www.samajalive.in
Tuesday, December 9, 2025
16.1 C
Bhubaneswar

ବୃକ୍ଷଲତା ବିନା ପ୍ରାଣୀଜଗତ ତିଷ୍ଠି ରହିବା ଅସମ୍ଭବ

ଭୁବନେଶ୍ବର: ଏକ ସୁସ୍ଥ ପରିବେଶ ଗଠନ ନିମନ୍ତେ ସବୁଜ ବନାନୀର ଆବଶ୍ୟକତା ରହିଛି। ପ୍ରାଣୀ ଓ ଉଦ୍ଭିଦ ପରସ୍ପର ନିର୍ଭରଶୀଳ। ତେଣୁ ବୃକ୍ଷଲତା ବିନା ପ୍ରାଣୀଜଗତ ତିଷ୍ଠି ରହିବା ଅସମ୍ଭବ। ବିଗତ ଦିନରେ କରୋନା ମହୀମାରୀ ସମୟରେ ମାନବ ଜାତି ଅମ୍ଳଜାନ ର ଅଭାବ ହେତୁ ବହୁ କଷ୍ଟ ଯାତନା ପାଇଥିଲେ। ଏଣୁ ଏହି କଷ୍ଟ ସମୟରେ ଗଛ ଲଗେଇବା ସହ ଅମ୍ଳଜାନ ସୃଷ୍ଟି କରିବାରେ ଆମେ ସମସ୍ତେ ପ୍ରୟାସ ଜାରି ରଖିବା ଏବଂ ଅମ୍ଳଜାନ ସଂପ୍ରସାରଣ କରିବା ପାଇଁ ଗଛ ଲଗାଇବା ନିତ୍ୟାନ୍ତ ଆବଶ୍ୟକ। ଓଜଷ୍ବୀ ଫାଉଣ୍ଡେସନ ତରଫରୁ ଧଉଳି ଶାନ୍ତି ସ୍ତୁପ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

 

- Advertisement -

ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଅଧ୍ୟକ୍ଷା ଅର୍ପିତା ଅପରାଜିତା ବଡ଼ଜେନା , ସାଧାରଣ ସମ୍ପାଦକ ସୁଜିତ୍ କୁମାର ସାହୁ, ଉପ ଅଧ୍ୟକ୍ଷା ଶିବାନୀ ମାଝୀ, ଯୁଗ୍ମ ସମ୍ପାଦକ ବିଶ୍ୱଜିତ୍ ଚମ୍ପତି, କୋଷାଧ୍ୟକ୍ଷ ରାଧାକୃଷ୍ଣ ପଣ୍ଡା ,ପ୍ରତୀକ୍ଷା ରାଣୀ ଆଚାର୍ଯ୍ୟ, ଛାୟା କୁମାରୀ, ସତ୍ୟଭାମା ସାମଲ, ଭାଗବତ ବାସୁଦେବ ଓଝା, ସୁନିଲ କୁମାର ସେଠୀ, ପ୍ରଣୟ ପଟ୍ଟନାୟକ, ଅଙ୍କିତା ମହାପାତ୍ର, ଅନନ୍ୟା ପ୍ରିୟଦର୍ଶିନୀ, ସୋମନାଥ ସାହୁଙ୍କ ସମେତ ଧଉଳି ଅଞ୍ଚଳବାସୀ ମଧ୍ୟ ଯୋଗଦାନ କରିଥିଲେ। ଏହାସହିତ ସେମାନେ ଧଉଳିରେ ଥିବା ସମସ୍ତ ବୃକ୍ଷ ଗୁଡ଼ିକର ଯତ୍ନ ନେବା ପାଇଁ ତତ୍ପରତା ପ୍ରକାଶ କରିଥିଲେ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories