www.samajalive.in
Thursday, December 11, 2025
15.1 C
Bhubaneswar

ରାତି ୧୦ଟା-ମୁଖ୍ୟ ଖବର

–ଜୁଲାଇ ୧୯ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ, ଜୁଲାଇ ୧୯ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଅଧିବେଶନ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା

–ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ ଘୋଷଣା, ସଂଶୋଧିତ ବ୍ୟବସ୍ଥାରେ ପାଇକାରୀ (ହୋଲସେଲ୍‌) ଓ ଖୁଚୁରା(ରିଟେଲ) ବ୍ୟବସାୟୀଙ୍କୁ ଏମ୍‌ଏସ୍‌ଏମଇ ଉଦ୍ୟୋଗର ଅନ୍ତର୍ଭୁକ୍ତ କରାଯାଇଛି 

–ଟିକାକରଣ ଅଭିଯାନ : ଟିକା ନେଲେଣି ୩୪ କୋଟି ୪୧ ଲକ୍ଷରୁ ଅଧିକ

–ଭୁବନେଶ୍ବର ଭଳି ଗଞ୍ଜାମରେ ଦିଆଯିବ କୋଭାକ୍ସିନ ଟିକା, ୧୮ ବର୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ କୋଭାକ୍ସିନ ଟିକା ଦେବାକୁ ନିର୍ଦେଶ।

–ଗର୍ଭବତୀ ମହିଳାଙ୍କୁ କୋଭିଡ ଟିକା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଦେଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

– କୋୱିନ ପୋର୍ଟାଲରେ ପଞ୍ଜିକରଣ କରି ଅବା ଟିକା କେନ୍ଦ୍ରକୁ ଯାଇ ଗର୍ଭବତୀ ମହିଳା ଟିକା ନେଇ ପାରିବେ

–ରାଜ୍ୟକୁ ଆସିଲା ଆଉ ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍ଡ ଟିକା, ଗତକାଲି ଆସିଥିଲା ୧ ଲକ୍ଷ କୋଭିସିଲ୍ଡ ଟିକା, ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା

–ନକଲି ଔଷଧ କାରବାର ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

–ଓଡ଼ିଶାର ୪ଟି ଜିଲା ସମେତ ଦେଶର ମୋଟ ୭୧ ଜିଲାରେ ଏବେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି-କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ

–ଓଡ଼ିଶା ଆସିବେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ; କୋଭିଡ ସଂକ୍ରମଣ ବୃଦ୍ଧି ସ୍ଥିତି ଅନୁଧ୍ୟାନ କରିବେ

–ଓଡ଼ିଶା ସମେତ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ, ମଣିପୁର ଆଦି ରାଜ୍ୟକୁ କେନ୍ଦ୍ରୀୟ ଦଳ ଗସ୍ତ କରିବେ ବୋଲି ଜଣାଯାଇଛି।

–ମାଟ୍ରିକ ଅଫଲାଇନ ପରୀକ୍ଷା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା

–ଜୁଲାଇ ୩୦ରୁ ଅଗଷ୍ଟ ୫ ମଧ୍ୟରେ ପରୀକ୍ଷା ପାଇଁ ପ୍ରସ୍ତୁତି କରାଯିବ, ପରୀକ୍ଷାର ୧୫ ଦିନ ମଧ୍ୟରେ ପରୀକ୍ଷାଫଳ ପ୍ରକାଶ ପାଇଁ ଚେଷ୍ଟା କରାଯିବ, ୩୦% ସିଲାବସ ହ୍ରାସ ହୋଇଥିବାରୁ ୭୦% ମଧ୍ୟରେ ପରୀକ୍ଷା ହେବ।

–ପୃଥିବୀ ବାୟୁମଣ୍ଡଳର ତାପମାତ୍ରା ୨୦୦୫ରୁ ୨୦୧୯ ମଧ୍ୟରେ ଦୁଇଗୁଣ ହୋଇଛି। ଆଗାମୀ ଦଶନ୍ଧିରେ ଯଦି ଏହିଭଳି ଧାରା ଜାରିରହେ ତେବେ ତାହା ଜଳବାୟୁ ପାଇଁ ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହେବ।

–ବଲିଉଡ଼ ଅଭିନେତ୍ରୀ ୟାମି ଗୌତମଙ୍କୁ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଶୁକ୍ରବାର ସମନ ଜାରି କରାଯାଇଛି।

–ଜନସନ ଆଣ୍ଡ ଜନସନ କମ୍ପାନୀର ଦାବି; ସମସ୍ତ ଭାରିଆଣ୍ଟ ଉପରେ ପ୍ରଭାବୀ ଏହି ଟିକା

–କୋଭିଡର ଦ୍ୱିତୀୟ ଲହର ଯୋଗୁଁ ଋଣ ଆଦାୟ ପ୍ରଭାବିତ; ବୁଡିଯାଇପାରେ ୧୧.୨% ବ୍ୟାଙ୍କ ଋଣ

–ଜମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀ – ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ; ୪ ଆତଙ୍କବାଦୀ ଓ ଜଣେ ସହଯୋଗୀ ନିହତ, ଜଣେ ଯବାନ ଶହୀଦ

– ଦେଶରେ ୪୬,୬୧୭ ନୂଆ କରୋନା ରୋଗୀ ଚିହ୍ନଟ ; ୫୯,୩୮୪ ଜଣ କରୋନାରୁ ସୁସ୍ଥ, ଆରୋଗ୍ୟ ହାର ୯୭.୦୧%, ସଂପ୍ରତି ୫,୦୯,୬୩୭ ଜଣ ସକ୍ରିୟ ସଂକ୍ରମିତ

–ଏ ପର୍ଯ୍ୟନ୍ତ ମୋଟ ୪୧.୪୨ କୋଟି ନମୁନା ପରୀକ୍ଷା

–ନାସା ପକ୍ଷରୁ କୁହାଯାଇଛି ଯେ ପୃଥିବୀ ପୃଷ୍ଠର ତାପମାତ୍ରା ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି। ଗତ ୧୪ ବର୍ଷ ମଧ୍ୟରେ ଏହା ଦ୍ୱିଗୁଣିତ ହୋଇଛି।

–ଗୋଟିଏ ଦିନରେ ରାଜ୍ୟରେ ୪୬ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ

–ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୨୨ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ ; ସଂଗରୋଧରୁ ୧୮୩୮ ଓ ସ୍ଥାନୀୟ ସଂକ୍ରମିତ ୧୩୮୪, କଟକରୁ ସର୍ବାଧିକ ୬୧୯

–କରୋନା ସମୟରେ ଛଟେଇ, ଲୋକସେବା ଭବନର ୧୮୪ କର୍ମଚାରୀଙ୍କୁ ନୋଟିସ

–ଥାନା ଭିତରେ ମହିଳା ଏସ୍‌ଆଇଙ୍କୁ ଆକ୍ରମଣ ଏବଂ ଯୌତୁକ ନିର୍ୟାତନା ମାମଲାରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଗୋଟିଏ ପରିବାରର ଭାଇ, ଭଉଣୀ ଓ ମା’ଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି

–ସାଇବର ଠକେଇ: ଟଙ୍କା ମିଳୁଛି, ଧରାପଡୁନାହାନ୍ତି ଅପରାଧୀ

–ଫିରିଙ୍ଗିଆ ପୁଲିସ ପକ୍ଷରୁ ହୋଣ୍ଡା ସିଟି କାର୍‍ ସହିତ ୩୦ କିଲୋ ଗଞ୍ଜେଇ ଜବତ, ୨ ଗିରଫ

–କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭନ୍ନ ସ୍ଥାନରେ ୧୦୦ ଟଙ୍କା ଛୁଇଁଲା ପେଟ୍ରୋଲ ଲିଟର

–ଭାରତର ପ୍ରମୁଖ ଭିନ୍ନକ୍ଷମ ଜାଭେଲିନ୍ ଫିଙ୍ଗାଳି ଦେବେନ୍ଦ୍ର ଝାଝାରିଆ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ପର୍ୟ୍ୟାୟ ମୁକାବିଲାରେ ନିଜର ବିଶ୍ବ କୀର୍ତ୍ତିମାନକୁ ଭାଙ୍ଗି ନୂତନ ରେକର୍ଡ ସହ ଟୋକିଓ ପାରାଲିମ୍ପିକ୍‌ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

–ସଙ୍ଗରୋଧ ଅବଧି ସାରିବା ପରେ ଶ୍ରୀଲଙ୍କାରେ ଅଭ୍ୟାସ ଆରମ୍ଭ କରିଛନ୍ତି ଟିମ୍ ଇଣ୍ଡିଆର ସଦସ୍ୟ, କୋଚ୍ ରାହୁଲ ଦ୍ରାବିଡ଼ ଏବଂ ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ବରେ ଦଳର ଖେଳାଳି ଅଭ୍ୟାସ କରୁଥିବାର କିଛି ଫଟୋ ବିସିସିଆଇ ଟ୍ୱିଟ କରି ସେୟାର କରିଛି

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories