www.samajalive.in
Sunday, December 14, 2025
14.1 C
Bhubaneswar

ଚାଷୀ ସମସ୍ୟା ନେଇ ବୌଦ୍ଧ ବିଜେପି ପକ୍ଷରୁ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରାଉ

ବୌଦ୍ଧ: ବୌଦ୍ଧଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ଯୋଗାଣ ଅଫିସ ଘେରାଉ କରାଯିବା ସହିତ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ର ସ୍ଥାନୀୟ ନୂଆଁସାହି ଛକ ଠାରୁ ବାହାରି ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ସମ୍ମୁୁଖରେ ପହଂଚିଥିଲା। ସେଠାରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା।

ଦାବିପତ୍ରରେ ରବିଧାନ ବିକ୍ରୟ ପାଇଁ ଟୋକନ ଅବଧି ସରିଥିବା ସମସ୍ତ ଚାଷୀମାନଙ୍କ ଟୋକନକୁ ପୁନଃ କାର୍ଯ୍ୟକାରୀ କରିବା, କଟିନି ଛଟିନି ବନ୍ଦ କରିବା, କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ମୂଲ୍ୟ ୧୮୬୮ ଟଙ୍କା ପ୍ରଦାନ କରିବା, ସମସ୍ତ ମୌଳିକ ସୁବିଧା ମଣ୍ଡିରେ ପ୍ରଦାନ କରିବା, ଧାନ କିଣାରେ ମିଲର୍ସ ଓ ଦଲାଲି ରାଜକୁ ବନ୍ଦ କରିବା ଦାବି କରାଯାଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରବି ଦେଓ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନାଇଁ ଚରଣ ଡାଙ୍ଗ, ଇଂ.ରାକେଶ ତ୍ରିପାଠୀ, ବରିଷ୍ଠ ନେତା ମାଗୁଣୀ ଗାଈଗୌରିଆ, ଜିଲ୍ଲା ବିଜେପି ମହିଳା ସଭାନେତ୍ରୀ ମୀନାରାଣୀ ମିଶ୍ର, ଶ୍ୟାମ ସୁନ୍ଦର ପୁରୋହିତ, ଯୁବନେତା ଅଟଳ ପ୍ରଧାନ,ପ୍ରଭୂଦତ୍ତ ଦଲାଲ,ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସତ୍ୟାନନ୍ଦ ପାଣ୍ଡେ ଓ ସୁଶାନ୍ତ ବାଘ, ବୈକୁଣ୍ଠ ପ୍ରଧାନ, ପିନାକ ରଣା, ଅନିଲ ପ୍ରଧାନ, ଯୀଶୁ ପ୍ରଧାନ, ପଞ୍ଚମନ ଜଗଦଲା, ମଣ୍ଟୁ ସାହୁ ଓ ଡମ୍ବରୁ କହଁର ପ୍ରମୁଖ ଯୋଗଦେଇଥିଲେ।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories