www.samajalive.in
Sunday, December 7, 2025
23.1 C
Bhubaneswar

ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ନେଇ ବିଡିଓଙ୍କ ଦ୍ଵାରସ୍ତ ହେଲେ ଝୋଡିପଦର ଗ୍ରାମବାସୀ

ଲକ୍ଷ୍ମୀପୁର : ପାନୀୟ ଜଳର ଅଭାବ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଝୋଡିପଦର ଗ୍ରାମବାସୀ। ଲକ୍ଷ୍ମୀପୁର ବ୍ଲକର ପଞ୍ଚଡା ପଞ୍ଚାୟତ ଅନ୍ତର୍ଗତ ଝୋଡିପଦର ଗ୍ରାମଠାରେ ୬୦ଘର ଆଦିବାସୀ ପରିବାର ୩ଶହରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଗ୍ରାମରେ ପିଇବା ପାଣିର ଘୋର ସମସ୍ୟା ଉପୁଜିଛି। ଗ୍ରାମରେ ଯେଉଁ ଗୋଟିଏ ନଳକୂପଟି ଅଛି ତାହା ଲୋକଙ୍କ ଅବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ ।
ଏଣୁ ଜିଲା ପ୍ରଶାସନ ତରଫରୁ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏକ ପାନୀୟ ଜଳ ପ୍ରକଳ୍ପ ପାଇଁ ୩୭ ଲକ୍ଷ ଟଙ୍କା ବ୍ୟୟରେ ଏକ ପ୍ରକଳ୍ପ ନିର୍ମାଣ କରାଯାଉଛି। କିନ୍ତୁ ଏହି ପ୍ରକଳ୍ପ ଝୋଡିପଦର ବଦଳରେ ଝୋଡିଖେନ୍ଦା ଗ୍ରାମରେ ନିର୍ମାଣ ଚାଲିଛି ବୋଲି ଗ୍ରାମବାସୀ ଅଭିଯୋଗ କରି ଝୋଡିପଦର ଗ୍ରାମବାସୀ ଜିଲା ପ୍ରଶାସନର ଦ୍ଵାରସ୍ତ ହୋଇଥିଲେ।

କିନ୍ତୁ ଅଭିଯୋଗ କରିବାର ୫ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନଥିବା ଯୋଗୁଁ ଗ୍ରାମବାସୀ ଲକ୍ଷ୍ମୀପୁର ଗୋଷ୍ଠୀ ଊନ୍ନୟନ ଅଧିକାରୀ ପ୍ରୀତିରଞ୍ଜନ ରଥଙ୍କୁ ଭେଟି ଅଭିଯୋଗ କରି ଏହି ପ୍ରକଳ୍ପ ଝୋଡିପଦର ଗ୍ରାମରେ ନିର୍ମାଣ କରାଯାଉ ବୋଲି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

- Advertisement -

ସେହିପରି ଲକ୍ଷ୍ମୀପୁର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଦୀପ୍ତ ସିଂଙ୍କୁ ପଚାରିବାରୁ ଗୋଟିଏ ପରିକଳ୍ପନାରେ ଦୁଇଟିଗ୍ରାମ ପାଇଁ ଉକ୍ତ ପ୍ରକଳ୍ପ ହୋଇଛି। ପ୍ରକଳ୍ପ ନିର୍ମାଣ ହେଲେ ଝୋଡିଖେନ୍ଦା ଓ ଝୋଡିପଦର ଦୁଇଟି ଯାକ ଗ୍ରାମବାସୀ ଉପକୃତ ହୋଇପାରିବେ। କିନ୍ତୁ ଝୋଡିଖେନ୍ଦା ଗ୍ରାମରେ ହେଲେ ତାଙ୍କ ଗ୍ରାମକୁ ପାଣି ମିଳିବ ନାହିଁ ବୋଲି ଝୋଡିପଦର ଗ୍ରାମବାସୀ ଭାବୁଛନ୍ତି। ଝୋଡିପଦର ଗ୍ରାମବାସୀ ଝଡ଼ିଖେନ୍ଦା ବୋଲି ଟେଣ୍ଡର ନୋଟିସ୍ ଦେଖି ଭାବୁଛନ୍ତି ଏହି କାମ କେବଳ ତାଙ୍କ ଗ୍ରାମ ପାଇଁ ଆସିଛି, ଦୁଇଟି ଗ୍ରାମ ପାଇଁ ଗୋଟିଏ ପ୍ରକଳ୍ପ ମଞ୍ଜୁର ହୋଇଛି। ଝୋଡିଖେନ୍ଦା ଗ୍ରାମ ଝୋଡିପଦର ଗ୍ରାମଠାରୁ ଉପରେ ଥିବାରୁ ସେଠାରେ ପ୍ରକଳ୍ପ ନିର୍ମାଣ ହେଲେ ଝୋଡି ପଦର ଗ୍ରାମକୁ ସହଜରେ ପାଣି ଆସିପାରିବ। ସେହିପରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରଥ, ସେ ଏହି ଗ୍ରାମକୁ ଯାଇ ସମସ୍ୟାର ସମାଧାନ ଉପରେ ବ୍ୟବସ୍ଥା କରିବେ ବୋଲି କହିଛନ୍ତି।

ଦାବୀ ପତ୍ର ପ୍ରଦାନ ସମୟରେ ଝୋଡିପଦର ଗ୍ରାମର ଲକ୍ଷା ଜାନୀ, ମଙ୍ଗରାଜ ଜାନୀ, ବିଦ୍ୟାଧର ଜାନୀ, କୁନ୍ଦନ ସାଉନ୍ତା, ଦାମ ସାଉନ୍ତା, ଅଜୟ ସାଉନ୍ତା, ପ୍ରଭାସିନି ସାଉନ୍ତା, ବାସନ୍ତୀ ସାଉନ୍ତା, ଲୁଦ୍ରି ଜାନୀ, ଗଙ୍ଗା ସାଉନ୍ତା, ମିନତି ସାଉନ୍ତା, ସେବତୀ ସାଉନ୍ତା
ସୁକିଆ ଦିସାରୀ, ଶେଖର ସାଉନ୍ତା,ସୁରେଶ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories