www.samajalive.in
Monday, December 8, 2025
24.1 C
Bhubaneswar

ଅନୁଭବ-ବର୍ଷା ବିବାଦ: ପୁଣି ଫ୍ୟାମିଲି କୋର୍ଟରେ ହାଜର ହେଲେ ଷ୍ଟାର ଦମ୍ପତି

କଟକ: ପୁଣିଥରେ ଫ୍ୟାମିଲି କୋର୍ଟରେ ହାଜର ହେଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ବୈବାହିକ ଜୀବନରେ ଉପୁଜିଥିବା କଳହ ମାମଲାରେ ବୁଝାମଣା ପାଇଁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଛନ୍ତି ଷ୍ଟାର ଦମ୍ପତି। ପ୍ରଥମେ ପ୍ରଥମେ ବର୍ଷା ଫ୍ୟାମିଲି କୋର୍ଟରେ ପହଞ୍ଚିଥିବା ବେଳେ ଏହାର କିଛି ସମୟରେ ଅନୁଭବ ପହଞ୍ଚିଥିଲେ। ସେଠାରେ ଉଭୟ ନିଜ ନିଜର ପକ୍ଷ ରଖିଥିଲେ। ମଧ୍ୟସ୍ଥତା ପାଇଁ ଉଭୟ ସକରାତ୍ମକ ମନୋଭାବ ପ୍ରଦର୍ଶନ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୂର୍ବରୁ ଗତ ୯ ତାରିଖରେ ଉଭୟ ପାରିବାରିକ ଅଦାଲତରେ ହାଜର ହୋଇଥିଲେ। ଆଜି ଉଭୟ ପୁନର୍ବାର ହାଜର ହେବା ପାଇଁ ଦିନ ଧାର୍ୟ୍ୟ ହୋଇଥିଲା। ଏହାପୂର୍ବରୁ ବର୍ଷାଙ୍କ ବିରୋଧରେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ ସ୍ୱାମୀ ଅନୁଭବନ। ଘରେ ଅଜଣା ଲୋକ ପଶୁଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।

- Advertisement -

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories