www.samajalive.in
Sunday, December 14, 2025
14.1 C
Bhubaneswar

ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକଙ୍କୁ ଭେଟିଲେ ଓଏମସି ଗନ୍ଧମାର୍ଦ୍ଧନ ଖଣି ଅଞ୍ଚଳ ପ୍ରଭାବିତ

ପାଟଣା : ଓଏମସି ଗନ୍ଧମାର୍ଦ୍ଧନ ଖଣି ଅଞ୍ଚଳ ସ୍ଥିତ ୩ ଶ୍ରମିକ ସଙ୍ଗଠନର ପ୍ରତିନିଧିମାନେ ଆଜି ଭାରତ ସରକାରଙ୍କ ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ସଦସ୍ୟ ଅନନ୍ତ ନାଏକଙ୍କୁ ତାଙ୍କ ଢେଙ୍କିକୋଟ ନିକଟସ୍ଥ ଲଙ୍ଗଳକଣ୍ଟି ବାସଭବନରେ ଭେଟିଛନ୍ତି । ଖଣି ପ୍ରଭାବିତ ବାଂଶପାଳ ବ୍ଲକର କୁମୁଣ୍ଡି, ତଳକଇଁସାରୀ, ମହାଦେଇଯୋଡ଼ା ଏବଂ ଶୁଆକାଟି ପଞ୍ଚାୟତର ଆଦିବାସୀ ସଂଗଠନ କର୍ମକର୍ତ୍ତା ଓ ସଦସ୍ୟମାନେ ଆଜି ପୂର୍ବାହ୍ନରେ ଶ୍ରୀ ନାୟକଙ୍କୁ ଭେଟି ତାଙ୍କର ଅଧିକାର, ହକ୍ ପାଇବା ପାଇଁ ଅଭିଯୋଗ ପତ୍ର ମାଧ୍ୟମରେ ଜଣାଇଥିଲେ । ଖଣି ଅଞ୍ଚଳରେ ଲାଗିରହିଥିବା ସୋସାଇଟି ସଦସ୍ୟତା, ପ୍ରତ୍ୟକ୍ଷ ଖଣି ପ୍ରଭାବିତ ଗାଁଗୁଡିକୁ ପେରି ଫେରି ଗ୍ରାମ ଭାବେ ଘୋଷଣା, ସ୍ଥାନୀୟ ଆଦିବାସୀ ଶ୍ରମିକଙ୍କୁ ତାଙ୍କ କାମ ଯୋଗାଇଦେବା ଆଦି ସମସ୍ୟାକୁ ଭାରତ ସରକାରଙ୍କ ଦୃଷ୍ଟିକୁ ଆଣି ସମାଧାନ କରିବା ପାଇଁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।

ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ପ୍ରଶାସନ କିଛି ମୁଷ୍ଟିମେୟ ଖଣି ଦଲାଲଙ୍କୁ ପ୍ରଶ୍ରୟ ଦେଇ ସମଗ୍ର ଜିଲ୍ଲାର ସ୍ଥାନୀୟ ଆଦିବାସୀ ଶ୍ରମିକଙ୍କୁ ବାରମ୍ବାର ଉପେକ୍ଷିତ କରି ଚାଲିଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି । ଏନେଇ ଆଗକୁ ୩ ସଙ୍ଗଠନ ତରଫରୁ ଏକ ବ୍ୟାପକ ଆନ୍ଦୋଳନ ଖଣି ଅଞ୍ଚଳରେ ହେବାକୁ ଯାଉଥିବା ସୂଚନା ଦେଇଛନ୍ତି । ସ୍ଥାନୀୟ ଖଣି ପ୍ରଭାବିତ ଶ୍ରମିକ ସଂଗଠନର ଖଗେଶ୍ୱର ପୂର୍ତ୍ତି, ନିତ୍ୟାନନ୍ଦ ଦେହୁରୀ, ବିଶ୍ୱଭୂଷଣ ସାନ୍ତା, ନରହରି ପ୍ରଧାନ, ସଚିନ ମୁଣ୍ଡା ପ୍ରମୁଖ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ସଦସ୍ୟଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories