www.samajalive.in
Monday, December 8, 2025
24.1 C
Bhubaneswar

ଟୋକିଓ ଅଲିମ୍ପିକ୍ସ-୨୦୨୦: ଭାରତୀୟ ଦଳର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କଲେ କ୍ରୀଡା ମନ୍ତ୍ରୀ  ଅନୁରାଗ ଠାକୁର

ନୂଆଦିଲ୍ଲୀ : କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ  ଅନୁରାଗ ଠାକୁର ସୋମବାର ଟୋକିଓ ଅଲିମ୍ପିକ୍ସ-୨୦୨୦ ନିମନ୍ତେ ଅଂଶଗ୍ରହଣ କରୁଥିବା ଭାରତୀୟ ଖେଳାଳୀମାନଙ୍କ ପ୍ରସ୍ତୁତି ନେଇ ସପ୍ତମ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଏ ସମ୍ପର୍କରେ ସମୀକ୍ଷା କରିଛନ୍ତି । କେନ୍ଦ୍ର କ୍ରୀଡା ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିତୀଶ ପରମାଣିକ ଏଥିରେ ଯୋଗ ଦେଇଥିବାବେଳେ, କ୍ରୀଡା ସଚିବ ରବି ମିତଲ, ଭାରତୀୟ ଅଲିମ୍ପିକ ସଂଘ ସଭାପତି ନରିନ୍ଦର ବାତ୍ରା ଓ କ୍ରୀଡା ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଏଥିରେ ଯୋଗ ଦେଇଥିଲେ । ବୈଠକରେ  ମନୋନୀତ କ୍ରୀଡାବିତ୍‌ମାନଙ୍କ ବିଶ୍ୱସ୍ତରୀୟ ତାଲିମ ସମେତ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଥିଲା ।

ଶ୍ରୀ ଅନୁରାଗ ଠାକୁର ଅଧିକାରୀମାନଙ୍କ ସହ ଚିୟର ଫର ଇଣ୍ଡିଆ ଅଭିଯାନର ପ୍ରଗତି ଓ ମଙ୍ଗଳବାର ଅପରାହ୍ନ ୫ଟାରେ ଟୋକିଓ ଯାଇଥିବା କ୍ରୀଡାବିତ୍‌ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ  ତଥା ସେମାନଙ୍କୁ ଉତ୍ସାହିତ କରିବା ନେଇ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ଏହି ମତବିନିମୟ କାର୍ଯ୍ୟକ୍ରମ ଦୂରଦର୍ଶନରେ ସିଧା ପ୍ରସାରିତ ହେବା ସହ ଅନ୍ୟାନ୍ୟ ସରକାରୀ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଜରିଆରେ ମଧ୍ୟ ପ୍ରସାରିତ ହେବ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories