www.samajalive.in
Wednesday, December 10, 2025
14.1 C
Bhubaneswar

ବୌଦ୍ଧ ଉଠାଦୋକାନୀ ସଂଘ ଗଠିତ 

ବୌଦ୍ଧ : କରୋନା ମହାମାରୀ ସମୟରେ ଜୀବନ ଜିବିକା ପାଇଁ ସଂଘର୍ଷ କରୁଥିବା ବୌଦ୍ଧର ଉଠାଦୋକାନୀମାନେ ନିଜର ସମସ୍ୟା ସମାଧାନ ପାଇଁ ଆଗଭର ହୋଇଛନ୍ତି। ବୌଦ୍ଧ ମଦନମୋହନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ବୈଠକରେ ଉଠାଦୋକାନୀ ସଂଘ ଗଠନ କରାଯିବା ସହିତ ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଛି। ଏଥିରେ ସୁଦାମ ବେରୀହା ସଭାପତି ଭାବରେ ମନୋନୀତ ହୋଇଥିବାବେଳେ ଉପସଭାପତି ଉମାକାନ୍ତ ମେହେର, ସଂପାଦକ ବିରୁପାକ୍ଷ କରଡିଆ, ସହସମ୍ପାଦକ ତ୍ରିଲୋଚନ ମଙ୍ଗରାଜ ଓ କୋଷାଧ୍ୟକ୍ଷ ଭାବରେ ରାଜେଶ କୁମାର ସାହୁଙ୍କୁ ମନୋନୀତ କରାଯାଇଥିଲା। ଏହାବ୍ୟତୀତ କାର୍ଯ୍ୟକାରୀ ସଦସ୍ୟ ଭାବରେ କୃଷ୍ଣଚନ୍ଦ୍ର ସାହୁ, ସଂଜୟ ଶଙ୍କର ପୁରୋହିତ, ନିତ୍ୟାନନ୍ଦ ବାରିକ, ନେତ୍ରାନନ୍ଦ ସାହୁ, ଗଣ୍ଡାଧର ସାହୁ ଓ ପୁରସ୍ତମ ପ୍ରଧାନଙ୍କୁ ମନୋନୀତ କରାଯାଇଥିଲା। ସଂଘର ଉପଦେଷ୍ଟା ଭାବରେ ଆଇନଜିବୀ ବିଶ୍ୱଜିତ ମିଶ୍ରଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା। ଖୁବଶୀଘ୍ର ସଂଘକୁ ସରକାରୀ ଭାବରେ ପଂଜିକୃତ କରାଯାଇ ପରବର୍ତ୍ତି ବୈଠକରେ ଏହାର କାର୍ଯ୍ୟକାରିତା ନେଇ ଆଲୋଚନା କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା।

ବୈଠକରେ ଅତିଥି ଭାବରେ ସାମ୍ବାଦିକ ସଂପଦ କୁମାର ଅଗ୍ରୱାଲା ଓ ଶଶାଙ୍କ ଶେଖର ମିଶ୍ର ଯୋଗଦେଇ ଉଠାଦୋକାନୀମାନେ ବଜାରକୁ ଆସୁଥିବା ସ୍ଥାନୀୟ ଚାଷୀମାନଙ୍କ ସହିତ ସମନ୍ୱୟ ରକ୍ଷା କରି ନିଜର ବ୍ୟବସାୟ ଜାରି ରଖିବା ସହିତ ସମସ୍ତ ସରକାରୀ ସୁବିଧା ସୁଯୋଗ ହାସଲ ପାଇଁ ସଂଘ ଜରିଆରେ ଦାବି ରଖିବାକୁ ପରାମର୍ଶ ଦେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories