖ ନିଦ୍ରାଜନିତ ସମସ୍ୟାଗୁଡିକ ହେଲା- ନିଦ ଆସିବାରେ ଅସୁବିଧା ହେବା, ବାରମ୍ବାର ନିଦ ଭାଙ୍ଗିବା, କମ ସମୟ ନିଦ ହେବା, ଦିନବେଳା ବେଶୀ ନିଦ ଲାଗିବା, ସକାଳୁ ଉଠିଲେ ସତେଜ ନ ଲାଗିବା ଓ ରାତିରେ ଅଧିକ ସ୍ବପ୍ନ ଦେଖିବା ଆଦି। ଏହା ଛଡା ବିଳମ୍ବିତ ରାତ୍ରି ପର୍ୟ୍ୟନ୍ତ ମୋବାଇଲ ଫୋନ ଓ କମ୍ପ୍ୟୁଟରର ବ୍ୟବହାର ଦ୍ବାରା ଅନିଦ୍ରା ସମସ୍ୟା ଆଜିକାଲି ଅଧିକ ମାତ୍ରାରେ ଦେଖା ଯାଉଛି ।

- Advertisement -

ଚଳିତ ବର୍ଷ ମାର୍ଚ୍ଚ ମାସ ୧୬ ତାରିଖରେ ବିଶ୍ବ ନିଦ୍ରା ଦିବସ ପାଳନ କରାଯାଉଛି । ଏହି ଦିବସ ପାଳନର ପ୍ରମୁଖ ଲକ୍ଷ୍ୟ ହେଲା ମନୁଷ୍ୟ ଜୀବନରେ ନିଦ୍ରାର ମହତ୍ତ୍ବ ଏବଂ ସ୍ୱାସ୍ଥ୍ୟ ଉପରେ ନିଦ୍ରାର ପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ।

ଅନିଦ୍ରାର ଉପଚାର ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ଦୈନନ୍ଦିନ ଜୀବନରେ କେତେକ ସାଧାରଣ ପଦକ୍ଷେପ (ସ୍ଲିପ ହାଇଜିନ) ନେଇପାରିବେ । ଶୋଇବା ପାଇଁ ଏକ ନିର୍ଦିଷ୍ଟ ସମୟ ରଖନ୍ତୁ । ଠିକ ସମୟରେ ଶୋଇବାକୁ ଯାଆନ୍ତୁ ଓ ଠିକ ସମୟରେ ଉଠନ୍ତୁ । ଦିନର ଦ୍ବିପ୍ରହରରେ ଏବଂ ସନ୍ଧ୍ୟାବେଳେ ଆଦୌ ଶୁଅନ୍ତୁ ନାହିଁ । ଭଲ ନିଦ ପାଇଁ ଅପରାହ୍ନରେ ବ୍ୟାୟମ କରନ୍ତୁ। ଦିନରେ କିଛି ସମୟ ସୂର୍ୟ୍ୟ ଆଲୋକରେ ବସନ୍ତୁ ।

ଶୋଇବା ପାଇଁ ବ୍ୟବହାର କରୁଥିବା ବିଛଣାରେ ବସି ଶୋଇବା ପୂର୍ବରୁ ଟେଲିଭିଜନ ଦେଖନ୍ତୁ ନାହିଁ କିମ୍ବା ଫୋନରେ କଥା ହୁଅନ୍ତୁ ନାହିଁ । ଏସବୁ ଦ୍ବାରା ମସ୍ତିଷ୍କରେ ଉତ୍ତେଜନା ଲାଗି ରହିବ ଓ ଠିକ ସେ ନିଦ ହେବ ନାହିଁ । ଯଦି ଏ ସବୁ କଲା ପରେ ମଧ୍ୟ ଅନିଦ୍ରା ଲାଗି ରହେ ତେବେ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories