www.samajalive.in
Monday, December 8, 2025
27.1 C
Bhubaneswar

ଜୋର ଧରିଲା ବଂଶଧାରା ଉପରମୁଣ୍ଡରେ ଜଳପ୍ରକଳ୍ପ ନିର୍ମାଣ ଦାବି 

ଗୁଣପୁର : ଆନ୍ଧ୍ରର ନେରେଡି ବ୍ୟାରେଜକୁ ଜବାବ ଦେବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଉପର ମୁଣ୍ଡରେ ଏକ ବୃହତ ଜଳପ୍ରକଳ୍ପ ନିର୍ମାଣ କରିବାକୁ ବଂଶଧାରା ନଦୀ ଅବବାହିକା ସୁରକ୍ଷା ସମିତି ଦାବି କରିଛି। ଏହି ଦାବି ପୂରଣ ନହେଲେ ଆନ୍ଦୋଳନ କରିବାକୁ ସୋମବାର ରାୟଗଡା ଜିଲାପାଳଙ୍କ ଜରିଆରେ ମୋ ସରକାର ସଚିବଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।
ଗତ ୨୬ ତାରିଖରେ ସୁପ୍ରିମକୋର୍ଟର ଟ୍ରାଇବୁନାଲ ଆନ୍ଧ୍ରପ୍ରଦେଶ ସପକ୍ଷରେ ରାୟ ପ୍ରକାଶ କରିବା ପରେ ବଂଶଧାରା ଅବବାହିକରେ ଅସନ୍ତୋଷ ପୁଞ୍ଜିଭୂତ ହେବାର ଲାଗିଛି। ଗତକାଲି ଗଜପତି ଜିଲା ସାରା ସମସ୍ତ ଗ୍ରାମରେ ଏହି ଅବବାହିକ ଲୋକ ଏକତ୍ରିତ ହୋଇ ବିସ୍ତାପିତ ସମସ୍ୟା ସମ୍ପର୍କରେ ଋଣହୁଙ୍କାର ଦେଇଛନ୍ତି। ଆଜି ଗୁଣପୁର ବଂଶଧାରା ନଦୀ ଅବବାହିକା ସୁରକ୍ଷା ସମିତି ରାୟଗଡା ଜିଲାପାଳ ସରୋଜ କୁମାର ମିଶ୍ରଙ୍କୁ ସାକ୍ଷାତ କରିଥିଲେ।
ବଂଶଧାରା ନଦୀ ତଳମୁଣ୍ଡରେ ଆନ୍ଧ୍ର ସରକାର ବ୍ୟାରେଜ, ଡ୍ୟାମ ସମେତ ମେଗା ଲିଫ୍ଟପଏଣ୍ଟ ପ୍ରକଳ୍ପ କାର୍ଯ୍ୟକାରି କରୁଛି। ଏହି ନଦୀଦଳ ଆନ୍ଧ୍ର-ଓଡ଼ିଶାକୁ ୫୦-୫୦ ଭାଗ ବ୍ୟବହାର କରିବାକୁ ଚୁକ୍ତି ହୋଇଥିବା ବେଳେ ଓଡ଼ିଶା ସରକାର ଗୋଟିଏ ହେଲେ ପ୍ରକଳ୍ପ ନିର୍ମାଣ କରିନାହାନ୍ତି ବୋଲି ଏହି ସମିତି ଦର୍ଶାଇଥିଲା। ଆନ୍ଧ୍ରର ଏହି ସବୁ ପ୍ରକଳ୍ପ ଯୋଗୁଁ ଆଗାମୀ ସମୟରେ ବର୍ଷା ଦିନେ ବନ୍ୟା ଓ ଖରା ଦିନେ ଜଳ ସଂଙ୍କଟ ଦେଖାଦେବାର ସମ୍ଭାବନା ସୃଷ୍ଟି ହେବ ବୋଲି ମଧ୍ୟ ଏହି ସମିତି ଅଭିଯୋଗ କରିଛି। ତେଣୁ ଓଡ଼ିଶା ସରକାରଙ୍କ ପ୍ରସ୍ତାବିତ ବଂଶଧାରା ଉପରମୁଣ୍ଡରେ ଜଳପ୍ରକଳ୍ପ ନିର୍ମାଣ କରିବାକୁ ଏହି ସମିତି ଜିଲାପାଳଙ୍କ ନିକଟରେ ଦୃଢ ଦାବୀ ଉପସ୍ଥାପନ କରିଛି।

- Advertisement -

ଆଜି ଅପରାହ୍ନରେ ଜିଲାପାଳ କାର୍ଯ୍ୟାଳୟରେ ସମିତି କର୍ମକର୍ତ୍ତା ଦୀର୍ଘ ସମୟ ବଂଶଧାରା ନଦୀଜଳ ବିବାଦ ଓ ନୂତନ ଜଳପ୍ରକଳ୍ପ କାର୍ଯ୍ୟକାରିତା ସମ୍ପର୍କରେ ଜିଲାପାଳ ଶ୍ରୀ ମିଶ୍ରଙ୍କ ସହ ଆଲୋଚନା କରିଥିଲେ। ପରିଶେଷରେ ମୋ ସରକାର ସଚିବଙ୍କ ଉଦ୍ଦ୍ୟେଶରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଏହି ସମିତି ଚେତାବନୀ ଦେଇଛି। ସମିତିର ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଅକ୍ଷୟ ଦାଶ, ଉପସଭାପତି ବିଜୟ କୁମାର ଗମାଙ୍ଗ, ସାଧାରଣ ସମ୍ପାଦକ ଇନ୍ଦ୍ରାକ୍ଷୀ ଦାଶ, ଆବାହକ ମିଲି ପାଢୀ, ଯୁଗ୍ମ ସମ୍ପାଦକ ମୁନା ପାଣି, ସମିତିର ଉପଦେଷ୍ଠା ପ୍ରଦୀପ ଦାଶ, ଆଇନଜୀବୀ କୃଷ୍ଣ ସେନାପତି, ପୂର୍ବତନ ଏନଏସି ଅଧ୍ୟକ୍ଷ ସାନ ଗୌଡ, କୋଷାଧ୍ୟକ୍ଷ ଏସ.ବାବାପ୍ରସାଦ, ସାମ୍ବାଦିକ ରାଧାକୃଷ୍ଣ ପଟ୍ଟନାୟକ, ରମେଶ ଲିମା, ନାଗେନ୍ଦ୍ର ସୁବୁଦ୍ଧି ପ୍ରମୁଖ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories