www.samajalive.in
Saturday, December 6, 2025
16.1 C
Bhubaneswar

ପର୍ଯ୍ୟଟନ ସ୍ଥଳୀରେ ଭୂତାଣୁକୁ ଖୋଲା ନିମନ୍ତ୍ରଣ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣର ଦ୍ବିତୀୟ ଲହର ଶେଷ ହୋଇ ନାହିଁ। କେନ୍ଦ୍ର ସରକାର ଏହା ବାରମ୍ବାର କହିବା ସହିତ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ନାଗରିକଙ୍କୁ କହୁଛନ୍ତି। ତେବେ ଲୋକେ ଯଥା ସମ୍ଭବ ଘରେ ରହି ସତର୍କତା ଅବଲମ୍ବନ ପୂର୍ବକ ସୁରକ୍ଷିତ ରହିବା ପରିବର୍ତ୍ତେ ଖୁସି ମନାଇବା ଲାଗି ଶୈଳ ନିବାସରେ ଭିଡ ଜମାଇଲେଣି। ଗତ ୨-୪ ଦିନ ହେବ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରଗୁଡିକରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି।
ବିଶେଷକରି ନୈନିତାଲ, ମସୌରୀ ଓ ମନାଲି ଭଳି ଶୈଳ ନିବାସଗୁଡିକରେ ପର୍ଯ୍ୟଟକଙ୍କ ଅହେତୁକ ଭିଡ ଦେଖିବାକୁ ମିଳିଛି। ଏଠାରେ କରୋନାର କଟକଣା ନାହିଁ କି ପର୍ଯ୍ୟଟକମାନେ କରୋନା ସତର୍କତା ପାଳନ କରୁ ନାହାନ୍ତି। ପର୍ଯ୍ୟଟକଙ୍କ ଏପରି ଭିଡକୁ ନେଇ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଉଦ୍‌ବେଗ ପ୍ରକାଶ କରିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ଶୈଳ ନିବାସଗୁଡିକରେ ପର୍ଯ୍ୟଟକଙ୍କ ଏପରି ଭିଡ କରୋନା ଭୂତାଣୁକୁ ଖୋଲା ନିମନ୍ତ୍ରଣ। ଏହା ଦେଶରେ କରୋନାର ତୃତୀୟ ଲହର ଆଣିବାର ମୁଖ୍ୟ କାରଣ ହୋଇପାରେ।
ତାଲାବନ୍ଦର କଟକଣାରେ କିଛିଟା କୋହଳ ଓ ଯାତ୍ରା କଟକଣା ହଟିବା ପରେ ଅଧିକରୁ ଅଧିକ ପର୍ଯ୍ୟଟକ ଶୈଳ ନିବାସରେ ପହଞ୍ଚୁଥିବା ଦେଖାଯାଇଛି। ​‌ପର୍ଯ୍ୟଟକ ଭିଡ ସମ୍ପର୍କିତ ଡିଡିଓ ଓ ଫଟୋ ପ୍ରସାରିତ ହେବା ପରେ ସରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍‌ କହିଛନ୍ତି ଯେ ଆମେ ଆମର ସତର୍କତାରେ କୌଣସି ଅବହେଳା କରିବା ଉଚିତ୍‌ ନୁହେଁ। ଦେଶର ପର୍ଯ୍ୟଟନସ୍ଥଳ ଗୁଡିକରେ ପର୍ଯ୍ୟଟକଙ୍କ ଭିଡ ଆଉ ଏକ ଲହର ଆସିବାର ଆଶଙ୍କା ସୃଷ୍ଟି କରିଛି। ପର୍ଯ୍ୟଟନସ୍ଥଳରେ ସାମାଜିକ ଦୂରତା ରହୁ ନାହିଁ କି ଲୋକେ ତୁଣ୍ଡି ବାନ୍ଧିବା ଭଳି ସର୍ବନିମ୍ନ ନିୟମ ପାଳନ କରୁ ନାହାନ୍ତି। ବୁଧବାର ମସୌରୀ କେମ୍ପଟି ଜଳପ୍ରପାତ ନିକଟରେ ପର୍ଯ୍ୟଟକଙ୍କ ଭିଡ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଏଠାରେ ଜଣେ ବି କେହି ତୁଣ୍ଡି ବାନ୍ଧି ନାହାନ୍ତି। ସେହିପରି ମନାଲିରେ ପର୍ଯ୍ୟଟକଙ୍କ ଭିଡ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories