ଧାମରା:ଚାନ୍ଦବାଲି ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ଧାମରା ଅଗ୍ନିଶମ ବିଭାଗ କେନ୍ଦ୍ର ଠାରେ ୭୨ ତମ ବନମହୋତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଧାମରା ଅଗ୍ନିଶମ ବିଭାଗର ରମେଶ ଚନ୍ଦ୍ର ସିଂ ଯୋଗ ଦେଇ ବନ ମହୋତ୍ସବ ପାଳନ ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ। ଧାମରା ବନପାଳ ଗଦାଧର ବିଶ୍ୱାଳ ଯୋଗ ଦେଇ ଧାମରା ଅଞ୍ଚଳରେ ଦିନକୁ ଦିନ ବଢି ଚାଲିଥିବା ଗଛା କଟାକୁ ରୋକାଯାଇଛି। ଏଥିସହ ନିକଟସ୍ଥ କାଳିଭଞ୍ଜଡିଆଁ ଏବଂ ଧାମରାରେ କିପରି ଜଙ୍ଗଲଗୁଡିକୁ ବନବିଭାଗ ଦୃଷ୍ଟି ଦେବା ସହ ପରିବେଶର ସନ୍ତୁଳନ ରକ୍ଷା କରି ପାରିଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ। ପରେ ବିଭାଗ ତରଫରୁ ଅଁଳା, ନିମ୍ବ,କାଜୁ, ଆକାଶିଆ, କରଞ୍ଜ ଏବଂ ଜାମୁ ଗଛ ଅଞ୍ଚଳବାସୀଙ୍କୁ ପ୍ରଦାନ କରାଯିବା ସହ ଅଂଚଳରେ ବିଭିନ୍ନ ସ୍ଥାନରେ ରୋପଣ କରାଯାଇଥିଲା। ଆଜିର ଏହି ବନମହୋତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଅଗ୍ନିଶମ ବାହିନୀର ଧନେଶ୍ୱର ଟୁଡୁ, ପ୍ରିୟବ୍ରତ ସାହୁ, ବିଶ୍ୱନାଥ ବେହେରା, ସଂଗ୍ରାମ ବେହେରା, ଚନ୍ଦନ କୁମାର ପ୍ରଧାନ, ଶୁଭଙ୍କର ସେଠୀ, ବନିବିଭାଗର ତରଫରୁ ମଙ୍ଗଳ ମୁର୍ମୁ, ସୁଧାକର ବିଶ୍ୱାଳ, ଶଶିନୀ ମହାଳିକ, ଉତମ ମହାଳିକ, ପ୍ରଭାତ ଜେନା, ସେକ ମୁଜାଫର ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



