www.samajalive.in
Saturday, December 6, 2025
19.1 C
Bhubaneswar

୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୩୩୪ ନୂଆ ସଂକ୍ରମିତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ନୂଆ ୨୩୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୩୪୨ ଏବଂ ସ୍ଥାନୀୟ ସଂକ୍ରମିତ ୯୯୨ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୬୪, ବାଲେଶ୍ୱର ୧୬୪, ବରଗଡ ୧୭, ଭଦ୍ରକ ୧୨୧ ଏବଂ ବଲାଙ୍ଗୀରରୁ ୬ ଜଣଙ୍କୁ ଚିହ୍ନଟ କରାଯାଇଛି ।

ସେହିଭଳି ବଉଦ ଜିଲାରୁ ୧୩, କଟକରୁ ୩୭୧, ଦେବଗଡ ୫, ଢେଙ୍କାନାଳ ୩୪, ଗଜପତି ୨, ଗଞ୍ଜାମ ୬, ଜଗତସିଂହପୁର ୧୦୧, ଯାଜପୁର ୧୭୯, ଝାରସୁଗୁଡା ୬, କଳାହାଣ୍ଡିରୁ ୯ ଜଣ ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ ୨୯, କେନ୍ଦ୍ରାପଡା ୧୯୬, କେନ୍ଦୁଝର ୫୧, ଖୋର୍ଦ୍ଧା ୩୮୦, କୋରାପୁଟ ୧୯ ଏବଂ ମାଲକାନଗିରିରୁ ୧୩ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।

- Advertisement -

ଦିନକ ମଧ୍ୟରେ ମୟୁରଭଞ୍ଜରୁ ୧୦୪, ନବରଙ୍ଗପୁର ୭, ନୟାଗଡ ୯୪, ନୂଆପଡା ୩, ପୁରୀ ୧୦୬, ରାୟଗଡା ୩୮, ସମ୍ବଲପୁର ୨୧, ସୋନପୁର ୧୨, ସୁନ୍ଦରଗଡ ୮୭ ଓ ଷ୍ଟେଟପୁଲରୁ ୭୬ ଚିହ୍ନଟ ହୋଇଥିବା ଜଣାଯାଇଛି । ରାଜ୍ୟରେ ଗୋଟିଏ ଦିନରେ ୩୩୪୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୯୦୬୫୧୯ ଜଣ ସୁସ୍ଥ ହୋଇସାରିଲେଣି । ସଂପ୍ରତି ଓଡ଼ିଶାରେ ୨୬୩୬୪ ଜଣ ସକ୍ରିୟ ସଂକ୍ରମିତ ରହିଥିବା ସରକାରୀ ସୂତ୍ରରୁ କୁହାଯାଇଛି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories