www.samajalive.in
Monday, December 8, 2025
24.1 C
Bhubaneswar

ଉତ୍ତମ ପୁନର୍ଗଠନ ପାଇଁ ସମବାୟ ମାଧ୍ୟମରେ ସହଭାଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ଉତ୍ତମ ପୁନର୍ଗଠନ ପାଇଁ ସମବାୟ ମାଧ୍ୟମରେ ସହଭାଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଆଜି ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍‌ ଆନୁକୂଲ୍ୟରେ ୯୯ତମ ଅନ୍ତର୍ଜାତୀୟ ସମବାୟ ଦିବସ ପାଳନ ଅବସରରେ ରାଜ୍ୟସ୍ତରୀୟ ସମବାୟ ପତାକା ଉତ୍ତୋଳନ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମବାୟ ପତାକା ଉତ୍ତୋଳନ କରି କହିଥିଲେ ଯେ ଚଳିତ ବର୍ଷର ଅନ୍ତର୍ଜାତୀୟ ସମବାୟ ଦିବସର ବିଷୟବସ୍ତୁ ଉତ୍ତମ ପୁନର୍ଗଠନ ପାଇଁ ସହଭାଗିତା ଆଧାରରେ ସମବାୟ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପଡ଼ିବ। କରୋନା ବିପତ୍ତିକୁ ମୁକାବିଲା କରିବା ପାଇଁ ସମ୍ମିଳିତ ପ୍ରଚେଷ୍ଟା ଆବଶ୍ୟକ। କୋଭିଡ୍‌-୧୯ ସ୍ଥିତିରେ କୃଷିକାର୍ଯ୍ୟକୁ ଗତିଶୀଳ କରିବାରେ ସମବାୟ ସଂସ୍ଥା ପ୍ରମୁଖ ଭୂମିକା ନିର୍ବାହ କରି ଲୋକମାନଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିପାରିଛି। ସମବାୟ ମାଧ୍ୟମରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, କ୍ଷୁଦ୍ର ବ୍ୟବସାୟୀଙ୍କୁ ସେବା ଯୋଗାଇଦେବା ପାଇଁ ଯେଉଁ ଦାୟିତ୍ୱ ରହିଛି ତାହାକୁ ଶତପ୍ରତିଶତ କାର୍ଯ୍ୟକାରୀ କରିବା ନିମନ୍ତେ ସମବାୟ ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।


ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍‌ର ପ୍ରଶାସିକା ଗାୟତ୍ରୀ ପଟ୍ଟନାୟକ ଅନ୍ତର୍ଜାତୀୟ ସମବାୟ ଦିବସ ପାଳନର ଉଦ୍ଦେଶ୍ୟ ଓ ସମବାୟ ମାଧ୍ୟମରେ ସମାଜର ବିକାଶ ଉପରେ ଆଲୋକପାତ କରିଥିଲେ। ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍‌ର ସଂପାଦକ ବ୍ରହ୍ମାନନ୍ଦ ପରିଡ଼ା, ବ୍ରହ୍ମପୁର ଏଆର୍‌ସିଏସ୍‌ ଶିବ ପ୍ରସାଦ ସ୍ୱାଇଁ ପ୍ରମୁଖ ଏଥିରେ ଯୋଗଦାନ କରି ବକ୍ତବ୍ୟ ରଖିଥିଲେ। ଉତ୍ସବରେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍‌ ଏବଂ ଓଡ଼ିଶା ସମବାୟ ଗୃହନିର୍ମାଣ ନିଗମର କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories