www.samajalive.in
Tuesday, December 9, 2025
16.1 C
Bhubaneswar

ଠିଆ ହୋଇଥିବା ବାଇକ ସହ ଚାଳକଙ୍କୁ ଘୋଷାରି ନେଲା ବିହନ ଆଳୁ ବୋଝେଇ ଟ୍ରକ, ଜଣେ ଗୁରୁତର

ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ ହନୁମନ୍ତିଆ ପୋଲଠାରେ ଗୁରୁବାର ସକାଳ ପ୍ରାୟ ୯ଟା ସମୟରେ ଠିଆ ହୋଇଥିବା ଏକ ବାଇକ ଉପରେ ଚଢିଯାଇଛି ୧୪ ଚକିଆ ଆଳୁ ବିହନ ବୋଝେଇ ଟ୍ରକ। ଘଟଣା ଅନୁଯାୟୀ ପାଲ୍ଲହଡା ଥାନା ଟମ୍ପର ଅଞ୍ଚଳର ମିଥୁନ ନାଏକ ଏବଂ ଲୋଚନ ନାଏକ ଏକ ଟିଭିଏସ ବାଇକ ଯୋଗେ ତେଲକୋଇ ତଳସାହି ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ହନୁମନ୍ତିଆ ପୋଲ ନିକଟରେ ତାଙ୍କ ବାଇକର ପେଟ୍ରୋଲ ସରିଯାଇଥିଲା। ମିଥୁନ ସେଠାରେ ବାଇକ ନେଇ ବସିରହିଥିବା ବେଳେ ଲୋଚନ ଅନ୍ୟ ବାଇକର ସାହାଯ୍ୟ ନେଇ ପେଟ୍ରୋଲ ପାଇଁ ତେଲକୋଇ ଯାଇଥିଲେ।

ଏହି ସମୟରେ ତେଲକୋଇ ଅଭିମୁଖେ ଯାଉଥିବା ୧୪ ଚକିଆ ଟ୍ରକର ଯାନ୍ତ୍ରିକ ତୃଟି ଯୋଗୁଁ ଭାରସାମ୍ୟ ହରାଇ ଠିଆ ହୋଇଥିବା ବାଇକ ସମେତ ବସିଥିବା ମିଥୁନଙ୍କ ଉପରେ ପଛପଟୁ ଚଢିଯାଇ ତାଙ୍କୁ ଘୋଷାରି ନେଇ ଏକ ଖାଲୁଆ ଜମିରେ ଓଲଟି ପଡିଥିଲା। ଟ୍ରକଟି ପଞ୍ଜାବର କପୁରଥଲାରୁ ବିହନ ଆଳୁ ନେଇ ତେଲକୋଇ ଆସୁଥିବା ଟ୍ରକର ସହାୟକ ସୂଚନା ଦେଇଛନ୍ତି। ଦୁର୍ଘଟଣାରେ ଗୁରୁତର ମିଥୁନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ହେଁ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ଚାଳକ ଦୁର୍ଘଟଣା ପରେ ତେଲକୋଇ ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories