www.samajalive.in
Saturday, December 13, 2025
21.1 C
Bhubaneswar

ଗାଧୋଇବାକୁ ଯାଇ ବୁଡିଗଲେ ଯୁବକ

ତେଲକୋଇ: ଗାଧୋଇବାକୁ ଯାଇ ପୋଖରୀରେ ବୁଡିଗଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ତେଲକୋଇ ଥାନା ଅନ୍ତର୍ଗତ ହାଲପୋଡି ଗାଁ ଝୁମୁକାପଶି ସାହିରେ। ବୁଡ଼ି ଯାଇଥିବା ଯୁବକ ଜଣକ ହେଲେ ଯୁଧିଷ୍ଠିର ମହାକୁଡ଼। ମୃତକ ଯୁଧିଷ୍ଠିରଙ୍କ ବୟସ ପ୍ରାୟ ୪୮ବର୍ଷ ହେବ ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ ଯୁଧିଷ୍ଠିର ଅପରାହ୍ଣ ୩ଟା ବେଳକୁ ଛେଳି ଚରାଇ ଫେରିବା ପରେ ଗାଧୋଇବା ପାଇଁ ରାସ୍ତା କଡରେ ଥିବା ଥିବା ପୋଖରୀକୁ ଯାଇଥିଲେ। ଗାଧୋଇବା ବେଳେ ଅସାବଧାନତା ବସତଃ ପୋଖରୀର ଗଭୀର ପାଣି ଆଡେ ଚାଲିଯାଇଥିଲେ। ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ଯୁଧିଷ୍ଠିର ଅଧିକ ସମୟ ଧରି ନଫେରିବାରୁ ପୋଖରୀ ନିକଟରେ ଥିବା ଜମିରେ ସାଥି ଶ୍ରମିକଙ୍କ ସହିତ ଧାନ ଚାରା ଉପଡିବା କାମ କରୁଥିବା ତାଙ୍କ ସ୍ତ୍ରୀ ରଇବାରି ମହାକୁଡଙ୍କ ମନରେ ସନ୍ଦେହ ହୋଇଥିଲା। ସେମାନେ ଘଟଣା ସ୍ଥଳରେ ପହଞ୍ଚି ଯୁଧିଷ୍ଠିରଙ୍କ ଚପଲ ଏବଂ ଖଇନୀ ପୁୁଡିଆ ପାାଇଥିଲେ ହେଁ ବହୁତ ଖୋଜା ଖୋଜି କରି ତାଙ୍କୁ ନପାଇବାରୁ ଅଗ୍ନିଶ୍ରମ ବିଭାଗକୁ ଖବର ଦିଆଯାଇଥିଲା।

 

- Advertisement -

ଖବର ପାଇ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପୋଖରୀ ଭିତରୁ ତାଙ୍କୁ ଉଦ୍ଧାର କରି ତେେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories